ଟ୍ରେନ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ, ଦୁଇ ଛାତ୍ରଙ୍କୁ ଗିରଫ କଲା ପୋଲିସ

କୋରାପୁଟ ୬।୧୨: ଗଞ୍ଜେଇ ଚାଲାଣ କରୁଥିବା ବେଳେ ଦୁଇ ଛାତ୍ର ଗିରଫ । କୋରାପୁଟ ରେଲୱେ ଷ୍ଟେସନରୁ ଦୁଇ ଛାତ୍ର ଗିରଫ ହୋଇଛନ୍ତି । ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଧରିଲା ପୋଲିସ । ସେମାନଙ୍କ ନିକଟରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌ ଜବତ ହୋଇଛି ।ସୂଚନାଯୋଗ୍ୟ ଯେ, କୋରାପୁଟ ରେଲୱେ ଷ୍ଟେସନ ଠାରେ ରାୟଗଡା ପାସେଞ୍ଜର ଟ୍ରେନ୍‌ରେ ଚଢୁଥିବା ବେଳେ ସନ୍ଦେହ କରି ଯାଞ୍ଚ କରିଥିଲା ଜିଆରପି । ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଗଞ୍ଜେଇ ଭର୍ତ୍ତି ଦୁଇଟି ବ୍ୟାଗ୍‌ରେ ୭ଟି ପ୍ୟାକେଟ୍‌ରେ ୪୦ରୁ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି କୋରାପୁଟ ଜିଆରପି । ଗିରଫ ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶର ମନୀଷ । ସେ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ । ଅନ୍ୟ ଜଣେ ଉତ୍ତରାଖଣ୍ଡର ମୁନସିବ ବୋଲି ଜଣାପଡିଛି । You Can Read:BPCL ଗ୍ୟାସ୍ ପାଇପ୍ ଲାଇନ୍ ମରାମତି ବେଳେ ଅଘଟଣ, ସମ୍ପ୍‌ରେ ଫସିଥିବା ଶ୍ରମିକଙ୍କ ମୃତ୍ୟୁ

ଟ୍ରେନ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ, ଦୁଇ ଛାତ୍ରଙ୍କୁ ଗିରଫ କଲା ପୋଲିସ

କୋରାପୁଟ ୬।୧୨: ଗଞ୍ଜେଇ ଚାଲାଣ କରୁଥିବା ବେଳେ ଦୁଇ ଛାତ୍ର ଗିରଫ । କୋରାପୁଟ ରେଲୱେ ଷ୍ଟେସନରୁ ଦୁଇ ଛାତ୍ର ଗିରଫ ହୋଇଛନ୍ତି । ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଧରିଲା ପୋଲିସ । ସେମାନଙ୍କ ନିକଟରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌ ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, କୋରାପୁଟ ରେଲୱେ ଷ୍ଟେସନ ଠାରେ ରାୟଗଡା ପାସେଞ୍ଜର ଟ୍ରେନ୍‌ରେ ଚଢୁଥିବା ବେଳେ ସନ୍ଦେହ କରି ଯାଞ୍ଚ କରିଥିଲା ଜିଆରପି । ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଗଞ୍ଜେଇ ଭର୍ତ୍ତି ଦୁଇଟି ବ୍ୟାଗ୍‌ରେ ୭ଟି ପ୍ୟାକେଟ୍‌ରେ ୪୦ରୁ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି କୋରାପୁଟ ଜିଆରପି । ଗିରଫ ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶର ମନୀଷ । ସେ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ । ଅନ୍ୟ ଜଣେ ଉତ୍ତରାଖଣ୍ଡର ମୁନସିବ ବୋଲି ଜଣାପଡିଛି । 

You Can Read:

BPCL ଗ୍ୟାସ୍ ପାଇପ୍ ଲାଇନ୍ ମରାମତି ବେଳେ ଅଘଟଣ, ସମ୍ପ୍‌ରେ ଫସିଥିବା ଶ୍ରମିକଙ୍କ ମୃତ୍ୟୁ