ସେଣ୍ଟ ମାର୍ଟିନ ଆଇଲ୍ୟାଣ୍ଡ ପାଇଁ ଶେଖ୍ ହାସିନାଙ୍କୁ ବିଦାକଲା ଆମେରିକା! କ’ଣ ଏହି ଦ୍ୱୀପର କାହାଣୀ?

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ଶେଖ ହାସିନା ଦେଶବାଶୀଙ୍କୁ ସମ୍ବୋଧନ କରିବାକୁ ଚାହୁଁଥିଲେ। ହେଲେ ବାଂଲାଦେଶ ସେନା ତାଙ୍କୁ ଏହା କରିବାକୁ ଅନୁମତି ଦେଇନଥିଲା। ଫଳରେ ହାସିନାଙ୍କ କଥା ମନରେ ହିଁ ରହିଯାଇଥିଲା। ସେ ଦେଶବାଶୀଙ୍କୁ ଅସଲ କଥା କହିପାରି ନଥିଲେ। ହେଲେ ବାଂଲାଦେଶ ଛାଡ଼ି ଭାରତ ଚାଲି ଆସିବା ପରେ ଶେଖ ହାସିନା ତାଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରରୁ ଗୁମର ଖୋଲିଛନ୍ତି। ଆମେରିକା ଉପରେ ଲଗାଇଛନ୍ତି ସାଂଘାକିତ ଅଭିଯୋଗ। ଯଦି ସେ ସେଣ୍ଟ ମାର୍ଟିନ ଆଇଲ୍ୟାଣ୍ଡକୁ ଆମେରିକାକୁ ଦେଇଥାନ୍ତେ ତେବେ ହୁଏତ ତାଙ୍କ ସରକାର ରହିଥାନ୍ତା। ଓ ତାଙ୍କୁ ଏମିତି ନିଜ ଦେଶରୁ ବିଦା ହେବାକୁ ପଡି ନଥାନ୍ତା। ଆମେରିକା ହିଁ ତାଙ୍କୁ ଷଡ଼ଯନ୍ତ୍ର କରି କ୍ଷମତାଚ୍ୟୁତ କରିଛି ବୋଲି ଶେଖ ହାସିନା ଅଭିଯୋଗ କରିଛନ୍ତି। ତେବେ ଆମେରିକା ବିରୋଧରେ କାହିଁକି ଏମିତି ଆଭିଯୋଗ ଆଣିଲେ ହାସିନା? ସେଣ୍ଟ ମାର୍ଟିନ ଆଇଲ୍ୟାଣ୍ଡ କେଉଁଠି ଅଛି ଓ ଆମେରିକା କାହିଁକି ଏହାକୁ ନେବାକୁ ଚାହୁଁଛି? କ’ଣ ଏହାର ଇତିହାସ? ବାଂଲାଦେଶ ପାଇଁ ଏହି ଦ୍ୱୀପର ଗୁରୁତ୍ୱ କେତେ? ଶେଖ ହସିନାଙ୍କ ଅଭିଯୋଗ କ୍ରମେ ଏତେବଡ଼ କ୍ଷମତାଚ୍ୟୁତର କାହାଣୀ ପଛରେ ଥିବା ସେଣ୍ଟ ମାର୍ଟିନ ଆଇଲ୍ୟାଣ୍ଡ ବିଷୟରେ ଆସନ୍ତୁ ଜାଣିବା।କେଉଁଠି ରହିଛି ଏହି ସେଣ୍ଟ ମାର୍ଟିନ ଆଇଲ୍ୟାଣ୍ଡ? ବଙ୍ଗୋପସାଗରର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ସେଣ୍ଟ ମାର୍ଟିନ ଦ୍ୱୀପ, ମିଆଁମା

ସେଣ୍ଟ ମାର୍ଟିନ ଆଇଲ୍ୟାଣ୍ଡ ପାଇଁ ଶେଖ୍ ହାସିନାଙ୍କୁ ବିଦାକଲା ଆମେରିକା! କ’ଣ ଏହି ଦ୍ୱୀପର କାହାଣୀ?

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ଶେଖ ହାସିନା ଦେଶବାଶୀଙ୍କୁ ସମ୍ବୋଧନ କରିବାକୁ ଚାହୁଁଥିଲେ। ହେଲେ ବାଂଲାଦେଶ ସେନା ତାଙ୍କୁ ଏହା କରିବାକୁ ଅନୁମତି ଦେଇନଥିଲା। ଫଳରେ ହାସିନାଙ୍କ କଥା ମନରେ ହିଁ ରହିଯାଇଥିଲା। ସେ ଦେଶବାଶୀଙ୍କୁ ଅସଲ କଥା କହିପାରି ନଥିଲେ। ହେଲେ ବାଂଲାଦେଶ ଛାଡ଼ି ଭାରତ ଚାଲି ଆସିବା ପରେ ଶେଖ ହାସିନା ତାଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରରୁ ଗୁମର ଖୋଲିଛନ୍ତି। ଆମେରିକା ଉପରେ ଲଗାଇଛନ୍ତି ସାଂଘାକିତ ଅଭିଯୋଗ। ଯଦି ସେ ସେଣ୍ଟ ମାର୍ଟିନ ଆଇଲ୍ୟାଣ୍ଡକୁ ଆମେରିକାକୁ ଦେଇଥାନ୍ତେ ତେବେ ହୁଏତ ତାଙ୍କ ସରକାର ରହିଥାନ୍ତା। ଓ ତାଙ୍କୁ ଏମିତି ନିଜ ଦେଶରୁ ବିଦା ହେବାକୁ ପଡି ନଥାନ୍ତା। ଆମେରିକା ହିଁ ତାଙ୍କୁ ଷଡ଼ଯନ୍ତ୍ର କରି କ୍ଷମତାଚ୍ୟୁତ କରିଛି ବୋଲି ଶେଖ ହାସିନା ଅଭିଯୋଗ କରିଛନ୍ତି। 

ତେବେ ଆମେରିକା ବିରୋଧରେ କାହିଁକି ଏମିତି ଆଭିଯୋଗ ଆଣିଲେ ହାସିନା? ସେଣ୍ଟ ମାର୍ଟିନ ଆଇଲ୍ୟାଣ୍ଡ କେଉଁଠି ଅଛି ଓ ଆମେରିକା କାହିଁକି ଏହାକୁ ନେବାକୁ ଚାହୁଁଛି? କ’ଣ ଏହାର ଇତିହାସ? ବାଂଲାଦେଶ ପାଇଁ ଏହି ଦ୍ୱୀପର ଗୁରୁତ୍ୱ କେତେ? ଶେଖ ହସିନାଙ୍କ ଅଭିଯୋଗ କ୍ରମେ ଏତେବଡ଼ କ୍ଷମତାଚ୍ୟୁତର କାହାଣୀ ପଛରେ ଥିବା ସେଣ୍ଟ ମାର୍ଟିନ ଆଇଲ୍ୟାଣ୍ଡ ବିଷୟରେ ଆସନ୍ତୁ ଜାଣିବା।

କେଉଁଠି ରହିଛି ଏହି ସେଣ୍ଟ ମାର୍ଟିନ ଆଇଲ୍ୟାଣ୍ଡ? 

ବଙ୍ଗୋପସାଗରର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ସେଣ୍ଟ ମାର୍ଟିନ ଦ୍ୱୀପ, ମିଆଁମାର ନିକଟ ବାଂଲାଦେଶର ଦକ୍ଷିଣତମ ଉପଦ୍ୱୀପ, କକ୍ସ ବଜାର-ଟେକନାଫରରୁ ପ୍ରାୟ ୯ କିଲୋମିଟର ଦକ୍ଷିଣ ଆଡ଼େ ରହିଥିବା ଏକ ଛୋଟ ଦ୍ୱୀପ ଅଟେ। ଏହା ବାଂଲାଦେଶର ଏକମାତ୍ର କୋରାଲ ଦ୍ୱୀପ। ଏହି ଦ୍ୱୀପର ପୃଷ୍ଠଭୂମି ମାତ୍ର ତିନି ବର୍ଗ କିଲୋମିଟର ହୋଇଥିବା ବେଳେ ସେଠାରେ ପ୍ରାୟ ୩,୭୦୦ ଲୋକ ରହୁଛନ୍ତି। ଏମାନେ ମୁଖ୍ୟତଃ ମାଛ ଧରିବା ଓ ଚାଷ କରିବା, ଧାନ ଚାଷ, ନଡ଼ିଆ ଚାଷ ଏବଂ ସାମୁଦ୍ରିକ ଅମଳ ସହିତ ଜଡିତ ଚାଷ କରନ୍ତି। ଏହାକୁ ମିଆଁମାରକୁ ରପ୍ତାନି ନିଜର ଗୁଜୁରାଣ ମେଣ୍ଟାନ୍ତି।

ଶେଖ ହାସିନାଙ୍କର ଗୋଟିଏ ଅଭିଯୋଗ ପରେ ଏହି ଦ୍ୱୀପଟି ଚର୍ଚ୍ଚାର ପରିସରକୁ ଆସିଥିଲା। ବାଂଲାଦେଶ ନ୍ୟାସନାଲ ପାର୍ଟି(ବିଏନପି) ମୁଖ୍ୟ ଖାଲିଦା ଜିଆ ନିର୍ବାଚନରେ ଜିତାଇବା ଡିଲ୍ କରି ଏହି ଦ୍ୱୀପଟିକୁ ଆମେରିକା ହାତରେ ବିକ୍ରି କରିବାକୁ ଚାହୁଁଛନ୍ତି। ଆଉ ଆମେରିକା ସେଠି ସୈନ୍ୟ ଆଡ୍ଡା ତିଆରି କରିବାକୁ ଚାହୁଁଛି ବୋଲି ଶେଖ୍ ହାସିନା ଅଭିଯୋଗ କରିଥିଲେ। ଏହାପରେ ବାଂଲାଦେଶ ଠାରୁ ଆରମ୍ଭ କରି ସାରା ବିଶ୍ୱରେ ସେଣ୍ଟ ମାର୍ଟିନ ଦ୍ୱୀପ ଏକ ଚର୍ଚ୍ଚିତ ଭୂଖଣ୍ଡ ପାଲଟିଗଲା। 

ତେବେ ଶେଖ ହାସନାଙ୍କର ଏଭଳି ଦାବିକୁ ଆମେରା ସବୁବେଳେ ଖଣ୍ଡନ କରି ଆସିଛି। ବାଂଲାଦେଶର ସାର୍ବଭୌମତ୍ୱକୁ ସମ୍ମାନ ଦେବା ଏବଂ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ମାଧ୍ୟମରେ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବା ଆମେରିକା ଗୁରୁତ୍ୱ ଦିଏ ବୋଲି ଆମେରିକା ବୈଦେଶିକ ବିଭାଗ କହିଛି। 

ସେଣ୍ଟ ମାର୍ଟିନ ଆଇଲ୍ୟାଣ୍ଡର ଇତିହାସ

ଏହି ଦୀପରେ ବହୁ ପରିମାଣରେ ନଡ଼ିଆଗଛ ଥିବାରୁ ଏହାର ପୂର୍ବତନ ବେଙ୍ଗଲି ନାଁ ହେଉଛି ନାରିକେଳ ଜିନଜିରା ବା କୋକାନଟ ଆଇଲ୍ୟଣ୍ଡ। ଏହାକୁ ଦାରୁଚିନି ଦ୍ୱୀପ ଓ ସିନାମୋନ ଆଇଲ୍ୟାଣ୍ଡ ବୋଲି ବି କୁହାଯାଏ। ଏହି ଦ୍ୱୀପଟି ଥରେ ଟେକ୍‌ନାଫ୍ ଉପଦ୍ୱୀପ ପର୍ଯ୍ୟନ୍ତ ଲାଗିଥିଲା। କିନ୍ତୁ ଏହାର କିଛି ଅଂଶର ଜଳମଗ୍ନ  ହୋଇଯିବା ହେତୁ ଏହା ଅଲଗା ଟେକ୍‌ନାଲଫରୁ ଅଲଗା ହୋଇଗଲା। ହେଲେ ପରେ ବାଂଲାଦେଶର ମୁଖ୍ୟ ଭୂମିରୁ ଅଲଗା ହୋଇଥିବା ଏକ ଦକ୍ଷିଣ ଭୂବାଗରେ କ ଦ୍ୱୀପ ଭାବେ ଗଠନ ହେଲା। ଇଏତ ଥିଲା ଭୌଗଳିକ ସ୍ଥିତି। ଏହି ଦ୍ୱୀପର ଇତିହାସ ବି ଖୁବ୍ ବଡ଼। ଅଷ୍ଟାଦଶ ସପ୍ତାବ୍ଦୀରେ ଆରବର ବଣିକମାନେ ଏହି ଦ୍ୱୀପକୁ ଆବିଷ୍କାର କରିବା ସହ ଏହାର ନାମ ରଖିଥିଲେ ଜଜିରା। । ଉନବିଂଶ ଶତାବ୍ଦିରେ ବ୍ରିଟିଶ ଲ୍ୟାଣ୍ଡ ସର୍ଭେ ଟିମ୍ ଏହାକୁ ବ୍ରିଟିସ ଇଣ୍ଡିଆ ସହ ଯୋଡ଼ି ଦେଲେ। ଏବଂ ଜଣେ ଖ୍ରୀଷ୍ଟିଆନ ପାଦରୀ ସେଣ୍ଟ ମାର୍ଟିନଙ୍କ ନାଁରେ ଏହାର ନାମକରଣ କରାଗଲା। ତେବେ ଆଉ କେତେକ ଦାବିରେ କୁହାଯାଏ ଯେ ସେତେବେଳର ଚିତାଗଙ୍ଗର ଡେପୁଟି କମିଶନର ମିଷ୍ଟର ମାର୍ଟିନଙ୍କ ନାଁରେ ଏହାର ନାମକରଣ ହୋଇଛି। ୧୯୩୭ ମିଆଁମାର ଅଲଗା ହୋଇଯିବା ପରେ ବି ଏହି ଦ୍ୱୀପ ଭାରତର ଅଂଶ ହୋଇ ରହିଥିଲା। ଦେଶ ବିଭାଜନ ପରେ ୧୯୪୭ ମସିହାରେ ଏହା ପାକିସ୍ତାନ ଭାଗକୁ ଚାଲିଯାଇଥିଲା। ଏହାପରେ ୧୯୭୧ ମସିହା ବାଂଲାଦେଶ ସ୍ୱାଧୀନତା ପରେ ଦ୍ୱୀପଟି ବଂଲାଦେଶ ଭାଗକୁ ଚାଲିଆସିଲା। ଏହି ଦ୍ୱୀପଟି ବାଂଲାଦେଶର ଅଂଶ ହୋଇ ରହିବ ବୋଲି ୧୯୭୪ରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଚୁକ୍ତି ହୋଇଥିଲା।
ସୀମାକୁ ନେଇ ମିଆଁମାର ସହ ବିବାଦ

୧୯୭୪ ଚୁକ୍ତିନାମା ସତ୍ତ୍ୱେ ବି,ଦ୍ୱୀପର ସାମୁଦ୍ରିକ ସୀମା ନିର୍ଦ୍ଧାରଣକୁ ନେଇ କିଛି ସମସ୍ୟା ରହିଥିଲା। ବାଂଲାଦେଶୀ ମତ୍ସ୍ୟଜୀବୀମାନେ ସେମାନଙ୍କର ଏହି ଦ୍ୱୀପକୁ ମାଛ ମାରିବାକୁ ବ୍ୟବହାର କରୁଥିବା ବେଳେ ଅନେକ ସମୟରେ ମିଆମାର ନୌସେନାର ଗୁଳିର ଶିକାର ହୁଅନ୍ତି। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଦ୍ୱୀପ ଉପରେ ବାଂଲାଦେଶୀ ମାଲିକାନାକୁ ନେଇ କୌଣସି ପ୍ରଶ୍ନର ଉଠି ନାହିଁ। କିନ୍ତୁ, ବଙ୍ଗୋପସାଗର ନିକଟରେ ଥିବାରୁ ଏହାର ରଣନୀତିକ ସ୍ଥିତିରେ ଖୁବ୍ ଗୁରୁତ୍ୱବହନ କରୁଛି। ଏହି ଦ୍ୱୀପକୁ ନିଜ ଅକ୍ତିଆର ଆଣିବାକୁ ବିକଶିତ ଦେଶଗୁଡ଼ିକ ନଜର ରଖି ବସିଛନ୍ତି। ତେଣୁ ଭବିଷ୍ୟତରେ ଯେ ଏହି ଦ୍ୱୀପ ପାଇଁ ଯୁଦ୍ଧ ହେବ ନାହିଁ କେହି କହିପାରିବେ ନାହିଁ। 

୨୦୧୨ ରେ, ଆନ୍ତର୍ଜାତୀୟ ଟ୍ରିବ୍ୟୁନାଲ୍ ଫର୍ ଲ ଅଫ୍ ସି (ITLOS) ବାଂଲାଦେଶ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ଏହି କୋରାଲ ଦ୍ୱୀପ ଉପରେ ବାଂଲାଦେଶର ଅଧିକାର ସାବ୍ୟସ୍ତ କରିଥିଲେ ଟ୍ରିବ୍ୟୁନାଲ। ଯାହା ବାଂଲାଦେଶ ଜଳ  ଜଳ ସମ୍ପଦ ଏବଂ ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (EEZ) ପାଇଁ ମହତ୍ୱପୂର୍ଣ୍ଣ ଥିଲା।

ସେଣ୍ଟ ମାର୍ଟିନ ଦ୍ୱୀପର ଭୂରାଜନୈତିକ ପ୍ରଭାବ

୧୯୭୧ରେ ବାଂଲାଦେଶ କ୍ଷମତାକୁ ଆସିବା ପରଠାରୁ ସେଣ୍ଟ ମାର୍ଟିନ ଆଇଲ୍ୟାଣ୍ଡର ଦେଶର ରାଜନୀତିକୁ ପ୍ରଭାବିତ କରି ରଖିଛି। ବଙ୍ଗୋପସାଗରର ନିକଟବର୍ତ୍ତୀତା ଏବଂ ମିଆଁମାର ସହିତ ସାମୁଦ୍ରିକ ସୀମା ଲାଗିଥିବାରୁ ରଣନୈତିକ ସ୍ତରରେ ଏହି ଦ୍ୱୀପର ଗୁରୁତ୍ୱ ବଢ଼ିଯାଉଛି। ତେଣୁ ଅନ୍ତର୍ଜାତୀୟ ସ୍ତରରେ ଦ୍ୱୀପକୁ କବ୍ଜା କରିବାକୁ ଆଗ୍ରହ ବଢ଼ୁଛି। ବିଶେଷ କରି ଆମେରିକା ଏବଂ ଚୀନ୍ ଏଠାରେ ନିଜର ଉପସ୍ଥିତି ଜାହିର କରିବାକୁ ଚାହୁଁଛି।