ସିରାଜ୍-କୋହଲିଙ୍କ ପରେ ଜାଡେଜା; ଅଷ୍ଟ୍ରେଲିଆ ଗଣମାଧ୍ୟମ ଟାର୍ଗେଟରେ ଟିମ୍ ଇଣ୍ଡିଆ
ମୁମ୍ବାଇ: ବର୍ଡର-ଗାଭାସ୍କର ଟ୍ରଫି ପାକଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ତିନୋଟି ମ୍ୟାଚ୍ ଶେଷ ହୋଇଥିବା ବେଳେ ୨ଟି ମ୍ୟାଚ୍ ବାକି ରହିଛି । ଭାରତ ଏବଂ ଅଷ୍ଟ୍ରେଲିଆ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ଥିବା ବେଳେ ତୃତୀୟ ଟେଷ୍ଟ ଡ୍ର’ ହୋଇଛି । ଏହି ସିରିଜ୍ ଚତୁର୍ଥ ମ୍ୟାଚ୍ ଆସନ୍ତା ୨୬ ତାରିଖରେ ଏମସିଜି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ଜୋରଦାର ଅଭ୍ୟାସରେ ଲାଗି ପଡ଼ିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି ମାନେ । ତେବେ ଚତୁର୍ଥ ଟେଷ୍ଟ ପୂର୍ବରୁ ବିବାଦ ଦେଖାଦେଇଛି । ଏହାର କେନ୍ଦ୍ର ବିନ୍ଦୁ ପାଲଟିଛି ଅଷ୍ଟ୍ରେଲିଆ ଗଣମାଧ୍ୟମ । ଭାରତୀୟ ଟିମକୁ କୌଣସି ନା କୌଣସି ଉପାୟରେ ଟାର୍ଗେଟ୍ କରିବା ପ୍ରୟାସରେ ରହିଛି । ପ୍ରଥମେ ବିରାଟ୍ କୋହଲିଙ୍କ ବିନା ଅନୁମତିରେ ତାଙ୍କ ଫ୍ୟାମିଲି ଫଟୋ ଉଠାଇଥିଲେ । ଏହାକୁ ନେଇ ବିରାଟ ଅସନ୍ତୋଷ ପ୍ରକାଶ କରିବା ସହିତ ମହିଳା ସାମ୍ବାଦିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ । ଆଉ ଏବେ ରବୀନ୍ଦ୍ର ଜାଡେଜାଙ୍କ ପଛରେ ପଡ଼ିଯାଇଛି ଅଷ୍ଟ୍ରେଲିଆ ଗଣମାଧ୍ୟମ । ଡିସେମ୍ବର ୨୧ ତାରିଖରେ ରବୀନ୍ଦ୍ର ଜାଡେଜା ଭାରତୀୟ ମିଡିଆକୁ ସମ୍ବୋଧିତ କରୁଥିବା ବେଳେ ବିନା ଅନୁମତିରେ ପ୍ରବେଶ କରି ପ୍ରଶ୍ନ କରିଥିଲେ । ହେଲେ ସାର୍ ଜାଡେଜା ଅଷ୍ଟ୍ରେଲିଆ ସାମ୍ବାଦିକଙ୍କ କୌଣସି ପ୍ରଶ୍ନର ଜବାବ ଦେଇନଥିଲେ । ଭାରତୀୟ ସାମ୍ବାଦିକଙ୍କ ସମସ୍ତ ପ୍ର
ମୁମ୍ବାଇ: ବର୍ଡର-ଗାଭାସ୍କର ଟ୍ରଫି ପାକଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ତିନୋଟି ମ୍ୟାଚ୍ ଶେଷ ହୋଇଥିବା ବେଳେ ୨ଟି ମ୍ୟାଚ୍ ବାକି ରହିଛି । ଭାରତ ଏବଂ ଅଷ୍ଟ୍ରେଲିଆ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ଥିବା ବେଳେ ତୃତୀୟ ଟେଷ୍ଟ ଡ୍ର’ ହୋଇଛି । ଏହି ସିରିଜ୍ ଚତୁର୍ଥ ମ୍ୟାଚ୍ ଆସନ୍ତା ୨୬ ତାରିଖରେ ଏମସିଜି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ଜୋରଦାର ଅଭ୍ୟାସରେ ଲାଗି ପଡ଼ିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି ମାନେ ।
ତେବେ ଚତୁର୍ଥ ଟେଷ୍ଟ ପୂର୍ବରୁ ବିବାଦ ଦେଖାଦେଇଛି । ଏହାର କେନ୍ଦ୍ର ବିନ୍ଦୁ ପାଲଟିଛି ଅଷ୍ଟ୍ରେଲିଆ ଗଣମାଧ୍ୟମ । ଭାରତୀୟ ଟିମକୁ କୌଣସି ନା କୌଣସି ଉପାୟରେ ଟାର୍ଗେଟ୍ କରିବା ପ୍ରୟାସରେ ରହିଛି । ପ୍ରଥମେ ବିରାଟ୍ କୋହଲିଙ୍କ ବିନା ଅନୁମତିରେ ତାଙ୍କ ଫ୍ୟାମିଲି ଫଟୋ ଉଠାଇଥିଲେ । ଏହାକୁ ନେଇ ବିରାଟ ଅସନ୍ତୋଷ ପ୍ରକାଶ କରିବା ସହିତ ମହିଳା ସାମ୍ବାଦିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ । ଆଉ ଏବେ ରବୀନ୍ଦ୍ର ଜାଡେଜାଙ୍କ ପଛରେ ପଡ଼ିଯାଇଛି ଅଷ୍ଟ୍ରେଲିଆ ଗଣମାଧ୍ୟମ । ଡିସେମ୍ବର ୨୧ ତାରିଖରେ ରବୀନ୍ଦ୍ର ଜାଡେଜା ଭାରତୀୟ ମିଡିଆକୁ ସମ୍ବୋଧିତ କରୁଥିବା ବେଳେ ବିନା ଅନୁମତିରେ ପ୍ରବେଶ କରି ପ୍ରଶ୍ନ କରିଥିଲେ । ହେଲେ ସାର୍ ଜାଡେଜା ଅଷ୍ଟ୍ରେଲିଆ ସାମ୍ବାଦିକଙ୍କ କୌଣସି ପ୍ରଶ୍ନର ଜବାବ ଦେଇନଥିଲେ । ଭାରତୀୟ ସାମ୍ବାଦିକଙ୍କ ସମସ୍ତ ପ୍ରଶ୍ନର ଉତ୍ତର ହିନ୍ଦୀ ଭାଷାରେ ଦେଇଥିଲେ । ଯାହାକୁ ନେଇ ଚିଡ଼ି ଯାଇଥିଲେ ଅଷ୍ଟ୍ରେଲିଆ ଗଣମାଧମ ।
ସେପଟେ ରବୀନ୍ଦ୍ର ଜାଡେଜା କାହିଁକି ଅଷ୍ଟ୍ରେଲିଆ ମିଡିଆକୁ ସମ୍ବୋଧିତ କଲେ ନାହିଁ ତା’ର ଉତ୍ତର ରଖିଛନ୍ତି ଟିମ୍ ଇଣ୍ଡିଆ ମିଡିଆ ମ୍ୟାନେଜର ମ୍ୟାଲିନ୍ ପାରିଖ । ସେ କହିଛନ୍ତି, ଜାଡେଜାଙ୍କ ନିକଟରେ ସେତି ସମୟ ନଥିଲା ଇଂରାଜୀରେ ଉତ୍ତର ରଖିବାକୁ, କାରଣ ହୋଟେଲ ଯିବା ପାଇଁ ଟିମ୍ ଲାଗି ସାରିଥିଲା ।