ଟ୍ରେଲର ଧକ୍କାରେ ପିକ୍‌ଅପ୍‌ ଚାଳକ, ହେଲପର ମୃତ

ନିରାକାରପୁର,୨୭ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଟ୍ରେଲର ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁ ପିକ୍‌ଅପ୍‌ ଚାଳକ ଓ ହେଲପର ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଚାଳକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ମେଦିନୀପୁର ଅଞ୍ଚଳର ଶାନ୍ତନୁ ସୌ (୨୭) ଏବଂ ହେଲପର ଜଣକ ଉକ୍ତ ଅଞ୍ଚଳର ଜାହିର ମଲିକ (୨୨)ବୋଲି ଜଣାଯାଇଛି। ଜଙ୍କିଆ ପୋଲିସ ସୂଚନାନୁଯାୟୀ, ଡବ୍ଲ୍ୟୁବି ୩୧-୯୪୭୯ ନମ୍ବର ବିଶିଷ୍ଟ ଏକ ପିକ୍‌ଅପ୍‌ ବ୍ରହ୍ମପୁର ପଟୁ କଟକ ଅଭିମୁଖେ ଯାଉଥିଲା। ହେଲେ ଗତ ରାତି ପ୍ରାୟ ୯ଟାବେଳେ […] The post ଟ୍ରେଲର ଧକ୍କାରେ ପିକ୍‌ଅପ୍‌ ଚାଳକ, ହେଲପର ମୃତ appeared first on Dharitri Odia News.

ଟ୍ରେଲର ଧକ୍କାରେ ପିକ୍‌ଅପ୍‌ ଚାଳକ, ହେଲପର ମୃତ

ନିରାକାରପୁର,୨୭ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଟ୍ରେଲର ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁ ପିକ୍‌ଅପ୍‌ ଚାଳକ ଓ ହେଲପର ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଚାଳକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ମେଦିନୀପୁର ଅଞ୍ଚଳର ଶାନ୍ତନୁ ସୌ (୨୭) ଏବଂ ହେଲପର ଜଣକ ଉକ୍ତ ଅଞ୍ଚଳର ଜାହିର ମଲିକ (୨୨)ବୋଲି ଜଣାଯାଇଛି।

ଜଙ୍କିଆ ପୋଲିସ ସୂଚନାନୁଯାୟୀ, ଡବ୍ଲ୍ୟୁବି ୩୧-୯୪୭୯ ନମ୍ବର ବିଶିଷ୍ଟ ଏକ ପିକ୍‌ଅପ୍‌ ବ୍ରହ୍ମପୁର ପଟୁ କଟକ ଅଭିମୁଖେ ଯାଉଥିଲା। ହେଲେ ଗତ ରାତି ପ୍ରାୟ ୯ଟାବେଳେ ସ୍ଥାନୀୟ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକସ୍ଥିତ ମଲାଗୁଣୀ ବ୍ରିଜ୍‌ ଉପରେ ଗାଡ଼ିଟିର ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭୟ ଗାଡ଼ିଟିକୁ ରାସ୍ତା ପାର୍ଶ୍ୱରେ ଲଗାଇ ମରାମତି କରୁଥିଲେ। ଠିକ୍‌ ସେହି ସମୟରେ ପଛପଟୁ ଓଡ଼ି-୧୪ଏଲ -୫୩୪୯ ନମ୍ବର ବିଶିଷ୍ଟ ଏକ ଟ୍ରେଲର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟ ଗୁରୁତର ହୋଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲ ପଠାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇ ଟ୍ରେଲର ଚାଳକ ଜଣକ ଗିରଫ ଭୟରେ ଫେରାର ହୋଇଯାଇଛନ୍ତି। ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡିକୁ ପୋଲିସ ଜବତ କରିଛି। ଏନେଇ ୧୧୭/୨୪ରେ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ଋ଼ତୁମ୍ଭରା କର ସୂଚନା ଦେଇଛନ୍ତି। ଆଜି ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ପୋଲିସ ସୂଚନା ଦେଇଛି।

The post ଟ୍ରେଲର ଧକ୍କାରେ ପିକ୍‌ଅପ୍‌ ଚାଳକ, ହେଲପର ମୃତ appeared first on Dharitri Odia News.