ଟ୍ରୋଲ କରୁଥିବା ୟୁଟ୍ୟୁବର୍ସଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି, କୋର୍ଟଙ୍କ ଦ୍ୱାରସ୍ଥ ହେଲେ ‘ଶିଶୁ ସନ୍ଥ’
ନୂଆଦିଲ୍ଲୀ: ‘ଶିଶୁ ସନ୍ଥ’ ଭାବରେ ଜଣାଶୁଣା ୧୦ ବର୍ଷିୟ ଅଭିନବ ଅରୋରାଙ୍କୁ ଟ୍ରୋଲ କରି ଫସିପାରନ୍ତି ୟୁଟ୍ୟୁବର୍ସ। ତାଙ୍କୁ ପରିହାସ କରୁଥିବା ନେଇ ୟୁଟ୍ୟୁବର୍ସଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଆବେଦନକୁ ଗ୍ରହଣ କରିବା ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୫ ଜାନୁୟାରୀ ୩ରେ ହେବ। ତାଙ୍କ ଓକିଲ ପଙ୍କଜ ଆର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଯୁବ ପ୍ରଭାବଶାଳୀମାନଙ୍କୁ ହଇରାଣ କରିବା ଏବଂ ଟ୍ରୋଲ କରିବା ଅଭିଯୋଗରେ ଆଡଭୋକେଟ୍ ପଙ୍କଜ ଆର୍ଯ୍ୟ ଦିଲ୍ଲୀ କୋର୍ଟରେ ଏକ ଏତଲା ଦାୟର କରିଛନ୍ତି। କୋର୍ଟରେ ଶୁଣାଣି ପରେ ପଙ୍କଜ ଆର୍ଯ୍ୟ କହିଛନ୍ତି ଯେ ଆଇନଗତ ପ୍ରକ୍ରିୟା ଚାଲିଛି ଏବଂ ପରବର୍ତ୍ତୀ ଶୁଣାଣି ତାରିଖ ଜାନୁୟାରୀ ୩ ତାରିଖ ସ୍ଥିର କରାଯାଇଛି। ଓକିଲ ପଙ୍କଜ ଆର୍ଯ୍ୟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆମେ କୋର୍ଟଙ୍କ ନିକଟକୁ ଯାଇଛୁ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ନିକଟକୁ ଯିବାକୁ ହେଲେ ବି ଆମେ ସେମାନଙ୍କୁ ଛାଡିବୁ ନାହିଁ। ଆର୍ଯ୍ୟ କହିଛନ୍ତି ଯେ ଆମେ ଏହି ୟୁଟ୍ୟୁବର୍ସ ବିରୋଧରେ ଏଫ୍ଆଇଆର୍ ଦାବି କରିଛୁ। ତିନି ବର୍ଷ ବୟସରେ ନିଜର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଥିବା ଅଭିନବ ଆରୋରା ନିକଟ ଅତୀତରେ ତାଙ୍କର ଧାର୍ମିକ ବିଶ୍ୱାସ ସହ ଜଡିତ ଅପମାନ ସମେତ ଅନେକ ବ୍ୟକ୍ତିଗତ ଆକ୍ରମଣ ତଥା ଟ୍ରୋଲର ସମ୍ମୁଖୀନ ହୋଇଥିଲେ।ଦିଲ୍ଲୀର ୧୦ ବର୍ଷୀୟ ଅଭିନବ ଆରୋରା ଜଣେ ଆଧ୍ୟା
ନୂଆଦିଲ୍ଲୀ: ‘ଶିଶୁ ସନ୍ଥ’ ଭାବରେ ଜଣାଶୁଣା ୧୦ ବର୍ଷିୟ ଅଭିନବ ଅରୋରାଙ୍କୁ ଟ୍ରୋଲ କରି ଫସିପାରନ୍ତି ୟୁଟ୍ୟୁବର୍ସ। ତାଙ୍କୁ ପରିହାସ କରୁଥିବା ନେଇ ୟୁଟ୍ୟୁବର୍ସଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଆବେଦନକୁ ଗ୍ରହଣ କରିବା ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୫ ଜାନୁୟାରୀ ୩ରେ ହେବ। ତାଙ୍କ ଓକିଲ ପଙ୍କଜ ଆର୍ଯ୍ୟ ଏହି ସୂଚନା ଦେଇଛନ୍ତି।
ସୋସିଆଲ ମିଡିଆରେ ଯୁବ ପ୍ରଭାବଶାଳୀମାନଙ୍କୁ ହଇରାଣ କରିବା ଏବଂ ଟ୍ରୋଲ କରିବା ଅଭିଯୋଗରେ ଆଡଭୋକେଟ୍ ପଙ୍କଜ ଆର୍ଯ୍ୟ ଦିଲ୍ଲୀ କୋର୍ଟରେ ଏକ ଏତଲା ଦାୟର କରିଛନ୍ତି। କୋର୍ଟରେ ଶୁଣାଣି ପରେ ପଙ୍କଜ ଆର୍ଯ୍ୟ କହିଛନ୍ତି ଯେ ଆଇନଗତ ପ୍ରକ୍ରିୟା ଚାଲିଛି ଏବଂ ପରବର୍ତ୍ତୀ ଶୁଣାଣି ତାରିଖ ଜାନୁୟାରୀ ୩ ତାରିଖ ସ୍ଥିର କରାଯାଇଛି।
ଓକିଲ ପଙ୍କଜ ଆର୍ଯ୍ୟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆମେ କୋର୍ଟଙ୍କ ନିକଟକୁ ଯାଇଛୁ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ନିକଟକୁ ଯିବାକୁ ହେଲେ ବି ଆମେ ସେମାନଙ୍କୁ ଛାଡିବୁ ନାହିଁ। ଆର୍ଯ୍ୟ କହିଛନ୍ତି ଯେ ଆମେ ଏହି ୟୁଟ୍ୟୁବର୍ସ ବିରୋଧରେ ଏଫ୍ଆଇଆର୍ ଦାବି କରିଛୁ। ତିନି ବର୍ଷ ବୟସରେ ନିଜର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଥିବା ଅଭିନବ ଆରୋରା ନିକଟ ଅତୀତରେ ତାଙ୍କର ଧାର୍ମିକ ବିଶ୍ୱାସ ସହ ଜଡିତ ଅପମାନ ସମେତ ଅନେକ ବ୍ୟକ୍ତିଗତ ଆକ୍ରମଣ ତଥା ଟ୍ରୋଲର ସମ୍ମୁଖୀନ ହୋଇଥିଲେ।
ଦିଲ୍ଲୀର ୧୦ ବର୍ଷୀୟ ଅଭିନବ ଆରୋରା ଜଣେ ଆଧ୍ୟାତ୍ମିକ ଗୁରୁ ବୋଲି ବିବୋଚନା କରନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ଏକ ଲକ୍ଷ ଫଲୋଅର୍ସ ଅଛନ୍ତି। ଅଭିନବ ମଧ୍ୟ ତାଙ୍କ ଅନୁଗାମୀମାନଙ୍କ ମଧ୍ୟରେ 'ଶିଶୁ ସାଧୁ' ଆଖ୍ୟା ଅର୍ଜନ କରିଛନ୍ତି। ସେ ନିଜକୁ ବଳରାମ ବୋଲି କୁହନ୍ତି ଏବଂ ଶ୍ରୀକୃଷ୍ଣଙ୍କୁ ତାଙ୍କ ସାନଭାଇ ଭାବରେ ପୂଜା କରନ୍ତି।