ଟ୍ରୋଲର୍ସଙ୍କୁ ଜବାବ ଦେଲେ କରନ୍
ମୁମ୍ବାଇ: ଆଲିଆ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ‘ଜିଗ୍ରା’ ନିକଟରେ ଖୁବ୍ ଚର୍ଚ୍ଚାରେ ରହିଛି। ତେବେ ଫିଲ୍ମର ପ୍ରମୋଶନବେଳେ ଏକ ସାକ୍ଷାତ୍କାରରେ ଏହାର ନିର୍ଦ୍ଦେଶକ ଭାସନ୍ ବାଲାଙ୍କ ଏକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ‘ଜିଗ୍ରା’ ଫିଲ୍ମ ନିର୍ମାତା କରନ୍ ଜୋହର ଏହି ଫିଲ୍ମର ଅସମ୍ପୂର୍ଣ୍ଣ ସ୍କ୍ରିପ୍ଟକୁ କେନ୍ଦ୍ର କରି ତାଙ୍କ ବିନା ଅନୁମତିରେ ଫିଲ୍ମର ଲିଡ୍ ରୋଲ୍ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଚୟନ କରିଥିଲେ ବୋଲି ଭାସନ୍ ଏହି ସାକ୍ଷାତ୍କାରରେ କହିଥିଲେ। ସେତେବେଳେ ସେ […] The post ଟ୍ରୋଲର୍ସଙ୍କୁ ଜବାବ ଦେଲେ କରନ୍ appeared first on Dharitri Odia News.
ମୁମ୍ବାଇ: ଆଲିଆ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ‘ଜିଗ୍ରା’ ନିକଟରେ ଖୁବ୍ ଚର୍ଚ୍ଚାରେ ରହିଛି। ତେବେ ଫିଲ୍ମର ପ୍ରମୋଶନବେଳେ ଏକ ସାକ୍ଷାତ୍କାରରେ ଏହାର ନିର୍ଦ୍ଦେଶକ ଭାସନ୍ ବାଲାଙ୍କ ଏକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ‘ଜିଗ୍ରା’ ଫିଲ୍ମ ନିର୍ମାତା କରନ୍ ଜୋହର ଏହି ଫିଲ୍ମର ଅସମ୍ପୂର୍ଣ୍ଣ ସ୍କ୍ରିପ୍ଟକୁ କେନ୍ଦ୍ର କରି ତାଙ୍କ ବିନା ଅନୁମତିରେ ଫିଲ୍ମର ଲିଡ୍ ରୋଲ୍ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଚୟନ କରିଥିଲେ ବୋଲି ଭାସନ୍ ଏହି ସାକ୍ଷାତ୍କାରରେ କହିଥିଲେ। ସେତେବେଳେ ସେ କରନ୍ଙ୍କ ଏହି ନିଷ୍ପତ୍ତିରେ ଖୁସି ନ ଥିଲେ ବୋଲି ଭାସନ୍ କହିଥିଲେ। ଭାସନ୍ଙ୍କ ଏହି ମନ୍ତବ୍ୟ ଭାଇରାଲ ହେବା ସହ ଏହାକୁ ନେଇ ଅନେକ ସୋସିଆଲ ମିଡିଆ ୟୁଜର୍ସ ଫିଲ୍ମ ନିର୍ମାତା କରନ୍ ଜୋହରଙ୍କୁ ଟ୍ରୋଲ୍ କରିଥିଲେ। ଶେଷରେ କରନ୍ ରବିବାର ଏହି ପ୍ରସଙ୍ଗକୁ ନେଇ ନିଜର ନୀରବତା ଭାଙ୍ଗିଛନ୍ତି।
କରନ୍ ଏକ ଇନ୍ଷ୍ଟାଗ୍ରାମ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଜୀବନକୁ ସବୁବେଳେ ସ୍ଥିର ରଖିବା ଉଚିତ, ଯେପରି ନକାରାତ୍ମକ ଲୋକଙ୍କ ମୁହଁ ବନ୍ଦ କରାଯାଇ ପାରିବ। ଏଥିପାଇଁ ଦୃଢ଼ ହେବାକୁ ପଡ଼ିବ। ଏହାସହ ସେ ‘ଜିଗ୍ରା’ ନିର୍ଦ୍ଦେଶକ ଭାସନ୍ ବାଲାଙ୍କ ଉକ୍ତ ସାକ୍ଷାତ୍କାରକୁ ସମ୍ପୂର୍ଣ୍ଣ ଭାବେ ଭଲ କରି ଦେଖିବାକୁ ତାଙ୍କୁ ଟ୍ରୋଲ୍ କରିଥିବା ୟୁଜର୍ସଙ୍କୁ ପରାମର୍ଶ ଦେଇଛନ୍ତି।
The post ଟ୍ରୋଲର୍ସଙ୍କୁ ଜବାବ ଦେଲେ କରନ୍ appeared first on Dharitri Odia News.