୪୮ ବର୍ଷ ବୟସରେ ପ୍ରେମିକ ଖୋଜୁଛନ୍ତି ଅଭିନେତ୍ରୀ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୪୮ ବର୍ଷରେ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ୧୬ ବର୍ଷ ସାନ ରୋହମାନ ଶଲଙ୍କଠାରୁ ବ୍ରେକ୍‌ଅପ୍‌ ପରେ ସୁସ୍ମିତାଙ୍କ ନାଁ ଲଲିତ ମୋଦିଙ୍କ ସହ ମଧ୍ୟ ଜଡିତ ଥିଲା। କିନ୍ତୁ ଏବେ ସେ ସିଙ୍ଗଲ୍‌ ଥିବା କହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସୁସ୍ମିତା ସେନ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ସମ୍ପର୍କକୁ ନେଇ ଖୋଲାଖୋଲି ମତ ରଖିଥିଲେ। ୪୮ ବର୍ଷ ବର୍ଷୀୟା […] The post ୪୮ ବର୍ଷ ବୟସରେ ପ୍ରେମିକ ଖୋଜୁଛନ୍ତି ଅଭିନେତ୍ରୀ appeared first on Dharitri Odia News.

୪୮ ବର୍ଷ ବୟସରେ ପ୍ରେମିକ ଖୋଜୁଛନ୍ତି ଅଭିନେତ୍ରୀ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୪୮ ବର୍ଷରେ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ୧୬ ବର୍ଷ ସାନ ରୋହମାନ ଶଲଙ୍କଠାରୁ ବ୍ରେକ୍‌ଅପ୍‌ ପରେ ସୁସ୍ମିତାଙ୍କ ନାଁ ଲଲିତ ମୋଦିଙ୍କ ସହ ମଧ୍ୟ ଜଡିତ ଥିଲା। କିନ୍ତୁ ଏବେ ସେ ସିଙ୍ଗଲ୍‌ ଥିବା କହିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ସୁସ୍ମିତା ସେନ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ସମ୍ପର୍କକୁ ନେଇ ଖୋଲାଖୋଲି ମତ ରଖିଥିଲେ। ୪୮ ବର୍ଷ ବର୍ଷୀୟା ସୁସ୍ମିତା ସ୍ପଷ୍ଟ ଭାବେ କହିଛନ୍ତି, ମୁଁ କାହାକୁ ଡେଟ କରୁନାହିଁ ଏବଂ ୨୦୨୧ରୁ ମୁଁ ସିଙ୍ଗ୍‌ଲ୍‌ ଅଛି। ମୋ ଜୀବନରେ ଅନେକ ଭଲ ବନ୍ଧୁ ଅଛନ୍ତି। ସେମାନଙ୍କ ସହ ମୁଁ ବେଶ୍‌ ଖୁସି ଅଛି।
ସୁସ୍ମିତା-ରୋହମାନ ଶଲଙ୍କୁ ପାଞ୍ଚ ବର୍ଷ ପରସ୍ପରକୁ ଡେଟ କରିଥିଲେ। ପରେ ସେମାନଙ୍କର ରାସ୍ତା ୨୦୨୧ରେ ଅଲଗା ହୋଇଯାଇଥିଲା। କିନ୍ତୁ ସୁସ୍ମିତା ଏବଂ ରୋହମାନ ପରସ୍ପରର ଭଲ ବନ୍ଧୁ ହୋଇ ରହିଛି। ଉଭୟଙ୍କ ଅନେକଥର ଏକାଠି ଦେଖିବାକୁ ମିଳେ।

The post ୪୮ ବର୍ଷ ବୟସରେ ପ୍ରେମିକ ଖୋଜୁଛନ୍ତି ଅଭିନେତ୍ରୀ appeared first on Dharitri Odia News.