ଦିବ୍ୟାଙ୍ଗ ପାଳିଲେ ପୂରାଉଆଁସ

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନେ ସୋମବାର ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ପୁରାଉଆଁସ ଆନନ୍ଦ ଉଲ୍ଲାସରେ ପାଳନ କରି ପରମ୍ପରାକୁ ଉଜ୍ଜୀବିତ କରିଛନ୍ତି। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସାଧୁ ନେପାକ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ୱତୀ ଦାଶ, ସର୍ଦ୍ଦାର ପ୍ରୀତମ ସିଂ, ସମ୍ବିଧାନ ସୁରକ୍ଷା ମଞ୍ଚର ଆବାହକ ପବିତ୍ର ଦେହେରୀ, ଅଭିନେତା ନନ୍ଦିଘୋଷ ମହାପାତ୍ର, ନେପାଳେଶ୍ୱର ନନ୍ଦ, ଦିବାକର ମାଝୀ, ପଣ୍ଡିତ ପ୍ରସନ୍ନ ଆଚାର୍ଯ୍ୟ, କମଳ […] The post ଦିବ୍ୟାଙ୍ଗ ପାଳିଲେ ପୂରାଉଆଁସ appeared first on Dharitri Odia News.

ଦିବ୍ୟାଙ୍ଗ ପାଳିଲେ ପୂରାଉଆଁସ

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନେ ସୋମବାର ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ପୁରାଉଆଁସ ଆନନ୍ଦ ଉଲ୍ଲାସରେ ପାଳନ କରି ପରମ୍ପରାକୁ ଉଜ୍ଜୀବିତ କରିଛନ୍ତି। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସାଧୁ ନେପାକ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ୱତୀ ଦାଶ, ସର୍ଦ୍ଦାର ପ୍ରୀତମ ସିଂ, ସମ୍ବିଧାନ ସୁରକ୍ଷା ମଞ୍ଚର ଆବାହକ ପବିତ୍ର ଦେହେରୀ, ଅଭିନେତା ନନ୍ଦିଘୋଷ ମହାପାତ୍ର, ନେପାଳେଶ୍ୱର ନନ୍ଦ, ଦିବାକର ମାଝୀ, ପଣ୍ଡିତ ପ୍ରସନ୍ନ ଆଚାର୍ଯ୍ୟ, କମଳ ସାହୁ, ରମେଶ ଦାଶ, ଜଟାଧାରୀ ପ୍ରଧାନ, ଭକ୍ତପ୍ରସାଦ ସାହୁ, ଅଶୋକ ପ୍ରଧାନ, ଅଶୋକ ଅଗ୍ରୱାଲ, ଶରତ ସାହୁ, ସୁବାସ ଚନ୍ଦ୍ର ପ୍ରଧାନ, ଆଶିଷ ମହାପାତ୍ର, ମନୋରଞ୍ଜନ ସାହୁ, ସହଦେବ ଜାଲ, ଶରତ ଚନ୍ଦ୍ର ସାହୁ, ହରଜିନ୍ଦର କୌର, କଲ୍ୟାଣୀ ଶତପଥୀ, ସୁରେଶ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ଅତିଥିମାନେ ପୂଜାର୍ଚ୍ଚା କରି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଟେରାକୋଟାରେ ସଜ୍ଜିତ ବଳଦ, ଘୋଡ଼ା, ହାତୀକୁ ଦିବ୍ୟାଙ୍ଗ ଛାତ୍ରମାନେ ଟାଣିଥିବାବେଳେ ଛାତ୍ରୀମାନେ ଗୃହିଣୀ ବେଶରେ ଚାଙ୍ଗୁଡ଼ିରେ ପୂଜା ସାମଗ୍ରୀ ଧରି ଆଗେଇ ଚାଲିଥିଲେ। ଟାଉନ ଥାନା ପରିସରରେ ଥାନାଧିକାରୀ ସତ୍ୟଜିତ୍‌ କଣ୍ଡାନକେଲ ଏବଂ ମୁଖ୍ୟ ଡାକଘର ଅଧିକାରୀ ନୃସିଂହ ପ୍ରସାଦ ମିଶ୍ର ପୂଜାର୍ଚ୍ଚନା କରିଥିଲେ। ଗୃହିଣୀ ବେଶରେ ଥିବା ଛାତ୍ରୀମାନେ ସଜ୍ଜିତ ବଳଦ, ଘୋଡ଼ାକୁ ପୂଜାର୍ଚ୍ଚନା କରି ଲଡ଼ୁ ଖାଇବାକୁ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡା. ଜୟଦେବ ସାହୁ, ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ, ଅଭୟ ପ୍ରଧାନ ଉଭୟ ବିଦ୍ୟାଳୟ ଏବଂ ଥାନା ପରିସରରେ ଅତିଥିମାନଙ୍କୁ ପୂଜାର୍ଚ୍ଚନା କରି ଅଙ୍ଗବସ୍ତ୍ର ପ୍ରଦାନ କରିଥିଲେ। ପୂଜା ପରେ ପୌରାଧ୍ୟକ୍ଷା ମାଝୀ କୃଷକ ବେଶରେ ସଜ୍ଜିତ ୩ ଛାତ୍ରଙ୍କୁ ସମ୍ମାନିତ କରିଥିଲେ। ଜାତୀୟ ପତାକା ରଙ୍ଗରେ ୯ଛାତ୍ରୀ ସଜ୍ଜିତ ହୋଇ ଦର୍ଶକମାନଙ୍କୁ ଜାତୀୟ ଚେତନାରେ ଉଦ୍‌ବୁଦ୍ଧ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ସହଯୋଗ କରିଥିଲେ।

The post ଦିବ୍ୟାଙ୍ଗ ପାଳିଲେ ପୂରାଉଆଁସ appeared first on Dharitri Odia News.