ଲଗେଜ ବ୍ୟାଗରେ ଯାଉଥିଲା ଗୋମାଂସ ପରେ…
ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ନିକଟରେ ମଙ୍ଗଳବାର ମଦ ଚୋରାଚାଲାଣ ରୋକିବାକୁ ଅବକାରୀ ବିଭାଗ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ ଚାଲିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ସ୍କୁଟିରେ ଦୁଇଟି ଲଗେଜ ବ୍ୟାଗ ଧରି ଭୁବନେଶ୍ୱର ପଟୁ ବ୍ରହ୍ମପୁର ଦିଗରେ ଯାଉଥିବା ବେଳେ ତାଙ୍କୁ ସନ୍ଦେହରେ ଅଟକାଇବା ବେଳେ ସେ ଉକ୍ତ ବ୍ୟାଗରେ ଗୋମାଂସ ରଖିଥିବା ସ୍ବୀକାର କରିଥିଲେ। ଏହି ଖବର ପ୍ରଘଟ ହେବା ପରେ ଭରସା ଗ୍ରାମବାସୀ ଓ ଖଲ୍ଲିକୋଟ […] The post ଲଗେଜ ବ୍ୟାଗରେ ଯାଉଥିଲା ଗୋମାଂସ ପରେ… appeared first on Dharitri Odia News.
ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ନିକଟରେ ମଙ୍ଗଳବାର ମଦ ଚୋରାଚାଲାଣ ରୋକିବାକୁ ଅବକାରୀ ବିଭାଗ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ ଚାଲିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ସ୍କୁଟିରେ ଦୁଇଟି ଲଗେଜ ବ୍ୟାଗ ଧରି ଭୁବନେଶ୍ୱର ପଟୁ ବ୍ରହ୍ମପୁର ଦିଗରେ ଯାଉଥିବା ବେଳେ ତାଙ୍କୁ ସନ୍ଦେହରେ ଅଟକାଇବା ବେଳେ ସେ ଉକ୍ତ ବ୍ୟାଗରେ ଗୋମାଂସ ରଖିଥିବା ସ୍ବୀକାର କରିଥିଲେ। ଏହି ଖବର ପ୍ରଘଟ ହେବା ପରେ ଭରସା ଗ୍ରାମବାସୀ ଓ ଖଲ୍ଲିକୋଟ ବଜରଙ୍ଗ ଦଳର କର୍ମୀମାନେ ସେଠାରେ ପହଞ୍ଚତ୍ ସ୍କୁଟି ସହ ଗୋମାଂସ ଚାଲାଣକାରୀଙ୍କୁ ଖଲ୍ଲିକୋଟ ଥାନା ଜିମା ଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଟଣୀ ଅଞ୍ଚଳର। ସେ ଜଟଣୀରୁ ଜଣେ ବ୍ୟକ୍ତିଙ୍କଠାରୁ ଗୋମାଂସ କିଣି ବ୍ରହ୍ମପୁର ଖୋଡ଼ାସିଂ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ଯୋଗାଇଥାନ୍ତି ବୋଲି ସ୍ବୀକାର କରିଛନ୍ତି। ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।
The post ଲଗେଜ ବ୍ୟାଗରେ ଯାଉଥିଲା ଗୋମାଂସ ପରେ… appeared first on Dharitri Odia News.