ହତ୍ୟାକାଣ୍ଡ ରାୟ ପ୍ରକାଶ: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ
ଖୋର୍ଦ୍ଧା,୨୫ା୪(ପ୍ରଭାତ ପାଣିଗ୍ରାହୀ): ୧୦ବର୍ଷ ପରେ ଏକ ହତ୍ୟାକାଣ୍ଡ ରାୟ ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ୍ (୧ମ) ମଞ୍ଜୁଲତା ଲେଙ୍କା ୩୦୨ ଦଫାରେ ୪ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ ବାଣପୁର ଅଞ୍ଚଳର ଆଶିଷ ବିଶ୍ବାଳ, ମାନସ ପାତ୍ର, ସନାତନ ବିଶ୍ୱାଳ ଓ ଆଲୋକ ବିଶ୍ୱାଳ। ଏଥିରେ ପୂର୍ବରୁ ଦୁଇ ଜଣ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଓ ଶ୍ରୀନିବାସ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି। ମାମଲାରୁ ପ୍ରକାଶ […] The post ହତ୍ୟାକାଣ୍ଡ ରାୟ ପ୍ରକାଶ: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.
ଖୋର୍ଦ୍ଧା,୨୫ା୪(ପ୍ରଭାତ ପାଣିଗ୍ରାହୀ): ୧୦ବର୍ଷ ପରେ ଏକ ହତ୍ୟାକାଣ୍ଡ ରାୟ ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ୍ (୧ମ) ମଞ୍ଜୁଲତା ଲେଙ୍କା ୩୦୨ ଦଫାରେ ୪ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଛନ୍ତି।
ଅଭିଯୁକ୍ତମାନେ ହେଲେ ବାଣପୁର ଅଞ୍ଚଳର ଆଶିଷ ବିଶ୍ବାଳ, ମାନସ ପାତ୍ର, ସନାତନ ବିଶ୍ୱାଳ ଓ ଆଲୋକ ବିଶ୍ୱାଳ। ଏଥିରେ ପୂର୍ବରୁ ଦୁଇ ଜଣ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଓ ଶ୍ରୀନିବାସ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି।
ମାମଲାରୁ ପ୍ରକାଶ ଯେ ବାଣପୁର ଥାନା ହଳନ୍ତରା ଗ୍ରାମର ପ୍ରଶାନ୍ତ ବିଶୋଇ ଗ୍ରାମର ଏକ କଂକ୍ରିଟ ରାସ୍ତା ନିର୍ମାଣ କରୁଥିଲେ। ଏହାକୁ ଅଭିଯୁକ୍ତମାନେ ବିରୋଧ କରିଥିଲେ। ୨୦୧୪ ଅକ୍ଟୋବର ୨୨ରେ ଅଭିଯୁକ୍ତମାନେ ତାଙ୍କ ଘରେ ପଶି ବୋମାମାଡ କରିଥିଲେ। ବୋମାମାଡ଼ରେ ପ୍ରଶାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ମୃତକ ମାଆ କନ୍ଧୁଣୀ ବିଶୋଇଙ୍କ ଅଭିଯୋଗ କ୍ରମେ ଥାନାରେ ଦଫା ୩୦୨ରେ ଏକ ହତ୍ୟା ମାମଲା(ନଂ ୩୧୧/୧୪) ରୁଜୁ ହୋଇଥିଲା। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲା ବିଚାରାଧୀନ ଥିଲା।
ଶୁକ୍ରବାର ଏହି ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ୍ ପ୍ରଥମ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଉପରୋକ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଛନ୍ତି। ଏପିପି ସଲିଳ ପ୍ରଧାନ ମାମଲା ପରିଚାଳନା କରିଥିଲେ।
The post ହତ୍ୟାକାଣ୍ଡ ରାୟ ପ୍ରକାଶ: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.