ଦୋଳ ଉତ୍ସବ ଦୋକାନ ଭଙ୍ଗାରୁଜା ଘଟଣା, ସିସିଟିଭି ଆଧାରରେ ଛାନଭିନ୍

ଆଠଗଡ ୦୨/୦୪: ଆଠଗଡ଼ ଥାନା ଅନ୍ତର୍ଗତ ଧାଈପୁର ଗ୍ରାମରେ ଦୋଳ ଉତ୍ସବ ବେଳେ ଗଣ୍ଡଗୋଳ ଘଟଣା । ଆଠଗଡ଼ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଦୋକାନ ଭଙ୍ଗାରୁଜା ଘଟଣାରେ ୪ ଆହତ ହୋଇଛନ୍ତି । ଆଠଗଡ଼ ଧାଈପୁର ଗ୍ରାମରେ ସୋମବାର ଦୋଳ ଉତ୍ସବ ଚାଲିଥିବା ବେଳେ କିଛି ଦୁବୃର୍ତ୍ତ ଆଠଗଡ଼ ମୁଣ୍ଡଳୀ ରାସ୍ତା କଇଥ ଛକ ଠାରେ ଥିବା ସୁରେନ୍ଦ୍ର ସାହୁଙ୍କ ମିଠା ଦୋକାନରେ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିବା ସହିତ ସିସିଟିଭି ଭାଙ୍ଗିଥିଲେ । ଏ ସଂପର୍କରେ ଆଠଗଡ଼ ଥାନାରେ ଦୁଇଟି ପୃଥକ୍ ପୃଥକ୍ ଅଭିଯୋଗ ହୋଇଛି । ଏହି ଅଭିଯୋଗ ତଥା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ଆଠଗଡ଼ ପୋଲିସ୍ । ସୂଚନା ଥାଉକି ଦୁବୃର୍ତ୍ତ ମାନେ ସୁରେଶ ସାହୁଙ୍କ ଜଳଖିଆ ଦୋକାନରେ ପଶି ଭଙ୍ଗାରୁଜା କରୁଥିବା ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହାକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଠଗଡ଼ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ।  

ଦୋଳ ଉତ୍ସବ ଦୋକାନ ଭଙ୍ଗାରୁଜା ଘଟଣା, ସିସିଟିଭି ଆଧାରରେ ଛାନଭିନ୍

ଆଠଗଡ ୦୨/୦୪: ଆଠଗଡ଼ ଥାନା ଅନ୍ତର୍ଗତ ଧାଈପୁର ଗ୍ରାମରେ ଦୋଳ ଉତ୍ସବ ବେଳେ ଗଣ୍ଡଗୋଳ ଘଟଣା । ଆଠଗଡ଼ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । 

ତେବେ ଦୋକାନ ଭଙ୍ଗାରୁଜା ଘଟଣାରେ ୪ ଆହତ ହୋଇଛନ୍ତି । ଆଠଗଡ଼ ଧାଈପୁର ଗ୍ରାମରେ ସୋମବାର ଦୋଳ ଉତ୍ସବ ଚାଲିଥିବା ବେଳେ କିଛି ଦୁବୃର୍ତ୍ତ ଆଠଗଡ଼ ମୁଣ୍ଡଳୀ ରାସ୍ତା କଇଥ ଛକ ଠାରେ ଥିବା ସୁରେନ୍ଦ୍ର ସାହୁଙ୍କ ମିଠା ଦୋକାନରେ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିବା ସହିତ ସିସିଟିଭି ଭାଙ୍ଗିଥିଲେ । ଏ ସଂପର୍କରେ ଆଠଗଡ଼ ଥାନାରେ ଦୁଇଟି ପୃଥକ୍ ପୃଥକ୍ ଅଭିଯୋଗ ହୋଇଛି । ଏହି ଅଭିଯୋଗ ତଥା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ଆଠଗଡ଼ ପୋଲିସ୍ । 

ସୂଚନା ଥାଉକି ଦୁବୃର୍ତ୍ତ ମାନେ ସୁରେଶ ସାହୁଙ୍କ ଜଳଖିଆ ଦୋକାନରେ ପଶି ଭଙ୍ଗାରୁଜା କରୁଥିବା ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହାକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଠଗଡ଼ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ।