ରେଲୱେ କୋଇଲା ସାଇଡିଂକୁ ନେଇ ଚାପା ଉତ୍ତେଜନା, ୪ ପ୍ଲାଟୁନ ଫୋର୍ସ ମୁତୟନ

ସୁନ୍ଦରଗଡ଼ ୩।୫: କୋଇଲା ସାଇଡିଂ ପରିବହନକୁ ନେଇ ଚାପା ଉତ୍ତେଜନା । ଘଟଣାସ୍ଥଳରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ରାତି ଦିନ ଧାରଣାରେ ବସିଛନ୍ତି ଲୋକ ।ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ହେମଗିରି ଥାନା ବରପାଲି ରେଲୱେ କୋଇଲା ପରିବହନକୁ  ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଏହି କୋଇଲା ସାଇଡିଂକୁ ବନ୍ଦ କରିବା ପାଇଁ ଲୋକ ମାନେ ଅନେକ ଦିନ ହେବ ରାତି ଦିନ ସେଠାରେ ଧାରଣାରେ ବସିଛନ୍ତି  । ରେଲୱେ ଅଧିକାରୀ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ ଜଣାଇଥିଲେ ମଧ୍ୟ ଜୋରଜବରଦସ୍ତ ଏହି ସାଇଡିଂରେ କୋଇଲା ପଡୁଥିବାରୁ ସ୍ଥାନୀୟ ଲୋକେ ତିନି ଦିନ ହେଲା  ରେଲୱେ ସାଇଡିଂକୁ ଅବରୋଧ କରିଛନ୍ତି । ସେପଟେ ଲୋକଙ୍କର କହିବା କଥା ଏହି ସାଇଡିଂ ବନ୍ଦ କରାଯାଉ ଜନବସ୍ତି ପାଖରେ କିଭଳି ଭାବେ ଏହି ସାଇଡିଂ କରାଯାଇଛି । ସାଇଡିଂ ବନ୍ଦ ନହେଲେ ମରିଯିବୁ ପଛେ ଛାଡିବୁ ନାହିଁ ଲୋକେ କହିଛନ୍ତି । ଉପ ଜିଲ୍ଲାପାଳ, ଏସ୍‌ଡିପିଓଙ୍କ ସହ ବହୁ ପୋଲିସ ଅଧିକାରୀ ରହିଛନ୍ତି ।You Can Read:

ରେଲୱେ କୋଇଲା ସାଇଡିଂକୁ ନେଇ ଚାପା ଉତ୍ତେଜନା, ୪ ପ୍ଲାଟୁନ ଫୋର୍ସ ମୁତୟନ

ସୁନ୍ଦରଗଡ଼ ୩।୫: କୋଇଲା ସାଇଡିଂ ପରିବହନକୁ ନେଇ ଚାପା ଉତ୍ତେଜନା । ଘଟଣାସ୍ଥଳରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ରାତି ଦିନ ଧାରଣାରେ ବସିଛନ୍ତି ଲୋକ ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ହେମଗିରି ଥାନା ବରପାଲି ରେଲୱେ କୋଇଲା ପରିବହନକୁ  ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଏହି କୋଇଲା ସାଇଡିଂକୁ ବନ୍ଦ କରିବା ପାଇଁ ଲୋକ ମାନେ ଅନେକ ଦିନ ହେବ ରାତି ଦିନ ସେଠାରେ ଧାରଣାରେ ବସିଛନ୍ତି  । ରେଲୱେ ଅଧିକାରୀ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ ଜଣାଇଥିଲେ ମଧ୍ୟ ଜୋରଜବରଦସ୍ତ ଏହି ସାଇଡିଂରେ କୋଇଲା ପଡୁଥିବାରୁ ସ୍ଥାନୀୟ ଲୋକେ ତିନି ଦିନ ହେଲା  ରେଲୱେ ସାଇଡିଂକୁ ଅବରୋଧ କରିଛନ୍ତି । ସେପଟେ ଲୋକଙ୍କର କହିବା କଥା ଏହି ସାଇଡିଂ ବନ୍ଦ କରାଯାଉ ଜନବସ୍ତି ପାଖରେ କିଭଳି ଭାବେ ଏହି ସାଇଡିଂ କରାଯାଇଛି । ସାଇଡିଂ ବନ୍ଦ ନହେଲେ ମରିଯିବୁ ପଛେ ଛାଡିବୁ ନାହିଁ ଲୋକେ କହିଛନ୍ତି । ଉପ ଜିଲ୍ଲାପାଳ, ଏସ୍‌ଡିପିଓଙ୍କ ସହ ବହୁ ପୋଲିସ ଅଧିକାରୀ ରହିଛନ୍ତି ।

You Can Read: