ଟ୍ୟାକ୍ସରୁ ବର୍ତ୍ତିବାକୁ ବାଂଲାଦେଶ ଦେଇ ଭାରତକୁ ପୋଷାକ ବିକୁଥିଲା ଚୀନ, ଚେକ୍ ଦେଲା ଭାରତ
ନୂଆଦିଲ୍ଲୀ ବାଂଲାଦେଶ ଠାରୁ ପୋଷାକ ଓ ଅନ୍ୟାନ୍ୟ କିଛି ସାମଗ୍ରୀର ଆମଦାନୀ ବନ୍ଦ କଲା ଭାରତ। ଏନେଇ ସୋମବାର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତୀ ଜାରି କରାଯାଇଛି। ଭାରତ ସରକାରଙ୍କର ଏହି ନିଷ୍ପତ୍ତିରେ ଘରୋଇ ପୋଷାକ ଉଦ୍ୟୋଗକୁ ବଳ ମିଳିବ। ଇଣ୍ଡଷ୍ଟ୍ରୀ ବଢ଼ିଲେ ଦେଶରେ ଅଧିକ ନିଯୁକ୍ତ ସୁଯୋଗ ମଧ୍ୟ ସୃଷ୍ଟି ହେବ। ତେବେ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଉଭୟ ଚୀନ ଓ ବାଂଲାଦେଶ ପାଇଁ ଶକ୍ତ ଝଟ୍କା। ପଢନ୍ତୁ ରିପୋର୍ଟଭାରତ ସହିତ ଶତ୍ରୁତା କରି ବିପଦକୁ ଡାକୁଛି ବାଂଲାଦେଶ। ଏପଟେ ପଡ଼ୋଶୀର ଗର୍ବ ଭାଙ୍ଗିବାକୁ ଗୋଟିଏ ପରେ ଗୋଟିଏ କଡ଼ା ନିଷ୍ପତ୍ତି ନେଉଛନ୍ତି ଭାରତ ସରକାର। ଏବେ ବାଂଲାଦେଶରୁ ଲ୍ୟାଣ୍ଡ ପୋର୍ଟ ବା ସ୍ଥଳ ବନ୍ଦର ଦେଇ ଆସୁଥିବା ସମସ୍ତ ପୋଷାକ ଓ ତତ୍ ସମ୍ପର୍କିତ ସାମଗ୍ରୀ ତଥା ଅନ୍ୟାନ୍ୟ କିଛି ସାମଗ୍ରୀ ଆମଦାନୀ ବନ୍ଦ କରାଯାଇଛି। ଏନେଇ ସୋମାବାର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଘୋଷଣା କରିଛି। ତେବେ କେବଳ କୋଲକାତା ଏବଂ ନହାଭା ଶେଭା ସମୁଦ୍ର ବନ୍ଦର ଦେଇ ଆମଦାନୀକୁ ଅନୁମତି ଦିଆଯାଇଛି। ଏଭଳି ନିଷ୍ପତ୍ତି ନେଇ ଭାରତ ଗୋଟିଏ ଗୁଳିରେ ୩ଟା ଶିକାର କରିଛି। ଏହା ପୂର୍ବରୁ ବାଂଲାଦେଶ ଭାରତ ଠାରୁ ସୂତା ଆମଦାନୀ ଉପରେ ବ୍ୟାନ ଲଗାଇଥିଲା। ଭାରତ ପଡ଼ୋଶୀ ଠାରୁ ପୋଷାକ ଓ ସମ୍ପର୍କିତ ସାମଗ୍ରୀ ବନ୍ଦ କରି ଏହାର ଜବାବ ଦେଇଛି। ମିଡିଆ ରିପୋର୍ଟ ଅନୁସାରେ, ବାଂଲାଦେଶର ମୋଟ ରପ୍ତାନୀରେ ୮୦ ପ୍ରତ
ନୂଆଦିଲ୍ଲୀ ବାଂଲାଦେଶ ଠାରୁ ପୋଷାକ ଓ ଅନ୍ୟାନ୍ୟ କିଛି ସାମଗ୍ରୀର ଆମଦାନୀ ବନ୍ଦ କଲା ଭାରତ। ଏନେଇ ସୋମବାର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତୀ ଜାରି କରାଯାଇଛି। ଭାରତ ସରକାରଙ୍କର ଏହି ନିଷ୍ପତ୍ତିରେ ଘରୋଇ ପୋଷାକ ଉଦ୍ୟୋଗକୁ ବଳ ମିଳିବ। ଇଣ୍ଡଷ୍ଟ୍ରୀ ବଢ଼ିଲେ ଦେଶରେ ଅଧିକ ନିଯୁକ୍ତ ସୁଯୋଗ ମଧ୍ୟ ସୃଷ୍ଟି ହେବ। ତେବେ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଉଭୟ ଚୀନ ଓ ବାଂଲାଦେଶ ପାଇଁ ଶକ୍ତ ଝଟ୍କା। ପଢନ୍ତୁ ରିପୋର୍ଟ
ଭାରତ ସହିତ ଶତ୍ରୁତା କରି ବିପଦକୁ ଡାକୁଛି ବାଂଲାଦେଶ। ଏପଟେ ପଡ଼ୋଶୀର ଗର୍ବ ଭାଙ୍ଗିବାକୁ ଗୋଟିଏ ପରେ ଗୋଟିଏ କଡ଼ା ନିଷ୍ପତ୍ତି ନେଉଛନ୍ତି ଭାରତ ସରକାର। ଏବେ ବାଂଲାଦେଶରୁ ଲ୍ୟାଣ୍ଡ ପୋର୍ଟ ବା ସ୍ଥଳ ବନ୍ଦର ଦେଇ ଆସୁଥିବା ସମସ୍ତ ପୋଷାକ ଓ ତତ୍ ସମ୍ପର୍କିତ ସାମଗ୍ରୀ ତଥା ଅନ୍ୟାନ୍ୟ କିଛି ସାମଗ୍ରୀ ଆମଦାନୀ ବନ୍ଦ କରାଯାଇଛି। ଏନେଇ ସୋମାବାର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଘୋଷଣା କରିଛି। ତେବେ କେବଳ କୋଲକାତା ଏବଂ ନହାଭା ଶେଭା ସମୁଦ୍ର ବନ୍ଦର ଦେଇ ଆମଦାନୀକୁ ଅନୁମତି ଦିଆଯାଇଛି।

ଏଭଳି ନିଷ୍ପତ୍ତି ନେଇ ଭାରତ ଗୋଟିଏ ଗୁଳିରେ ୩ଟା ଶିକାର କରିଛି। ଏହା ପୂର୍ବରୁ ବାଂଲାଦେଶ ଭାରତ ଠାରୁ ସୂତା ଆମଦାନୀ ଉପରେ ବ୍ୟାନ ଲଗାଇଥିଲା। ଭାରତ ପଡ଼ୋଶୀ ଠାରୁ ପୋଷାକ ଓ ସମ୍ପର୍କିତ ସାମଗ୍ରୀ ବନ୍ଦ କରି ଏହାର ଜବାବ ଦେଇଛି। ମିଡିଆ ରିପୋର୍ଟ ଅନୁସାରେ, ବାଂଲାଦେଶର ମୋଟ ରପ୍ତାନୀରେ ୮୦ ପ୍ରତିଶତ ଭାଗ କେବଳ ପୋଷାକ ରପ୍ତାନୀ ହୋଇଥାଏ। ଭାରତ ଏହାକୁ ବନ୍ଦ କରି ବାଂଲାଦେଶ ଜିଡିପିକୁ ଶକ୍ତ ଝଟ୍କା ଦେଇଛି। ତୃତୀୟରେ ଚୀନ ବାଂଲାଦେଶ ମାଧ୍ୟମରେ ଭାରତରେ ସାମଗ୍ରୀ ବିକ୍ରି କରୁଥିଲା। ହେଲେ ଏବେ ପୋଷାକ ଆମଦାନୀ ବନ୍ଦ ହେବା ଦ୍ୱାରା ଚୀନକୁ ବି ଚେକ୍ ଦିଆଯାଇଛି।
ଦକ୍ଷିଣ ଏସୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (SAFTA) ଅଧୀନରେ ଭାରତ ବାଂଲାଦେଶ ସାମଗ୍ରୀ ଉପରେ କୌଣସି ଟାରିଫ ଲଗାଉ ନଥିଲା। ଯାହାର ସୁବିଧା ନେଇ ଚୀନ ଡାଇରେକ୍ଟ ଆମଦାନୀ ପାଇଁ ଭାରତ ଲଗାଉଥିବା ୨୦ ପ୍ରତିଶତ ଶୁଳ୍କରୁ ବଞ୍ଚି ବିନା ଟ୍ୟାକ୍ସରେ ବାଂଲାଦେଶ ମାଧ୍ୟମରେ ଭାରତକୁ ଶୋଷଣ କରୁଥିଲା। ହେଲେ ଏବେ ଏହା ବନ୍ଦ ହୋଇଯିବ।

କେଉଁ ସବୁ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ ଆସନ୍ତୁ ଜାଣିବା।
ସାର୍ଟ, ପ୍ୟାଣ୍ଟ, ଟି-ସାର୍ଟ ଭଳି ପ୍ରସ୍ତୁତ ପୋଷାକ, ବିସ୍କୁଟ, ଚିପ୍ସ, ମିଠା, ସ୍ନାକ୍ସ ପ୍ରୋସେସ୍ଡ ଫୁଡ୍, କାର୍ବୋନେଟେଡ ଏବଂ ଏନର୍ଜୀ ଡ୍ରିଙ୍ଗ୍,ବାଲତି, ଖେଳଣା, ଚେୟାର ଭଳି ପ୍ଲାଷ୍ଟିକ୍ ଉତ୍ପାଦ, କଟନ ୱେଷ୍ଟ, ଏବଂ ଇଣ୍ଡଷ୍ଟ୍ରିଆଲ ଗ୍ରେଡ୍ କଟନ ବାୟ ପ୍ରଡକ୍ସନ, କାଠ ଫର୍ନିଚର ଯେପରିକି ସୋଫା, ବିଛଣା, ଟେବୁଲ୍, ଚେୟାର ଆଦିର ଆମଦାନୀ ଭାରତ ବନ୍ଦ କରିଛି।
ଏହି ସାମଗ୍ରୀଗୁଡ଼ିକ ଆଉ ଉତ୍ତର-ପୂର୍ବ (ଆସାମ, ମେଘାଳୟ, ତ୍ରିପୁରା, ମିଜୋରାମ) ଏବଂ ପଶ୍ଚିମବଙ୍ଗରେ ଥିବା ସ୍ଥଳ ସୀମା ଶୁଳ୍କ ଷ୍ଟେସନ (LCS) କିମ୍ବା ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟ (ICP) ମାଧ୍ୟମରେ ପେଟ୍ରାପୋଲ (ପଶ୍ଚିମ ବଙ୍ଗ), ସୁତାରକାଣ୍ଡି (ଆସାମ), କିମ୍ବା ଡାଉକି (ମେଘାଳୟ) ଭଳି ସ୍ଥଳ ବନ୍ଦର ଦେଇ ଭାରତରେ ପ୍ରବେଶ କରିପାରିବ ନାହିଁ। ଏହା ବଦଳରେ, ବାଂଲାଦେଶକୁ ମୁମ୍ବାଇର ନଭା ଶେଭା ବନ୍ଦର କିମ୍ବା କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ଦେଇ ସମୁଦ୍ର ପଥ ବ୍ୟବହାର କରିବାକୁ ପଡିବ।

ତେବେ ଏହି କଟକଣାଗୁଡ଼ିକ ମାଛ ଏବଂ ସାମୁଦ୍ରିକ ଖାଦ୍ୟ, ଏଲପିଜି, ଖାଇବା ତେଲ ଏବଂ କ୍ରଷ୍ଟ ଷ୍ଟୋନ୍ ଭଳି କିଛି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲାଗିବ ନାହିଁ। ଏହାସହିତ, ବାଂଲାଦେଶ ଦେଇ ନେପାଳ ଏବଂ ଭୁଟାନକୁ ସାମଗ୍ରୀ ପଠାଯିବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। କାରଣ ଭାରତ ଏହି ଦେଶଗୁଡ଼ିକ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛି।