୪,୬୫୦ କୋଟି ଜବତ କଲାଣି ଇସି

ନୂଆଦିଲ୍ଲୀ,୧୬ା୪: ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନକୁ ଆଉ ୪ ଦିନ ବାକି ଥିବାବେଳେ ବର୍ତ୍ତମାନ ସୁଦ୍ଧା ଆଇନ ପ୍ରବର୍ତ୍ତନକାରୀ କର୍ତ୍ତୃପକ୍ଷ ବିଭିନ୍ନ ଅଞ୍ଚଳରୁ ୪,୬୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜବତ କରିଥିବା ଭାରତର ନିର୍ବାଚନ କମିଶନ (ଇସିଆଇ) ସୋମବାର ସୂଚନା ଦେଇଛନ୍ତି। ଲୋକ ସଭା ନିର୍ବାଚନ ଇତିହାସରେ ଏହା ସର୍ବାଧିକ ଅର୍ଥ ଜବତ ବୋଲି କୁହାଯାଉଛି। ମାର୍ଚ୍ଚ ୧ରୁ ଦୈନିକ ହାରାହାରି ୧୦୦ କୋଟି ଟଙ୍କା ଜବତ ହେଉଛି। ୨୦୧୯ର ସମ୍ପୂର୍ଣ୍ଣ ନିର୍ବାଚନ କାଳରେ ମୋଟ […] The post ୪,୬୫୦ କୋଟି ଜବତ କଲାଣି ଇସି appeared first on Dharitri Odia News.

୪,୬୫୦ କୋଟି ଜବତ କଲାଣି ଇସି

ନୂଆଦିଲ୍ଲୀ,୧୬ା୪: ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନକୁ ଆଉ ୪ ଦିନ ବାକି ଥିବାବେଳେ ବର୍ତ୍ତମାନ ସୁଦ୍ଧା ଆଇନ ପ୍ରବର୍ତ୍ତନକାରୀ କର୍ତ୍ତୃପକ୍ଷ ବିଭିନ୍ନ ଅଞ୍ଚଳରୁ ୪,୬୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜବତ କରିଥିବା ଭାରତର ନିର୍ବାଚନ କମିଶନ (ଇସିଆଇ) ସୋମବାର ସୂଚନା ଦେଇଛନ୍ତି। ଲୋକ ସଭା ନିର୍ବାଚନ ଇତିହାସରେ ଏହା ସର୍ବାଧିକ ଅର୍ଥ ଜବତ ବୋଲି କୁହାଯାଉଛି। ମାର୍ଚ୍ଚ ୧ରୁ ଦୈନିକ ହାରାହାରି ୧୦୦ କୋଟି ଟଙ୍କା ଜବତ ହେଉଛି। ୨୦୧୯ର ସମ୍ପୂର୍ଣ୍ଣ ନିର୍ବାଚନ କାଳରେ ମୋଟ ୩,୪୭୫ କୋଟି ଟଙ୍କାରୁ ଅଧିକ ଜବତ ହୋଇଥିବାବେଳେ ଚଳିତ ଥର ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଶେଷ ନ ହେଉଣୁ ତା’ଠାରୁ ବହୁତ ଅଧିକ ଜବତ ହେଲାଣି। ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏଥର ଅଧିକ ନିଶାଦ୍ରବ୍ୟ ଏବଂ ମାଗଣା ଉପହାର ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ଜବତ ଡ୍ରଗ୍ସ ପରିମାଣ ୨,୦୬୮.୮ କୋଟି ଟଙ୍କା, ଯାହାକି ୨୦୧୯ ସାଧାରଣ ନିର୍ବାଚନ ବେଳେ ୧,୨୭୯.୯ କୋଟି ଟଙ୍କା ଥିଲା। ନିର୍ବାଚନରେ ଅସାଧୁ କାର୍ଯ୍ୟକୁ ରୋକି ସମସ୍ତଙ୍କୁ ସମାନ ସୁଯୋଗ ଦେବାର ସଂକଳ୍ପ ସ୍ବରୂପ ବ୍ୟାପକ ଯାଞ୍ଚ ଜାରି ରହିଛି।

The post ୪,୬୫୦ କୋଟି ଜବତ କଲାଣି ଇସି appeared first on Dharitri Odia News.