ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର

ଭୁବନେଶ୍ବର ପଟିଆ ଅଞ୍ଚଳରେ ମୁଁ ରୁହେ। ବାପା ଡା. ରାମଚନ୍ଦ୍ର ପଟ୍ଟନାୟକ ଓ ମା’ ବାସନ୍ତୀ ପଟ୍ଟନାୟକଙ୍କର ମୁଁ ହେଲି ଏକମାତ୍ର ପୁଅ ପୁଣି ସବୁଠୁ ସାନ। ମୋ ଉପରେ ବଡ଼ ତିନି ଭଉଣୀ। ତେଣୁ ଖୁବ୍‌ ଗେହ୍ଲାରେ ମୋର ଛୋଟବେଳ କଟିଛି। ଆମ ଚାରି ଭାଇଭଉଣୀଙ୍କୁ ମଣିଷ କରିବାକୁ ମା’ବାପା କରିଥିବା କଷ୍ଟକୁ ଛୋଟବେଳୁ ମୁଁ ଅନୁଭବ କରିଆସିଛି; ଯଦିଓ ମା’ବାପା କେବେ ଜଣେଇବାକୁ ଦିଅନ୍ତି ନାହିଁ। ସେଥିପାଇଁ ମୋର ଲକ୍ଷ୍ୟ ଥିଲା ବଡ଼ ହୋଇ […] The post ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର appeared first on Dharitri Odia News.

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର

ଭୁବନେଶ୍ବର ପଟିଆ ଅଞ୍ଚଳରେ ମୁଁ ରୁହେ। ବାପା ଡା. ରାମଚନ୍ଦ୍ର ପଟ୍ଟନାୟକ ଓ ମା’ ବାସନ୍ତୀ ପଟ୍ଟନାୟକଙ୍କର ମୁଁ ହେଲି ଏକମାତ୍ର ପୁଅ ପୁଣି ସବୁଠୁ ସାନ। ମୋ ଉପରେ ବଡ଼ ତିନି ଭଉଣୀ। ତେଣୁ ଖୁବ୍‌ ଗେହ୍ଲାରେ ମୋର ଛୋଟବେଳ କଟିଛି। ଆମ ଚାରି ଭାଇଭଉଣୀଙ୍କୁ ମଣିଷ କରିବାକୁ ମା’ବାପା କରିଥିବା କଷ୍ଟକୁ ଛୋଟବେଳୁ ମୁଁ ଅନୁଭବ କରିଆସିଛି; ଯଦିଓ ମା’ବାପା କେବେ ଜଣେଇବାକୁ ଦିଅନ୍ତି ନାହିଁ। ସେଥିପାଇଁ ମୋର ଲକ୍ଷ୍ୟ ଥିଲା ବଡ଼ ହୋଇ ମା’ବାପାଙ୍କ ପାଇଁ କିଛି କରିବି ବୋଲି! ତେଣୁ ୟୁନିଟ୍‌-୩ କ୍ୟାପିଟାଲ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ବିଜୁ ପଟ୍ଟନାୟକ କଲେଜରେ ପଢିଲି। ଆଉ ଏହି ସମୟରେ ହିଁ ନିଜେ କିଛି ରୋଜଗାର କରିବା ପାଇଁ ପିଲାଙ୍କୁ ଟ୍ୟୁଶନ କରିବା ଆରମ୍ଭ କଲି। ଟ୍ୟୁଶନରୁ ମୋର ପ୍ରଥମ ରୋଜଗାର ହେଲା ୧୦୦୦ ଟଙ୍କା; ଯେଉଁଥିରୁ କିଛି ଟଙ୍କା ବିନିମୟରେ ମା’ଙ୍କ ପାଇଁ ଶାଢ଼ି, ବାପାଙ୍କ ପାଇଁ ପେନ୍‌ ଏବଂ ଭଉଣୀମାନଙ୍କ ପାଇଁ କିଛି ଉପହାର କିଣି ଆଣି ଦେଇଥିଲି। ଉପହାର ପାଇ ସମସ୍ତେ ବହୁତ ଖୁସି ହୋଇଥିଲେ ଆଉ ମୋତେ ଆଶୀର୍ବାଦ କରିଥିଲେ ଜୀବନ ପଥରେ ଆହୁରି ଆଗକୁ ଯିବାପାଇଁ। ସେମାନଙ୍କ ଆଶୀର୍ବାଦରୁ କମର୍ସରେ ସ୍ମାତକ ପାସ୍‌ କରିବା ପରେ କଷ୍ଟିଂରେ ପ୍ରଫେଶନାଲ କୋର୍ସ କଲି ଏବଂ ଭୁବନେଶ୍ୱରରେ ଚାକିରି କରିବାକୁ ଲାଗିଲି। ଚାକିରି ଜୀବନ ଛଡ଼ା ଲେଖାଲେଖିରେ ବି ମୋର ରୁଚି ରହିଥିଲା। କଲେଜ ପଢିଲାବେଳୁ ଲେଖାଲେଖିର ଏହି ଧାରା ଆରମ୍ଭ ହୋଇଥିଲା। ବିଭିନ୍ନ ହିତୋପଦେଶ ଉପରେ ଆଧାରିତ ଗପ ଲେଖିବାକୁ ଭଲ ପାଉଥିଲି। ଆଉ ତାକୁ ହିଁ ଆଧାର କରି ‘ହଜି ଗଲାଣି ଆଈ ମା’ କାହାଣୀ’ ଶୀର୍ଷକ ଏକ ଗଳ୍ପ ସଂକଳନ ମୋର ପ୍ରକାଶିତ ହେଲା। କ୍ରମେ ବିଭିନ୍ନ ବିଷୟବସ୍ତୁକୁ ଆଧାର କରି ସ୍ତମ୍ଭ ଲେଖିଲି। ୟା’ ଭିତରେ ମୋ ଲିଖିତ ପ୍ରାୟ ୨୦୦ଟି ଆର୍ଟିକିଲ୍‌ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇ ପାଠକାଦୃତ ହୋଇସାରିଛି। ଏହାଛଡ଼ା ରକ୍ତଦାନ ହେଉ କି ବୃକ୍ଷରୋପଣ ନିଜେ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରିଥାଏ। ଖାସ୍‌ ଏହିସବୁ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୋତେ ପୁରସ୍କାର ଓ ସମ୍ମାନିତ ମଧ୍ୟ କରାଯାଇଛି। ସେଥିପାଇଁ ମୁଁ ସବୁବେଳେ କହେ, ପରିବାର ସଦସ୍ୟଙ୍କ ପ୍ରେରଣା ଓ ଆଶୀର୍ବାଦ ଥିଲେ ଜଣେ ବ୍ୟକ୍ତି ଜୀବନରେ ବହୁତ କିଛି କରିପାରିବ।

The post ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର appeared first on Dharitri Odia News.