ଠାକୁରଙ୍କ ଭୋଗ ଲଡୁରେ ପଶୁ ଚର୍ବି ମିଶିବା ଘଟଣା: ତିରୁପତି ଯାତ୍ରା ରଦ୍ଦ କଲେ ୱାଇଏସ ଜଗନ ମୋହନ ରେଡ୍ଡୀ
ନୂଆଦିଲ୍ଲୀ: ୱାଏସଆର କଂଗ୍ରେସ (YSRCP) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ତିରୁପତିସ୍ଥିତ ତିରୁମାଲା ମନ୍ଦିର ଗସ୍ତକୁ ବାତିଲ କରି ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏହି ଯାତ୍ରାକୁ ବାତିଲ କରାଯାଇଥିବା ସୂଚନା ମିଳିଛି। ଜଗନଙ୍କ ଶାସନ କାଳରେ ତିରୁପତି ମନ୍ଦିର ତିଆରି ଲଡୁରେ ପଶୁ ଚର୍ବି ମିଶା ଯାଉଥିବା ଅଭିଯୋଗ ହୋଇଥିଲା। ଯାହା ହିନ୍ଦୁ ଭାବନାକୁ ଏକ ବଡ଼ କୁଠାରଘାତ ହୋଇଛି। ମାମଲା ଅଶାନ୍ତ ରହିଛି। ପାପର ପ୍ରାୟଶ୍ଚିତ ପାଇଁ ଜଗନମୋହନଙ୍କର ତିରୁପତି ମନ୍ଦିର ଯିବାର ଥିଲା ହେଲେ। ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନରେ କାଳେ ବାଧା ସୃଷ୍ଟି ହେବ ସନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଜଗନମୋହନ ରେଡ୍ଡୀ।ମନ୍ଦିର ଲଡୁରେ ପଶୁ ଚର୍ବି ମିଶା ଯାଇଥିବା କହି ଜଗନ ସରକାର ପାପ କରିଛନ୍ତି ବୋଲି ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଥିଲେ। ସେହି ପାପର ପ୍ରାୟଶ୍ଚିତ ପାଇଁ ଜଗନ ରେଡ୍ଡୀ ରାଜ୍ୟବ୍ୟାପୀ ମନ୍ଦିର ପରିଦର୍ଶନ କରିବାର ଡାକରା ଦେଇଥିଲେ। ଏଥିରେ ସେ ତିରୁମାଲା ପାହାଡ଼ ଉପରେ ଥିବା ପ୍ରଭୁ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରକୁ ଯିବାର ଥିଲା। ହେଲେ ଏବେ ଏହା ରଦ୍ଦ ହୋଇଛି। ରାଜ୍ୟ ବ୍ୟାପୀ ମନ୍ଦିର ପରିଦର୍ଶନ କରିବା ନେଇ ଜଗନ ମୋହନ ଘୋଷଣା କରିବା ପରେ ବିଜେପି ଏହାକୁ ଟାର୍ଗେଟ୍ କରିଥିଲା। ତିରୁପତିରେ ପ୍ରବେଶ କରିବା ପୂର୍ବରୁ ଜଗନମୋହନ ପ୍ରଥମେ ତାଙ୍କ ଧର୍ମ କ’ଣ ତାହା ଘୋଷଣା କରନ୍ତୁ ତା’ ପରେ
ନୂଆଦିଲ୍ଲୀ: ୱାଏସଆର କଂଗ୍ରେସ (YSRCP) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ତିରୁପତିସ୍ଥିତ ତିରୁମାଲା ମନ୍ଦିର ଗସ୍ତକୁ ବାତିଲ କରି ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏହି ଯାତ୍ରାକୁ ବାତିଲ କରାଯାଇଥିବା ସୂଚନା ମିଳିଛି।
ଜଗନଙ୍କ ଶାସନ କାଳରେ ତିରୁପତି ମନ୍ଦିର ତିଆରି ଲଡୁରେ ପଶୁ ଚର୍ବି ମିଶା ଯାଉଥିବା ଅଭିଯୋଗ ହୋଇଥିଲା। ଯାହା ହିନ୍ଦୁ ଭାବନାକୁ ଏକ ବଡ଼ କୁଠାରଘାତ ହୋଇଛି। ମାମଲା ଅଶାନ୍ତ ରହିଛି। ପାପର ପ୍ରାୟଶ୍ଚିତ ପାଇଁ ଜଗନମୋହନଙ୍କର ତିରୁପତି ମନ୍ଦିର ଯିବାର ଥିଲା ହେଲେ। ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନରେ କାଳେ ବାଧା ସୃଷ୍ଟି ହେବ ସନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଜଗନମୋହନ ରେଡ୍ଡୀ।
ମନ୍ଦିର ଲଡୁରେ ପଶୁ ଚର୍ବି ମିଶା ଯାଇଥିବା କହି ଜଗନ ସରକାର ପାପ କରିଛନ୍ତି ବୋଲି ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଥିଲେ। ସେହି ପାପର ପ୍ରାୟଶ୍ଚିତ ପାଇଁ ଜଗନ ରେଡ୍ଡୀ ରାଜ୍ୟବ୍ୟାପୀ ମନ୍ଦିର ପରିଦର୍ଶନ କରିବାର ଡାକରା ଦେଇଥିଲେ। ଏଥିରେ ସେ ତିରୁମାଲା ପାହାଡ଼ ଉପରେ ଥିବା ପ୍ରଭୁ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରକୁ ଯିବାର ଥିଲା। ହେଲେ ଏବେ ଏହା ରଦ୍ଦ ହୋଇଛି।
ରାଜ୍ୟ ବ୍ୟାପୀ ମନ୍ଦିର ପରିଦର୍ଶନ କରିବା ନେଇ ଜଗନ ମୋହନ ଘୋଷଣା କରିବା ପରେ ବିଜେପି ଏହାକୁ ଟାର୍ଗେଟ୍ କରିଥିଲା। ତିରୁପତିରେ ପ୍ରବେଶ କରିବା ପୂର୍ବରୁ ଜଗନମୋହନ ପ୍ରଥମେ ତାଙ୍କ ଧର୍ମ କ’ଣ ତାହା ଘୋଷଣା କରନ୍ତୁ ତା’ ପରେ ମନ୍ଦିର ଭିତରକୁ ପ୍ରବେଶ କରିବେ ବୋଲି ରାଜ୍ୟ ବିଜେପି ମୁଖ୍ୟ ଦାବି କରିଥିଲେ।
ଆନ୍ଧ୍ର ପ୍ରଦେଶ ବିଜେପି ନେତା ଏଲ ଦିନାକର କହିଛନ୍ତି ଯେ ଶ୍ରୀ ରେଡ୍ଡୀଙ୍କର ନିଜ ପସନ୍ଦର ଧର୍ମକୁ ଅନୁସରଣ କରିବା ପାଇଁ ତାଙ୍କର ସାମ୍ବିଧାନିକ ଅଧିକାର ଅଛି, କିନ୍ତୁ ଅନ୍ୟ ଧର୍ମର ରୀତିନୀତି, ପରମ୍ପରା ଓ ନିୟମକୁ ସେ ସମ୍ମାନ ଦେବା ଉଚିତ। ଆଉ ନିୟମ ଅନୁଯାୟୀ, ବିଦେଶୀ ତଥା ଅଣ-ହିନ୍ଦୁମାନେ ପ୍ରଥମେ ଭେଙ୍କଟେଶ୍ୱରଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ବ୍ୟକ୍ତ କରିବା ଉଚିତ। ଦିନାକର କହିଛନ୍ତି ସେ ହିନ୍ଦୁ ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ସେ ହିନ୍ଦୁ ମନ୍ଦିରର ନିୟମ ଓ ପ୍ରଥା ପାଳନ କରିବେ। ନଚେତ୍ ସେ ଦେବସ୍ଥାନମ୍ (ତିରୁମାଲା ମନ୍ଦିର) ରେ ପ୍ରବେଶ କରିବାକୁ ଅଯୋଗ୍ୟ ହୋଇଯିବେ।
ଦିନାକର ଆହୁରି କହିଛନ୍ତି ଯେ ଜଗନଙ୍କ ଶାସନ କାଳରେ ମନ୍ଦିର ବିରୁଦ୍ଧରେ ହୋଇଥିବା ଅତ୍ୟାଚାର ତଥା ତିରୁପତି ଲଡୁ ପ୍ରସାଦମ୍ ତିଆରି ପାଇଁ ଖରାପ ଘିଅ ବ୍ୟବହାର କରିବା ଅପରାଧରେ ସେ କ୍ଷମା ମାଗିବ ଉଚିତ।