ମାମୁଘରକୁ ଆସି ଚାଲିଗଲା ଭଣଜାର ଜୀବନ

ତିହିଡ଼ି,୧୦ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ବାଡ଼କ ପଞ୍ଚାୟତ ଅଧୀନ ଅଣ୍ଡରାଇ ଗ୍ରାମର ଏକ ପୋଖରୀରେ ପଡ଼ି ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ସ୍ବରାଜ (୪) ଏବଂ ସେ କାଁପଡ଼ା ପଞ୍ଚାୟତ ଅଧୀନ ଦପା ଗ୍ରାମର ନାରାୟଣ ଦାସଙ୍କ ପୁଅ ବୋଲି ଜଣାଯାଇଛି। ସ୍ବରାଜ କିଛିଦିନ ପୂର୍ବେ ମା’ଙ୍କ ସହିତ ମାମୁଘରକୁ ଯାଇଥିଲେ। ରବିବାର ଅପରାହ୍ନ ୨ଟା ସମୟରେ ସ୍ବରାଜ ଖେଳୁଥିବା ବେଳେ ମାମୁଘର ନିକଟସ୍ଥ ଏକ ପୋଖରୀରେ ପଡ଼ିଯାଇଥିଲେ। ବହୁ ଖୋଜାଖୋଜି […] The post ମାମୁଘରକୁ ଆସି ଚାଲିଗଲା ଭଣଜାର ଜୀବନ appeared first on Dharitri Odia News.

ମାମୁଘରକୁ ଆସି ଚାଲିଗଲା ଭଣଜାର ଜୀବନ

ତିହିଡ଼ି,୧୦ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ବାଡ଼କ ପଞ୍ଚାୟତ ଅଧୀନ ଅଣ୍ଡରାଇ ଗ୍ରାମର ଏକ ପୋଖରୀରେ ପଡ଼ି ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ସ୍ବରାଜ (୪) ଏବଂ ସେ କାଁପଡ଼ା ପଞ୍ଚାୟତ ଅଧୀନ ଦପା ଗ୍ରାମର ନାରାୟଣ ଦାସଙ୍କ ପୁଅ ବୋଲି ଜଣାଯାଇଛି। ସ୍ବରାଜ କିଛିଦିନ ପୂର୍ବେ ମା’ଙ୍କ ସହିତ ମାମୁଘରକୁ ଯାଇଥିଲେ। ରବିବାର ଅପରାହ୍ନ ୨ଟା ସମୟରେ ସ୍ବରାଜ ଖେଳୁଥିବା ବେଳେ ମାମୁଘର ନିକଟସ୍ଥ ଏକ ପୋଖରୀରେ ପଡ଼ିଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ବି ଶିଶୁର ସନ୍ଧାନ ନ ମିଳିବାରୁ ତିହିଡି଼ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଖୋଜିବା ପରେ ରବିବାର ସନ୍ଧ୍ୟାରେ ପୋଖରୀରୁ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ପରେ ଶିଶୁକୁ ଚିକିତ୍ସା ନିମନ୍ତେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ।

The post ମାମୁଘରକୁ ଆସି ଚାଲିଗଲା ଭଣଜାର ଜୀବନ appeared first on Dharitri Odia News.