ଆଇପିଏଲ୍‌ରୁ ୬ ହଜାର କୋଟି ଆୟ କରି ରେକର୍ଡ କରିବ ଜିଓ ଷ୍ଟାର 

ମୁମ୍ବାଇ,୧୯ା୩: ରିଲାଏନ୍ସ ଜିଓ ଷ୍ଟାର ବିଜ୍ଞାପନ ରାଜସ୍ବ କ୍ଷେତ୍ରରେ ଏକ ରେକର୍ଡ କରିବାକୁ ଯାଉଛି। ଟିଭି ଓ ଡିଜିଟାଲ ପ୍ରସାରଣ ବାବଦକୁ ମିଳିତ ଭାବେ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ୬ ହଜାର କୋଟିରୁ ଅଧିକ ଆୟ କରିପାରେ ବୋଲି ଆଶା କରାଯାଉଛି। ଆଇପିଏଲ୍‌ ଲାଗି ବିଜ୍ଞାପନ ବାବଦକୁ ରଖାଯାଇଥିବା ସ୍ଲଟ୍‌ର ୯୦ ପ୍ରତିଶତ ବିକ୍ରି ହୋଇଯାଇଛି। ଏଥିଯୋଗୁ ଗତବର୍ଷ ଆଇପିଏଲ୍‌ ଅପେକ୍ଷା ଚଳିତବର୍ଷ ଜିଓ ଷ୍ଟାର ୫୮ ପ୍ରତିଶତ ଅଧିକ ଆୟ କରିବ। ଗତବର୍ଷ ଆଇପିଏଲରୁ […] The post ଆଇପିଏଲ୍‌ରୁ ୬ ହଜାର କୋଟି ଆୟ କରି ରେକର୍ଡ କରିବ ଜିଓ ଷ୍ଟାର  appeared first on Dharitri Odia News.

ଆଇପିଏଲ୍‌ରୁ ୬ ହଜାର କୋଟି ଆୟ କରି ରେକର୍ଡ କରିବ ଜିଓ ଷ୍ଟାର 

ମୁମ୍ବାଇ,୧୯ା୩: ରିଲାଏନ୍ସ ଜିଓ ଷ୍ଟାର ବିଜ୍ଞାପନ ରାଜସ୍ବ କ୍ଷେତ୍ରରେ ଏକ ରେକର୍ଡ କରିବାକୁ ଯାଉଛି। ଟିଭି ଓ ଡିଜିଟାଲ ପ୍ରସାରଣ ବାବଦକୁ ମିଳିତ ଭାବେ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ୬ ହଜାର କୋଟିରୁ ଅଧିକ ଆୟ କରିପାରେ ବୋଲି ଆଶା କରାଯାଉଛି। ଆଇପିଏଲ୍‌ ଲାଗି ବିଜ୍ଞାପନ ବାବଦକୁ ରଖାଯାଇଥିବା ସ୍ଲଟ୍‌ର ୯୦ ପ୍ରତିଶତ ବିକ୍ରି ହୋଇଯାଇଛି। ଏଥିଯୋଗୁ ଗତବର୍ଷ ଆଇପିଏଲ୍‌ ଅପେକ୍ଷା ଚଳିତବର୍ଷ ଜିଓ ଷ୍ଟାର ୫୮ ପ୍ରତିଶତ ଅଧିକ ଆୟ କରିବ। ଗତବର୍ଷ ଆଇପିଏଲରୁ ଜିଓ ଷ୍ଟାର ୩,୯୦୦ କୋଟି ଆୟ କରିଥିଲା। ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଡିଜିଟାଲ ପ୍ରସାରଣରୁ ୫୫ ଓ ଟିଭିରୁ ୪୫ ପ୍ରତିଶତ ବିଜ୍ଞାପନ ବାବଦକୁ ରାଜସ୍ବ ଆସିବ। ଏହାପଛର କାରଣ ହେଉଛି ଟିଭି ଲାଗି ବିଜ୍ଞାପନ ସମୟ ସୀମିତ ଥିବା ବେଳେ ଡିଜିଟାଲରେ ସେଭଳି କୌଣସି କଟକଣା ନାହିଁ।

The post ଆଇପିଏଲ୍‌ରୁ ୬ ହଜାର କୋଟି ଆୟ କରି ରେକର୍ଡ କରିବ ଜିଓ ଷ୍ଟାର  appeared first on Dharitri Odia News.