ଫେରିଲା ଶୀତ, ଖସିଲା ତାପମାତ୍ରା
ଦାରିଙ୍ଗବାଡି, ୧୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପୁଣି ଶୀତ ଫେରିଛି। ଗତ ଦୁଇ ଦିନ ହେଲା ଅସହ୍ୟ ଶୀତ ଅନୁଭୂତ ହେଉଛି । ପ୍ରବଳ ଥଣ୍ଡା ଯୋଗୁ ଅଞ୍ଚଳବାସୀ ବିଭିନ୍ନ ସ୍ଥାନ ସମେତ ଘରେ ନିଆଁ ଲଗାଇ ବସୁଛନ୍ତି। ଧାନ କଟା କାର୍ଯ୍ୟ ଚାଲିଥିବାବେଳେ ଘନ କୁହୁଡି ଓ ଶୀତ ଯୋଗୁଁ ଚାଷୀ ବିଳମ୍ବରେ କ୍ଷେତରେ ପହଞ୍ଚି କାମ କରୁଛନ୍ତି। ଗୁରୁବାର ପ୍ରବଳ ଘନ କୁହୁଡି ଯୋଗୁ ଗାଡି ମୋଟର ଯାତାୟତରେ ସମସ୍ୟା […] The post ଫେରିଲା ଶୀତ, ଖସିଲା ତାପମାତ୍ରା appeared first on Dharitri Odia News.
ଦାରିଙ୍ଗବାଡି, ୧୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପୁଣି ଶୀତ ଫେରିଛି। ଗତ ଦୁଇ ଦିନ ହେଲା ଅସହ୍ୟ ଶୀତ ଅନୁଭୂତ ହେଉଛି । ପ୍ରବଳ ଥଣ୍ଡା ଯୋଗୁ ଅଞ୍ଚଳବାସୀ ବିଭିନ୍ନ ସ୍ଥାନ ସମେତ ଘରେ ନିଆଁ ଲଗାଇ ବସୁଛନ୍ତି। ଧାନ କଟା କାର୍ଯ୍ୟ ଚାଲିଥିବାବେଳେ ଘନ କୁହୁଡି ଓ ଶୀତ ଯୋଗୁଁ ଚାଷୀ ବିଳମ୍ବରେ କ୍ଷେତରେ ପହଞ୍ଚି କାମ କରୁଛନ୍ତି।
ଗୁରୁବାର ପ୍ରବଳ ଘନ କୁହୁଡି ଯୋଗୁ ଗାଡି ମୋଟର ଯାତାୟତରେ ସମସ୍ୟା ଦେଖାଯାଇଛି। କୁହୁଡି ଯୋଗୁ ଶୀତର ପ୍ରକୋପ ଦ୍ବିଗୁଣିତ ଅନୁଭୂତି ହୋଇଛି। ପ୍ରବଳ ଜାଡ଼ରେ ଲୋକ ଘରୁ କାମ ଧନ୍ଦା ନଥିଲେ ବାହାରୁନଥିବା ଜଣାପଡିଛି। ଗତ ନଭେମ୍ବର ୩୦ରୁ ଲଘୁଚାପ ଜନିତ ଝିପି ଝିପି ବର୍ଷା କାରଣରୁ ରାତ୍ରୀ ସମୟରେ ତାପମାତ୍ରା ବୃଦ୍ଧି ପାଉଥିଲା ଓ ଦିନରେ କୋହଲା ପାଗ ସହ ଶୀତ ଅନୁଭୂତ ହେଉଥିଲା କିନ୍ତୁ ଗତ ୨ ଦିନ ହେଲା ପାଗ ଶୁଖିଲା ରହିବା ଶହ ଶୀତ ବୃଦ୍ଧି ପାଇଛି। ଶୀତର ମଜା ନେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଦାରିଙ୍ଗବାଡି ବୁଲିବାକୁ ଆସି ଶୀତର ମଜା ନେଉଛନ୍ତି । ଆଗାମୀ ଦିନରେ ଶୀତ ଆହୁରି ଥରେଇବ ବୋଲି ଆଶଙ୍କା କରାଯାଉଛି।
The post ଫେରିଲା ଶୀତ, ଖସିଲା ତାପମାତ୍ରା appeared first on Dharitri Odia News.