୭ ଦିନରେ ଲାଗୁ ହେବ ସିଏଏ: କହୁ କହୁ ସେମିତି କହିଦେଲି, ମନ୍ତ୍ରୀ ଦେଲେ ସ୍ପଷ୍ଟୀକରଣ…
କୋଲକାତା,୪।୨ : ପଶ୍ଚିମବଙ୍ଗର ଭାଜପା ଲୋକସଭା ଏମପି ତଥା ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ସମ୍ବନ୍ଧରେ ଦେଇଥିବା ବିବୃତ୍ତି ଅନେକ ଆଲୋଡ଼ନ ସୃଷ୍ଟି କରିଥିଲା। ଗତ ସପ୍ତାହରେ ସେ କହିଥିଲେ ଏକ ସପ୍ତାହ ମଧ୍ୟରେ ସାରା ଦେଶରେ ସିଏଏ ଲାଗୁ ହେବ। ତେବେ କେନ୍ଦ୍ର ମନ୍ତ୍ରୀ ବର୍ତ୍ତମାନ ତାଙ୍କ ବିବୃତ୍ତିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। କୋଲକାତାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶାନ୍ତନୁ ଠାକୁର କହିଛନ୍ତି ଖୁବ […] The post ୭ ଦିନରେ ଲାଗୁ ହେବ ସିଏଏ: କହୁ କହୁ ସେମିତି କହିଦେଲି, ମନ୍ତ୍ରୀ ଦେଲେ ସ୍ପଷ୍ଟୀକରଣ… appeared first on Dharitri Odia News.
କୋଲକାତା,୪।୨ : ପଶ୍ଚିମବଙ୍ଗର ଭାଜପା ଲୋକସଭା ଏମପି ତଥା ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ସମ୍ବନ୍ଧରେ ଦେଇଥିବା ବିବୃତ୍ତି ଅନେକ ଆଲୋଡ଼ନ ସୃଷ୍ଟି କରିଥିଲା। ଗତ ସପ୍ତାହରେ ସେ କହିଥିଲେ ଏକ ସପ୍ତାହ ମଧ୍ୟରେ ସାରା ଦେଶରେ ସିଏଏ ଲାଗୁ ହେବ। ତେବେ କେନ୍ଦ୍ର ମନ୍ତ୍ରୀ ବର୍ତ୍ତମାନ ତାଙ୍କ ବିବୃତ୍ତିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି।
କୋଲକାତାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶାନ୍ତନୁ ଠାକୁର କହିଛନ୍ତି ଖୁବ ଶୀଘ୍ର ସିଏଏ କାର୍ଯ୍ୟକାରୀ ହେବ। ଜାନୁୟାରୀ ୨୯ ରେ ଦେଇଥିବା ମନ୍ତବ୍ୟ ନେଇ ସେ କହିଛନ୍ତି କହୁ କହୁ ସେମିତି କହିଦେଇଥିଲି। ବାସ୍ତବରେ, ମୁଁ କହିବାକୁ ଚାହିଁଥିଲି ସିଏଏ ପାଇଁ ନିୟମକୁ ଅନ୍ତିମ ରୂପ ଦିଆଯିବ। କାର୍ଯ୍ୟାନ୍ବୟନର ବିଷୟ ସେମିତି ମୋ ଫାଟିରୁ ଖସି ଯାଇଥିଲା।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଟିଏମସି କିମ୍ବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ର କାର୍ଯ୍ୟକାରିତାକୁ ବନ୍ଦ କରିବାର କୌଣସି ଅଧିକାର ନାହିଁ। ଶାନ୍ତନୁଙ୍କ ଅନୁଯାୟୀ ଯେଉଁମାନେ ଆନ୍ଦୋଳନ ଏବଂ ପ୍ରଦର୍ଶନ ମାଧ୍ୟମରେ ଏହାକୁ ବିରୋଧ କରୁଛନ୍ତି ସେମାନେ କେବଳ ରାଜନୈତିକ କାରଣରୁ ଏହା କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ଦେଶର ଏକ ଅଂଶ। ବାହ୍ୟ ବ୍ୟାପାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆପତ୍ତି ପ୍ରକୃତରେ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ।
The post ୭ ଦିନରେ ଲାଗୁ ହେବ ସିଏଏ: କହୁ କହୁ ସେମିତି କହିଦେଲି, ମନ୍ତ୍ରୀ ଦେଲେ ସ୍ପଷ୍ଟୀକରଣ… appeared first on Dharitri Odia News.