ଶୀତ ସାଙ୍ଗକୁ କୋହଲା ପାଗ, ରାଜ୍ୟରେ ହାଲୁକା ପବନ ଆଉ ଝିପିଝିପ ବର୍ଷା
ଭୁବନେଶ୍ୱର : କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା । କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକାଳୁ ସକାଳୁ ଝିପଝିପ ବର୍ଷା ଲାଗି ରହିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ସୁଦୃଶ୍ୟ ଲଘୁଚାପ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ବତି କରିବା ସହ ଦୁର୍ବଳ […] The post ଶୀତ ସାଙ୍ଗକୁ କୋହଲା ପାଗ, ରାଜ୍ୟରେ ହାଲୁକା ପବନ ଆଉ ଝିପିଝିପ ବର୍ଷା appeared first on KNews Odisha.

ଭୁବନେଶ୍ୱର : କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା । କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକାଳୁ ସକାଳୁ ଝିପଝିପ ବର୍ଷା ଲାଗି ରହିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ସୁଦୃଶ୍ୟ ଲଘୁଚାପ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ବତି କରିବା ସହ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଲାଗି ରହିବ । ଗୋଟିଏ ଦୁଇଟି ଦୁଇ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।
୨୬ ତାରିଖରୁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଅନ୍ୟପଟେ ୪୮ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଏହା ପରେ ରାତିର ତାପମାତ୍ରା ୩ ଡିଗ୍ରୀ ସେଲସିୟସ ହ୍ରାସ ପାଇବ । ୨୭ ତାରିଖ ବେଳକୁ ସାରା ଦେଶକୁ ପ୍ରଭାବିତ କରିବ ପଶ୍ଚିମାଝଡ । ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି। ପଶ୍ଚିମାଝଡ ଅପସରି ଯିବା ପରେ ଶୀତ ବଢିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
The post ଶୀତ ସାଙ୍ଗକୁ କୋହଲା ପାଗ, ରାଜ୍ୟରେ ହାଲୁକା ପବନ ଆଉ ଝିପିଝିପ ବର୍ଷା appeared first on KNews Odisha.