ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ,ବିଜେଡି କ୍ଷମା ପ୍ରାର୍ଥନା କରୁ: ଟଙ୍କଧର
ଭୁବନେଶ୍ୱର,୧୧।୩: ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରୀପାଠୀ ମଙ୍ଗଳବାର ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ଗୃହରେ ହଟ୍ଟଗୋଳ ପାଇଁ କଂଗ୍ରେସ, ବିଜେଡି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଧାୟକ ଟଙ୍କଧର କହିଛନ୍ତି। । ଗୃହରେ ବିରୋଧୀ ଭାବେ କିପରି କାର୍ଯ୍ୟ କରାଯାଏ କଂଗ୍ରେସ, ବିଜେଡି ଶିଖି ନ ଥିବା ତ୍ରୀପାଠୀ ଅଭିଯୋଗ କରିଛନ୍ତି। ଗୃହରେ ବିରୋଧୀ ଅସୌଜନ୍ୟ ବ୍ୟବହାର କରୁଛନ୍ତି। ମହିଳା ବାଚସ୍ପତିଙ୍କୁ କାଗଜ ଫିଙ୍ଗି ଅପମାନିତ କରିଛନ୍ତି। ଏନେଇ ବିରୋଧୀ କ୍ଷମା ମାଗନ୍ତୁ […] The post ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ,ବିଜେଡି କ୍ଷମା ପ୍ରାର୍ଥନା କରୁ: ଟଙ୍କଧର appeared first on Dharitri Odia News.
ଭୁବନେଶ୍ୱର,୧୧।୩: ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରୀପାଠୀ ମଙ୍ଗଳବାର ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ଗୃହରେ ହଟ୍ଟଗୋଳ ପାଇଁ କଂଗ୍ରେସ, ବିଜେଡି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଧାୟକ ଟଙ୍କଧର କହିଛନ୍ତି। । ଗୃହରେ ବିରୋଧୀ ଭାବେ କିପରି କାର୍ଯ୍ୟ କରାଯାଏ କଂଗ୍ରେସ, ବିଜେଡି ଶିଖି ନ ଥିବା ତ୍ରୀପାଠୀ ଅଭିଯୋଗ କରିଛନ୍ତି।
ଗୃହରେ ବିରୋଧୀ ଅସୌଜନ୍ୟ ବ୍ୟବହାର କରୁଛନ୍ତି। ମହିଳା ବାଚସ୍ପତିଙ୍କୁ କାଗଜ ଫିଙ୍ଗି ଅପମାନିତ କରିଛନ୍ତି। ଏନେଇ ବିରୋଧୀ କ୍ଷମା ମାଗନ୍ତୁ ବୋଲି ଝାରସୁଗୁଡ଼ା ବିଧାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ବିଧାନସଭାରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ବଜେଟ ଅଧିବେଶନର ତୃତୀୟ ଦିନରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଏବଂ ବିଜେଡି ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି ।
ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ। ଏଭଳି ସ୍ଥିତିରେ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହୋଇଛନ୍ତି। ପ୍ରଥମେ ଜୟନାରାୟଣ ମୋ କଲର୍ ଧରିଥିଲେ ବୋଲି ତାରା ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷେ ରିପୋର୍ଟରଙ୍କ ଟେବୁଲ ଉପରକୁ ରୋମାଞ୍ଚ ବିଶାଳ, ତାରା, ଯୋଗେଶ ସିଂହ ଚଢିଯାଇ ବିରୋଧ ପ୍ରଦର୍ଶନ କରିଥିଲେ । ସାଗର ଦାସ, ଦେବୀ ତ୍ରିପାଠୀ, ମାଧବ ଧଡା, ଅଭିମନ୍ୟୁ ସେଠି ରିପୋର୍ଟର ଟେବୁଲ ଉପରେ ପ୍ରତିବାଦ କରିଥିଲେ। ଅନ୍ୟପକ୍ଷେ ଜୟନାରାୟଣ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ କଳାପଟି ପିନ୍ଧି ଗୃହକୁ ଆସିଥିଲେ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ମୁଲତବି କରିଥିଲେ।
The post ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ,ବିଜେଡି କ୍ଷମା ପ୍ରାର୍ଥନା କରୁ: ଟଙ୍କଧର appeared first on Dharitri Odia News.