ସମୁଦୁଣୀଙ୍କୁ ତୀର ମାଡ଼ କଲେ ସମୁଦି, ପେଟରେ ବାଜି…
ବଣାଇଁ,୧।୬(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ ଗମଲେଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତୀରମାଡରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଳରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ତୀର ମାରିଥିବା ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗମଲେଇ ଗ୍ରାମର ବିଧବା ମହିଳା ଲକ୍ଷ୍ମୀ କିଷାନ। ତାଙ୍କ ସମ୍ପର୍କୀୟ ଲୁକୁ କିଷାନଙ୍କ ସହ ଭଲ ସମ୍ପର୍କ ରହିଥିଲା। ଉଭୟେ […] The post ସମୁଦୁଣୀଙ୍କୁ ତୀର ମାଡ଼ କଲେ ସମୁଦି, ପେଟରେ ବାଜି… appeared first on Dharitri Odia News.
ବଣାଇଁ,୧।୬(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ ଗମଲେଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତୀରମାଡରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଳରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ତୀର ମାରିଥିବା ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଗମଲେଇ ଗ୍ରାମର ବିଧବା ମହିଳା ଲକ୍ଷ୍ମୀ କିଷାନ। ତାଙ୍କ ସମ୍ପର୍କୀୟ ଲୁକୁ କିଷାନଙ୍କ ସହ ଭଲ ସମ୍ପର୍କ ରହିଥିଲା। ଉଭୟେ ସମୁଦି ଏବଂ ସମୁଦୁଣୀ ବୋଲି ଡକାଡକି ହେଉଥିଲେ l ହେଲେ ହଠାତ୍ ଭୋରରେ ଲୁକୁ ଲକ୍ଷ୍ମୀ ଘରକୁ ଯାଇ ଜଣେ ବାହାର ଲୋକ ଥିବା ଦେଖି ଉତ୍ତ୍ୟକ୍ତ ହୋଇପଡିଥିଲା । ପରେ ସେ ଘରୁ ଧନୁ ତୀର ଆଣି ସମ୍ପୃକ୍ତ ଲୋକଙ୍କୁ ତୀରମାଡ଼ କରିଥିଲେ।
ହେଲେ ଦୁର୍ଭାଗ୍ୟ ବଶତଃ ତୀର ଲକ୍ଷ୍ମୀଙ୍କ ପେଟରେ ବାଜି ଗଳି ଯାଇଥିଲା। ଗୁରୁତର ଅବସ୍ଥାରେ ଲକ୍ଷ୍ମୀଙ୍କୁ ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟ ବଣାଇଁ ଓ ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି l ଘଟଣାସ୍ଥଳରେ ଲହୁଣିପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ସମୁଦୁଣୀଙ୍କୁ ତୀର ମାଡ଼ କଲେ ସମୁଦି, ପେଟରେ ବାଜି… appeared first on Dharitri Odia News.