ରାଜ୍ୟରେ ହଇଚଇ ICC ଦେଲା ସାଙ୍ଘାତିକ ବୟାନ: ଏମିତି କରିଥିଲେ ହୁଏତ ବଞ୍ଚିଯାଇ..

ଭୋଗରାଇ,୧୫।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଦେଇଥିବା ଛାତ୍ରୀ ୩ଦିନ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ତାଙ୍କ ଶରୀରର ୯୫% ପୋଡ଼ି ଯାଇଥିବାରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ବର୍ନ ୟୁନିଟ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯିବା ସହ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଚିକିତ୍ସା ଚଳାଉଥିଲେ। ଏପରି କି ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଡାକ୍ତରଙ୍କ ସହ […] The post ରାଜ୍ୟରେ ହଇଚଇ ICC ଦେଲା ସାଙ୍ଘାତିକ ବୟାନ: ଏମିତି କରିଥିଲେ ହୁଏତ ବଞ୍ଚିଯାଇ.. appeared first on Dharitri Odia News.

ରାଜ୍ୟରେ ହଇଚଇ ICC ଦେଲା ସାଙ୍ଘାତିକ ବୟାନ: ଏମିତି କରିଥିଲେ ହୁଏତ ବଞ୍ଚିଯାଇ..

ଭୋଗରାଇ,୧୫।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଦେଇଥିବା ଛାତ୍ରୀ ୩ଦିନ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ତାଙ୍କ ଶରୀରର ୯୫% ପୋଡ଼ି ଯାଇଥିବାରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ବର୍ନ ୟୁନିଟ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯିବା ସହ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଚିକିତ୍ସା ଚଳାଉଥିଲେ। ଏପରି କି ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଡାକ୍ତରଙ୍କ ସହ ଯୋଗାଯୋଗ କରି ତାଙ୍କର ଚିକିତ୍ସା କରାଯାଉଥିଲା। ସବୁ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚା ଯାଇପାରିଲା ନାହିଁ ବୋଲି ଡାକ୍ତରୀ ଟିମ ସୂଚନା ଦେଇଥିଲେ। ମତ୍ୟୁପରେ ତାଙ୍କ ମୃତଦେହ ରାତାରାତି ବ୍ୟବଚ୍ଛେଦ କରାଯାଇ ଭୋଗରାଇ ନିଆଯାଇଥିଲା।
ତେବେ FM କଲେଜ ICC କୋର୍ଡିନେଟର ସାଙ୍ଘାତିକ ତଥ୍ୟ ଦେଇଛନ୍ତି। ସୌମ୍ୟାଶ୍ରୀ ଆମ କଲେଜ ପାଇଁ ଆସେଟ ଥିଲା। ଅଭିଯୋଗ ଆଧାରରେ କମିଟି ୯ ତାରିଖ ରାତିରେ ରିପୋର୍ଟ କରିଥିଲା। HOD ସମୀର ସାରଙ୍କୁ ପରିବର୍ତ୍ତନ ପାଇଁ ପ୍ରିନ୍ସିପାଲଙ୍କୁ ଲେଖିଥିଲୁ
କ’ଣ କରିବା କାମ ସେମାନଙ୍କର ଥିଲା ବୋଲି ICC କୋର୍ଡିନେଟର କହିଛନ୍ତି। ତେବେ ଏବେ ପ୍ରଶ୍ନ ଉଠଉଛ ଯଦି ଚିଠି ଲେଖା ହୋଇଥିଲା ତେବେ କାର୍ଯ୍ୟାନୁଷ୍ଠାନ କାହିଁ ନିଆଗଲାନି। କାହାକୁ ଥିଲା ଭୟ। ଅଦୃଶ୍ୟ ଶକ୍ତି କିଏ। ହୁଏତ ଏପରିକରିଥିଲେ ବଞ୍ଚିଯାଇଥାନ୍ତା ଏକ ନୀରିହ ଜୀବନ।

The post ରାଜ୍ୟରେ ହଇଚଇ ICC ଦେଲା ସାଙ୍ଘାତିକ ବୟାନ: ଏମିତି କରିଥିଲେ ହୁଏତ ବଞ୍ଚିଯାଇ.. appeared first on Dharitri Odia News.