ସମସ୍ତ ସରକାରୀ ଜମି ଜବରଦଖଲ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୬।୭: ରାଜ୍ୟର ସମସ୍ତ ଜିଲାରେ ସରକାରୀ ଜମି ଜବରଦଖଲ ବଢି ଚାଲିଥିବା ବେଳେ ଚିନ୍ତା ପ୍ରକଟ କରିଛନ୍ତି ସରକାର। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜବରଦଖଲକୁ ନେଇ ଉଦ୍ବେଗ ପ୍ରକାଶ କରାଯାଇଛି। ଏହି କ୍ରମରେ ରାଜ୍ୟ ରାଜସ୍ୱ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ କାମ ପାଇଁ ଜମି ଦେବାରେ ଜବରଦଖଲ ବାଧକ ସାଜୁଛି। ଅନେକ ସ୍ଥାନରେ ବହୁ ମୂଲ୍ୟବାନ ଜମି ସବୁ ଅବୈଧ ଭାବେ […] The post ସମସ୍ତ ସରକାରୀ ଜମି ଜବରଦଖଲ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ appeared first on Dharitri Odia News.
ଭୁବନେଶ୍ୱର,୬।୭: ରାଜ୍ୟର ସମସ୍ତ ଜିଲାରେ ସରକାରୀ ଜମି ଜବରଦଖଲ ବଢି ଚାଲିଥିବା ବେଳେ ଚିନ୍ତା ପ୍ରକଟ କରିଛନ୍ତି ସରକାର। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜବରଦଖଲକୁ ନେଇ ଉଦ୍ବେଗ ପ୍ରକାଶ କରାଯାଇଛି। ଏହି କ୍ରମରେ ରାଜ୍ୟ ରାଜସ୍ୱ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ କାମ ପାଇଁ ଜମି ଦେବାରେ ଜବରଦଖଲ ବାଧକ ସାଜୁଛି। ଅନେକ ସ୍ଥାନରେ ବହୁ ମୂଲ୍ୟବାନ ଜମି ସବୁ ଅବୈଧ ଭାବେ ଜବରଦଖଲ କରାଯାଉଛି। କିଛି ସ୍ଥାନରେ କଥା ମାଳି ମକଦ୍ଦମା ଆଡେ ମଧ୍ୟ ଯାଉଛି। ତେଣୁ ସର୍ଭେ କରି ତୁରନ୍ତ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହିତ ଜବରଦଖଲ ହଟାଇବା ପରେ ଜିଲା ପ୍ରଶାସନ ସେହି ସ୍ଥାନକୁ ବାଡ଼ ବୁଲାଇ ରଖିବେ। ଯାହା ପରବର୍ତୀ ସମୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଉପଯୋଗ କରାଯାଇପାରିବ। ଏହି କାମ ପାଇଁ ପାଣ୍ଠିର ଅଭାବ ହେଲେ ତୁରନ୍ତ ରାଜସ୍ବ ବିଭାଗକୁ ଜଣାଇବାକୁ କୁହାଯାଇଛି। ‘ଅତ୍ୟନ୍ତ ଜରୁରୀ କାର୍ଯ୍ୟ’ ଭାବେ ଏ ଦିଗରେ ପଦକ୍ଷେପ ନେଇ ଚାଳିଶି ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।
The post ସମସ୍ତ ସରକାରୀ ଜମି ଜବରଦଖଲ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ appeared first on Dharitri Odia News.