ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ, କହିଲେ- ଦେଶରେ ସ୍ୱର୍ଣ୍ଣିମ ଯୁଗର ଆରମ୍ଭ
ନୂଆଦିଲ୍ଲୀ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଶପଥ ଗ୍ରହଣ ସହ ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହୋଇଛି । ଟ୍ରମ୍ପଙ୍କ ପରେ ଉପରାଷ୍ଟ୍ରପତି ଜେଡି ଭେନ୍ସ ପଦ ଏବଂ ଗୋପନୀୟତାର ଶପଥ ନେଇଛନ୍ତି । ଗତ ଅନେକ ଦଶନ୍ଧି ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଖୋଲାରେ ନହୋଇ ଆମେରିକା ସଂସଦ ଭିତରେ ଆୟୋଜନ କରାଯାଇଛି । ଆମେରିକାର ଅତ୍ୟଧିକ ଥଣ୍ଡା ଯୋଗୁଁ ସଂସଦ ଭିତରେ ଶପଥ ଗ୍ରହଣ ସମାରୋହ ଆୟୋଜନ ହୋଇଛି ।ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରଥମ ଭାଷଣରେ କହିଛନ୍ତି, 'ଏବେଠାରୁ ଆମେରିକାରେ ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହୋଇଛି । ଆମେ ଆମର ଅଖଣ୍ଡତାକୁ ବଜାୟ ରଖିବୁ । ଦୁନିଆ ଆମକୁ ବ୍ୟହହାର କରିପାରିବ ନାହିଁ । ଆମେରିକା ଏବେ ଅନୁପ୍ରବେଶ କରିପାରିବେ ନାହିଁ ।' ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ବଡ଼ ଘୋଷଣା କରି ଟ୍ରମ୍ପ କହିଛନ୍ତି, 'ଆମେ ଆମର ଦକ୍ଷିଣ ସୀମାରେ ନ୍ୟାସନାଲ ଏମର୍ଜେନ୍ସି ଘୋଷଣା କରୁଛୁ । ମେକ୍ସିକୋ ସହ ଲାଗିଥିବା ଆମେରିକାର ଦକ୍ଷିଣ ସୀମାରେ ଅନୁପ୍ରବେଶ ରୋକିବା ପାଇଁ ସେନା ପଠାଇବା ନେଇ ମଧ୍ୟ ଘୋଷଣା କରିଛନ୍ତି ।'#WATCH | Washington DC | US President Donald Trump says, "We will abandon the policy of catch and release. I will send troops to the southern border to repel the disastrous i
ନୂଆଦିଲ୍ଲୀ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଶପଥ ଗ୍ରହଣ ସହ ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହୋଇଛି । ଟ୍ରମ୍ପଙ୍କ ପରେ ଉପରାଷ୍ଟ୍ରପତି ଜେଡି ଭେନ୍ସ ପଦ ଏବଂ ଗୋପନୀୟତାର ଶପଥ ନେଇଛନ୍ତି । ଗତ ଅନେକ ଦଶନ୍ଧି ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଖୋଲାରେ ନହୋଇ ଆମେରିକା ସଂସଦ ଭିତରେ ଆୟୋଜନ କରାଯାଇଛି । ଆମେରିକାର ଅତ୍ୟଧିକ ଥଣ୍ଡା ଯୋଗୁଁ ସଂସଦ ଭିତରେ ଶପଥ ଗ୍ରହଣ ସମାରୋହ ଆୟୋଜନ ହୋଇଛି ।

ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରଥମ ଭାଷଣରେ କହିଛନ୍ତି, 'ଏବେଠାରୁ ଆମେରିକାରେ ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହୋଇଛି । ଆମେ ଆମର ଅଖଣ୍ଡତାକୁ ବଜାୟ ରଖିବୁ । ଦୁନିଆ ଆମକୁ ବ୍ୟହହାର କରିପାରିବ ନାହିଁ । ଆମେରିକା ଏବେ ଅନୁପ୍ରବେଶ କରିପାରିବେ ନାହିଁ ।'
ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ବଡ଼ ଘୋଷଣା କରି ଟ୍ରମ୍ପ କହିଛନ୍ତି, 'ଆମେ ଆମର ଦକ୍ଷିଣ ସୀମାରେ ନ୍ୟାସନାଲ ଏମର୍ଜେନ୍ସି ଘୋଷଣା କରୁଛୁ । ମେକ୍ସିକୋ ସହ ଲାଗିଥିବା ଆମେରିକାର ଦକ୍ଷିଣ ସୀମାରେ ଅନୁପ୍ରବେଶ ରୋକିବା ପାଇଁ ସେନା ପଠାଇବା ନେଇ ମଧ୍ୟ ଘୋଷଣା କରିଛନ୍ତି ।'
#WATCH | Washington DC | US President Donald Trump says, "We will abandon the policy of catch and release. I will send troops to the southern border to repel the disastrous invasion of our country. Under the orders I signed today, we will also be designating the cartels as… pic.twitter.com/HHQ45VODbI— ANI (@ANI) January 20, 2025
ଟ୍ରମ୍ପ ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି, 'ଆମେରିକାରେ କେବଳ ପୁରୁଷ ଏବଂ ମହିଳା ହିଁ ରହିବେ । ଏହା ବ୍ୟତୀତ ଅନ୍ୟ କୌଣସି ଜେଣ୍ଡର ରହିବ ନାହିଁ ।' ସେହିପରି ଅନ୍ୟ ଦେଶଙ୍କ ଉପରେ ଟ୍ୟାକ୍ସ ଏବଂ ଟାରିଫ୍ ବଢାଇବା ନେଇ ମଧ୍ୟ ଘୋଷଣା କରିଛନ୍ତି । ଏହାସହ ପାନାମାକୁ ପୁଣି ଥରେ ଫେରାଇ ନେବେ ଟ୍ରମ୍ପ ଘୋଷଣା କରିଛନ୍ତି । ଗୋଲ୍ଫ ଅଫ୍ ମେକ୍ସିକୋ ଏବେ ଗୋଲ୍ଫ ଅଫ୍ ଆମେରିକା ନାଁରେ ଜଣାଯିବ ବୋଲି ଟ୍ରମ୍ପ କହିଛନ୍ତି ।
#WATCH | Washington DC | US President #DonaldTrump says, "America will soon be greater, stronger, and far more exceptional than ever before. I return to the presidency confident and optimistic that we are at the start of a thrilling new era of national success. A tide of change… pic.twitter.com/HEEZMwZauk— ANI (@ANI) January 20, 2025
ଆମେରିକା ରାଷ୍ଟ୍ରପତି କହିଛନ୍ତି, 'ଅନ୍ୟ କାହାର ଯୁଦ୍ଧରେ ଆମେରିକା ନିଜ ସୈନ୍ୟ ପଠାଇବ ନାହିଁ । ମୁଁ ଚାହେଁ ଦୁନିଆ ମୋତେ ଶାନ୍ତି ଦୂତ ଭାବେ ଦେଖୁ ।' ଚୀନକୁ ଚ୍ୟାଲେଞ୍ଜ କରି ଦେଇ ସେ କହିଛନ୍ତି ଯେ ପାନାମା କେନାଲରେ ଚୀନର ଆଧିପତ୍ୟକୁ ଶେଷ କରିବେ ଏବଂ ପାନାମା କେନାଲରୁ ପୁଣି ଥରେ ଫେରାଇ ଆଣିବେ । ଟ୍ରମ୍ପ କହିଛନ୍ତି ଯେ ଆମେ ଦୁନିଆରେ ଶାନ୍ତି ଚାହୁଁଛୁ । କିନ୍ତୁ ଆମେରିକା ନିଜ ଶତ୍ରୁଙ୍କୁ ନିଶ୍ଚିତ ରୂପେ ପରାଜିତ କରିବ ।
#WATCH | Washington DC | US President #DonaldTrump says, "...We are going to be changing the name of Gulf of Mexico to Gulf of America..."
(Source: US Network Pool via Reuters) pic.twitter.com/HrDeKI5Fe5— ANI (@ANI) January 20, 2025