ପ୍ରାର୍ଥତ୍ତ୍ୱ ପରିବର୍ତ୍ତନ ନ ହେବାରୁ ଭାଜପାରୁ ଇସ୍ତଫା ଦେଲି
ଜି.ଉଦୟଗିରି,୮ା୪(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବିଧାନସଭା ଭାଜପା ପ୍ରାର୍ଥୀ ଭାବେ ମାନଗୋବିନ୍ଦ ପ୍ରଧାନଙ୍କ ନାମ ଘୋଷଣା ହେବାପରେ ତାଙ୍କୁ ବିରୋଧ କରି ଦଳରେ ଅସନ୍ତୋଷ ଲାଗି ରହିଥିଲା। ୩ଦିନ ତଳେ ଦଳୀୟ କର୍ମକର୍ତ୍ତାମାନେ ଏକାଠି ହୋଇ ଖବରଦାତା ସମ୍ମିଳନୀ କରି ପ୍ରାର୍ଥୀ ପରିବର୍ତ୍ତନ ନ କଲେ ସାମୁହିକ ଭାବେ ଦଳରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଥିଲେ। ପ୍ରାର୍ଥତ୍ତ୍ୱ ପରିବର୍ତ୍ତନ ନ ହେବାରୁ ରବିବାର ଜିଲା କୃଷକ ମୋର୍ଚ୍ଚା ସଭାପତି ଅବନେଶ୍ୱର ପ୍ରଧାନ ଦଳରୁ ପ୍ରାଥମିକ ସଭ୍ୟପଦରୁ ଇସ୍ତଫା […] The post ପ୍ରାର୍ଥତ୍ତ୍ୱ ପରିବର୍ତ୍ତନ ନ ହେବାରୁ ଭାଜପାରୁ ଇସ୍ତଫା ଦେଲି appeared first on Dharitri Odia News.
ଜି.ଉଦୟଗିରି,୮ା୪(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବିଧାନସଭା ଭାଜପା ପ୍ରାର୍ଥୀ ଭାବେ ମାନଗୋବିନ୍ଦ ପ୍ରଧାନଙ୍କ ନାମ ଘୋଷଣା ହେବାପରେ ତାଙ୍କୁ ବିରୋଧ କରି ଦଳରେ ଅସନ୍ତୋଷ ଲାଗି ରହିଥିଲା। ୩ଦିନ ତଳେ ଦଳୀୟ କର୍ମକର୍ତ୍ତାମାନେ ଏକାଠି ହୋଇ ଖବରଦାତା ସମ୍ମିଳନୀ କରି ପ୍ରାର୍ଥୀ ପରିବର୍ତ୍ତନ ନ କଲେ ସାମୁହିକ ଭାବେ ଦଳରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଥିଲେ।
ପ୍ରାର୍ଥତ୍ତ୍ୱ ପରିବର୍ତ୍ତନ ନ ହେବାରୁ ରବିବାର ଜିଲା କୃଷକ ମୋର୍ଚ୍ଚା ସଭାପତି ଅବନେଶ୍ୱର ପ୍ରଧାନ ଦଳରୁ ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି। ସେ ଦୀର୍ଘବର୍ଷ ହେଲା ଶୃଙ୍ଖଳିତ କର୍ମୀ ଭାବେ ଦଳ ପାଇଁ କାମ କରୁଥିଲେ। ଏବେ ସାଧାରଣ ନିର୍ବାଚନରେ ଅଣଦେଖା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ସହିତ ଠିକ୍ ପ୍ରାର୍ଥୀ ଚୟନ ହୋଇ ନ ଥିବା ଅଭିଯୋଗ କରିଛନ୍ତି। ଅବନେଶ୍ୱରଙ୍କ ଇସ୍ତଫା ନିର୍ବାଚନରେ ଭାଜପା ଉପରେ ପ୍ରଭାବ ପକାଇବ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି।
The post ପ୍ରାର୍ଥତ୍ତ୍ୱ ପରିବର୍ତ୍ତନ ନ ହେବାରୁ ଭାଜପାରୁ ଇସ୍ତଫା ଦେଲି appeared first on Dharitri Odia News.