ବହୁପ୍ରତୀକ୍ଷିତ ଶୀତମହୋତ୍ସବ ଉଦ୍‌ଘାଟନ ଆଜି: ସତ୍ୟଜିତ, ମଣ୍ଟୁ ଛୁରିଆ ମୁଖ୍ୟ ଆକର୍ଷଣ

ଦାରିଙ୍ଗବାଡି, ୧୧/୧ (ଅରୁଣ ସାହୁ ):ଦାରିଙ୍ଗବାଡ଼ିରେ ଶନିବାର ଶୀତ ମହୋତ୍ସବର ଉଦ୍‌ଘାଟନୀ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନର ଉଦ୍ୟମରେ ଶୀତ ମହୋତ୍ସବ ଚଳିତ ଥର ପାଳନ କରାଯାଉଛି। ଏଥିପାଇଁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ପାଇଁ ଜିଲା ଓ ଜିଲା ବାହାରୁ କଳାକାରମାନଙ୍କୁ ନିମନ୍ତ୍ରଣ କରାଯାଇଛି। ସେହିପରି ମଞ୍ଚରେ ୩ ଦିନ ଧରି ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ପ୍ରଥମ ଦିନରେ […] The post ବହୁପ୍ରତୀକ୍ଷିତ ଶୀତମହୋତ୍ସବ ଉଦ୍‌ଘାଟନ ଆଜି: ସତ୍ୟଜିତ, ମଣ୍ଟୁ ଛୁରିଆ ମୁଖ୍ୟ ଆକର୍ଷଣ appeared first on Dharitri Odia News.

ବହୁପ୍ରତୀକ୍ଷିତ ଶୀତମହୋତ୍ସବ ଉଦ୍‌ଘାଟନ ଆଜି: ସତ୍ୟଜିତ, ମଣ୍ଟୁ ଛୁରିଆ ମୁଖ୍ୟ ଆକର୍ଷଣ

ଦାରିଙ୍ଗବାଡି, ୧୧/୧ (ଅରୁଣ ସାହୁ ):ଦାରିଙ୍ଗବାଡ଼ିରେ ଶନିବାର ଶୀତ ମହୋତ୍ସବର ଉଦ୍‌ଘାଟନୀ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନର ଉଦ୍ୟମରେ ଶୀତ ମହୋତ୍ସବ ଚଳିତ ଥର ପାଳନ କରାଯାଉଛି। ଏଥିପାଇଁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ପାଇଁ ଜିଲା ଓ ଜିଲା ବାହାରୁ କଳାକାରମାନଙ୍କୁ ନିମନ୍ତ୍ରଣ କରାଯାଇଛି। ସେହିପରି ମଞ୍ଚରେ ୩ ଦିନ ଧରି ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ପ୍ରଥମ ଦିନରେ ଏଥିରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଅଧ୍ୟକ୍ଷତା କରିବେ। ମୁଖ୍ୟଅତିଥି ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ମହୋତ୍ସବକୁ ଉଦ୍‌ଘାଟନ କରିବେ। ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେବେ। ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ଫୁଲବାଣୀ ବିଧାୟକ ଉମା ଚରଣ ମଲିକ, ବାଲିଗୁଡ଼ା ବିଧାୟକ ଚକ୍ରମଣୀ କଂହର, ଜି. ଉଦୟଗିରି ପୂର୍ବତନ ବିଧାୟକ ସାଲୁଗା ପ୍ରଧାନ ଓ ଯାକବ ପ୍ରଧାନ, ଜିଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ,୧୦ ଏବଂ ୧୧ ନଂ. ଜିଲା ପରିଷଦ ସଦସ୍ୟା ରଞ୍ଜନ ପ୍ରଧାନ, ଦୀପିକା ମାଝୀ ଏବଂ ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ପ୍ରମୁଖ ମଞ୍ଚାସୀନ ରହିବାର କାର୍ଯ୍ୟକ୍ରମ ରହିଛି ବୋଲି ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ଚଳିତ ଥର ମହୋତ୍ସବ ପାଇଁ ୧ ଶହ ଷ୍ଟଲ ରହିବ। ସୋମବାର ଏହି ମହୋତ୍ସବର ଉଦ୍‌ଯାପିତ ହେବ। ଉଦଯାପନୀ ଉତ୍ସବରେ କନ୍ଧମାଳ ଏମପି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମତ୍ସ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ବିଧାୟକ ନୀଳମଣି ବିଷୋୟୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

The post ବହୁପ୍ରତୀକ୍ଷିତ ଶୀତମହୋତ୍ସବ ଉଦ୍‌ଘାଟନ ଆଜି: ସତ୍ୟଜିତ, ମଣ୍ଟୁ ଛୁରିଆ ମୁଖ୍ୟ ଆକର୍ଷଣ appeared first on Dharitri Odia News.