ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ପ୍ରତିବାଦରେ ରାସ୍ତାରୋକୋ କଲେ ଗ୍ରାମବାସୀ
ମୋରଡ଼ା,୩ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ କୁଜିଡ଼ିହି-ବାରମାଇଲ ମୁଖ୍ୟ ରାସ୍ତାର ବଡ଼ବିଲା- ମୋହନପୁର ଛକ ମଧ୍ୟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି l ମୃତକ ଜଣକ ହେଲେ ବଡ଼ବିଲା ଗ୍ରାମର ଭାଗେଗୋବର୍ଦ୍ଧନ ତୁଙ୍ଗ(୩୫) ଏବଂ ଗୁରୁତର ଜଣକ ହେଉଛନ୍ତି ମୋହନପୁର ଗ୍ରାମର ଲସ ଟୁଡୁ l ତେବେ ଏହାର ପ୍ରତିବାଦରେ ଗ୍ରାମବାସୀ କୁଜିଡ଼ିହି-ବାରମାଇଲ ମୁଖ୍ୟ ରାସ୍ତାରୋକୋ କରିଛନ୍ତି l ସୂଚନା […] The post ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ପ୍ରତିବାଦରେ ରାସ୍ତାରୋକୋ କଲେ ଗ୍ରାମବାସୀ appeared first on Dharitri Odia News.
ମୋରଡ଼ା,୩ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ କୁଜିଡ଼ିହି-ବାରମାଇଲ ମୁଖ୍ୟ ରାସ୍ତାର ବଡ଼ବିଲା- ମୋହନପୁର ଛକ ମଧ୍ୟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି l ମୃତକ ଜଣକ ହେଲେ ବଡ଼ବିଲା ଗ୍ରାମର ଭାଗେଗୋବର୍ଦ୍ଧନ ତୁଙ୍ଗ(୩୫) ଏବଂ ଗୁରୁତର ଜଣକ ହେଉଛନ୍ତି ମୋହନପୁର ଗ୍ରାମର ଲସ ଟୁଡୁ l ତେବେ ଏହାର ପ୍ରତିବାଦରେ ଗ୍ରାମବାସୀ କୁଜିଡ଼ିହି-ବାରମାଇଲ ମୁଖ୍ୟ ରାସ୍ତାରୋକୋ କରିଛନ୍ତି l
ସୂଚନା ଅନୁଯାୟୀ, ରବିବାର ଭାଗେଗୋବର୍ଦ୍ଧନ ମୋହନପୁର ଠାରେ ଉକ୍ତ ଗ୍ରାମର ଗୋବିନ୍ଦ ସୋରେନଙ୍କ ସହିତ ରାସ୍ତା କଡରେ ଥିବା ଗୋରା ବିନ୍ଧାଣୀଙ୍କ ଘର ସମ୍ମୁଖରେ କଥାବାର୍ତ୍ତା ହେଉଥିବା ସମୟରେ ଏକ ଧଳା ରଙ୍ଗର କାର୍ ଦ୍ରୁତ ଗତିରେ ଆସି ଭାଗେଗୋବର୍ଦ୍ଧନଙ୍କୁ ଧକ୍କା ଦେବା ଫଳରେ ସେ ଛିଟିକି ପଡିଥିଲେ ଏବଂ ଗୋବିନ୍ଦ ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ରାସ୍ତାର ଅନ୍ୟ ପାର୍ଶକୁ ଡିଆଁ ମାରିଥିଲେ। ତେବେ ଉକ୍ତ କାର୍ଟି ଭାଗେଗୋବର୍ଦ୍ଧନଙ୍କୁ ଧକ୍କା ଦେବା ପରେ ୪୦ ଫୁଟ ଦୂରରେ ଥିବା ଉକ୍ତ ଗ୍ରାମର ଲସ ଟୁଡୁଙ୍କୁ ପୁଣି ଧକ୍କା ଦେବା ଫଳରେ ଲସ ଗୁରୁତର ହୋଇଛନ୍ତି l ଖବର ପାଇ ରାତି ୯ଟାରେ ଚିତ୍ରଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଭାଗେଗୋବର୍ଦ୍ଧନଙ୍କୁ ବାରମାଇଲସ୍ଥିତ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେହିପରି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଲସଙ୍କୁ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲକୁ ପଠାଇ ଯାଇଛି l ତେବେ ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା କାର୍ ଫେରାର ହୋଇଯାଇଛି l
ତେବେ ସୋମବାର ଉତ୍ତ୍ୟକ୍ତ ଗ୍ରାମବାସୀ ସକାଳ ୬ଟାରୁ ମୋହନାପୁର ନିକଟ ମୁଖ୍ୟ ରାସ୍ତାରେ ବାଉଁଶ ବ୍ୟାରିକେଡ୍ ଦେଇ ରାସ୍ତା ବନ୍ଦ କରିଛନ୍ତି। ମୃତକ ଓ ଗୁରୁତରଙ୍କ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ପାଇଁ ଦାବି କରିଛନ୍ତି l ଘଟଣାସ୍ଥଳରେ ମୋରଡ଼ା ଥାନା ଅଧିକାରୀ ସତ୍ୟନାରାୟଣ ବଳ ଏବଂ ଦାନ୍ତିଆମୁଁହା ସମିତି ସଭ୍ୟ ତଥା ଭାଜପା ନେତା ସୁକୁଲ ମୁର୍ମୁ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରୁଛନ୍ତି।
The post ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ପ୍ରତିବାଦରେ ରାସ୍ତାରୋକୋ କଲେ ଗ୍ରାମବାସୀ appeared first on Dharitri Odia News.