ମେଡିକାଲରୁ ପୁଣି ଶିଶୁ ଚୋରି: ଜନ୍ମ ପରେ ନବଜାତକର ଫଟୋ ରଖିଥିଲେ ପରିବାର, ହେଲେ…
ନୟାଗଡ଼,୩୦ା୧୧(ଲୋକନାଥ ମିଶ୍ର): ରାଜ୍ୟରେ ଥିବା ବିଭିନ୍ନ ମେଡିକାଲରୁ ଶିଶୁ ଚୋରି ହେଉଥିବା ବାରମ୍ବାର ଅଭିଯୋଗ ହେଉଛି। ଶୁକ୍ରବାର ସମ୍ବଲପୁର ଜିଲା ଭୀମସାର ମେଡିକାଲରୁ ଶିଶୁ ଚୋରି ହୋଇଥିବାବେଳେ ଶନିବାର ନୟାଗଡ଼ ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶୁ ଚୋରି ଅଭିଯୋଗ ହୋଇଛି। ଶିଶୁ ଜନ୍ମ ପରେ ମୃତ୍ୟୁ ଦର୍ଶାଇ ଗାଏବ କରାଯାଇଥିବା ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ପରେ ଖବର ପାଇ ରାଜସୁନାଖଳା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୋର୍ଦ୍ଧା […] The post ମେଡିକାଲରୁ ପୁଣି ଶିଶୁ ଚୋରି: ଜନ୍ମ ପରେ ନବଜାତକର ଫଟୋ ରଖିଥିଲେ ପରିବାର, ହେଲେ… appeared first on Dharitri Odia News.
ନୟାଗଡ଼,୩୦ା୧୧(ଲୋକନାଥ ମିଶ୍ର): ରାଜ୍ୟରେ ଥିବା ବିଭିନ୍ନ ମେଡିକାଲରୁ ଶିଶୁ ଚୋରି ହେଉଥିବା ବାରମ୍ବାର ଅଭିଯୋଗ ହେଉଛି। ଶୁକ୍ରବାର ସମ୍ବଲପୁର ଜିଲା ଭୀମସାର ମେଡିକାଲରୁ ଶିଶୁ ଚୋରି ହୋଇଥିବାବେଳେ ଶନିବାର ନୟାଗଡ଼ ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶୁ ଚୋରି ଅଭିଯୋଗ ହୋଇଛି। ଶିଶୁ ଜନ୍ମ ପରେ ମୃତ୍ୟୁ ଦର୍ଶାଇ ଗାଏବ କରାଯାଇଥିବା ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ପରେ ଖବର ପାଇ ରାଜସୁନାଖଳା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଗୋଡ଼ଭଙ୍ଗା ଗାଁର ବିଜୟ ପରିଡାଙ୍କ ସ୍ତ୍ରୀ ଶୁଚିସ୍ମିତା ଶନିବାର ଏକ ସନ୍ତାନ ଜନ୍ମ କରିଥିଲେ। ହେଲେ ଶିଶୁକୁ ମୃତ ଦର୍ଶାଯାଇ ଶିଶୁକୁ ଦେଖିବାକୁ ଏପରିକି ମୃତଦେହ ଦିଆ ଯାଇନାହିଁ। ଏ ଘଟଣା ପରେ ସନ୍ଦେହରେ ଡାକ୍ତର ଓ କର୍ମଚାରୀ ରହିଛନ୍ତି। ବିଜୟଙ୍କ ମା’ ଶକୁନ୍ତଳାଙ୍କ ଅଭିଯୋଗ ଅନୁସାରେ ଶିଶୁକୁ ଗାଏବ କରି ଅନ୍ୟକୁ ବିକ୍ରି କରି ମୃତ ଦର୍ଶାଇ ଖସି ଯିବାକୁ ଉଦ୍ୟମ ହୋଇଛି କହି କାନ୍ଦି ପକାଇଛନ୍ତି। ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।
ମେଡିକାଲରୁ ପୁଣି ନବଜାତ ଶିଶୁ ଚୋରି ଅଭିଯୋଗ ହୋଇଛି। ଜିଲାର ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ନବଜାତ ଚୋରି ଅଭିଯୋଗ ହୋଇଛି। ତେବେ ଶିଶୁ ଜନ୍ମ ହେବାର କିଛି ସମୟ ପରେ ମେଡିକାଲରୁ ଗାଏବ ହୋଇଯାଇଛି। ଜନ୍ମ ପରେ ନବଜାତର ଫଟୋ ପରିବାର ଲୋକେ ଉଠାଇ ଥିବାବେଳେ ବେଡ୍ରୁ କେହି ଶିଶୁକୁ ଚୋରି କରିନେଇଯାଇଥିବା ଥାନାରେ ଏତଲା ହୋଇଛି।
The post ମେଡିକାଲରୁ ପୁଣି ଶିଶୁ ଚୋରି: ଜନ୍ମ ପରେ ନବଜାତକର ଫଟୋ ରଖିଥିଲେ ପରିବାର, ହେଲେ… appeared first on Dharitri Odia News.