ଠିକାଦାରଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

ବ୍ରହ୍ମପୁର,୧୫ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଜଣେ ଠିକାଦାରଙ୍କୁ ହୋଲିରେ ଛୁରାମାଡ଼ ହୋଇଛି।  ଛୁରାମାଡ଼ରେ ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର ଠିକାଦାର (କଣ୍ଟ୍ରାକ୍ଟର )ଟି. ରାମଚନ୍ଦ୍ର ପାତ୍ରଙ୍କ ମୃତ ହୋଇଛି। ଜଣେ ଯୁବକ ତାଙ୍କୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଚନ୍ଦନ କୁମାର ସାବତ ଓରଫ ପପୁନ(୩୨)। ଏନେଇ ବ୍ରହ୍ମପୁର ଏସ୍‌ପି ଡା. ସର୍ଣାବିବେକ ଏମ୍‌. ସୂଚନା ଦେଇଛନ୍ତି। ଘଟଣାରୁ […] The post ଠିକାଦାରଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ appeared first on Dharitri Odia News.

ଠିକାଦାରଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

ବ୍ରହ୍ମପୁର,୧୫ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଜଣେ ଠିକାଦାରଙ୍କୁ ହୋଲିରେ ଛୁରାମାଡ଼ ହୋଇଛି।  ଛୁରାମାଡ଼ରେ ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର ଠିକାଦାର (କଣ୍ଟ୍ରାକ୍ଟର )ଟି. ରାମଚନ୍ଦ୍ର ପାତ୍ରଙ୍କ ମୃତ ହୋଇଛି। ଜଣେ ଯୁବକ ତାଙ୍କୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଚନ୍ଦନ କୁମାର ସାବତ ଓରଫ ପପୁନ(୩୨)। ଏନେଇ ବ୍ରହ୍ମପୁର ଏସ୍‌ପି ଡା. ସର୍ଣାବିବେକ ଏମ୍‌. ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ହୋଲି ଖେଳିବା ପରେ ଉକ୍ତ ଠିକାଦାର ରାମ ନିଜ ଘରେ ଅନ୍ୟ ଏକ ସାଙ୍ଗସହ ବସି କଥା ହେଇଥିବା ବେଳେ ପପୁନ ସେଠାକୁ ଆସିଥିଲା। କିଛି ସମୟ ପରେ କୌଣସି କାରଣକୁ ନେଇ ପପୁନ ଓ ରାମ ମଧ୍ୟରେ ବଚସା ହୋଇଥିଲା। ପରେ ପପୁନ ଏକ ଛୁରି ସାହାଯ୍ୟରେ ରାମଙ୍କ ବେକୁ ଓ ଶରୀରର ବିଭିନ୍ନ ଜାଗାକୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ମଦ ପିଇବାକୁ ନ ଦେବାରୁ ପପୁନ ଛୁରି ଭୁସି ଏଭଳି କାଣ୍ଡ କରିଥିବା ଶୁଣିବାକୁ ମିଳୁଛି।

The post ଠିକାଦାରଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ appeared first on Dharitri Odia News.