ବିଧାୟକ ସାରଦା ପ୍ରଧାନଙ୍କ ଗିରଫ ଦାବି କଲା ବିଜେଡି
ଭୁବନେଶ୍ୱର,୧୦ା୩: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଡାମରାଇ ପଞ୍ଚାୟତର ପଞ୍ଚାୟତ ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଏହି ଘଟଣାରେ ମାହାଙ୍ଗା ସ୍ବାଧୀନ ବିଧାୟକ ସାରଦା ପ୍ରଧାନଙ୍କ ସମ୍ପୃକ୍ତି ଅଭିଯୋଗ ଅଣାଯାଇ ତାଙ୍କୁ ଗିରଫ ଦାବି କରାଯାଇଛି। ଶଙ୍ଖ ଭବନଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଶନିବାର ପୋଡାମରାଇ ପଞ୍ଚାୟତର ସମିତି ସଭ୍ୟା ସୋନାଲି ନିଜ […] The post ବିଧାୟକ ସାରଦା ପ୍ରଧାନଙ୍କ ଗିରଫ ଦାବି କଲା ବିଜେଡି appeared first on Dharitri Odia News.
ଭୁବନେଶ୍ୱର,୧୦ା୩: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଡାମରାଇ ପଞ୍ଚାୟତର ପଞ୍ଚାୟତ ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଏହି ଘଟଣାରେ ମାହାଙ୍ଗା ସ୍ବାଧୀନ ବିଧାୟକ ସାରଦା ପ୍ରଧାନଙ୍କ ସମ୍ପୃକ୍ତି ଅଭିଯୋଗ ଅଣାଯାଇ ତାଙ୍କୁ ଗିରଫ ଦାବି କରାଯାଇଛି। ଶଙ୍ଖ ଭବନଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଶନିବାର ପୋଡାମରାଇ ପଞ୍ଚାୟତର ସମିତି ସଭ୍ୟା ସୋନାଲି ନିଜ ଘରେ ଥିବା ସମୟରେ ମାହାଙ୍ଗା ବିଧାୟକ ସାରଦାଙ୍କ ୪ଜଣ ସମର୍ଥକ ତାଙ୍କ ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ। ବିଧାୟକ ପ୍ରଧାନଙ୍କ ବିରୋଧରେ ଗଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେବା ସହିତ ତାଙ୍କ ମୁହଁକୁ କାନ୍ଥରେ ପିଟି ଦେଇ ମଙ୍ଗଳ ସୂତ୍ର ଟାଣି ଛିଣ୍ଡାଇ ଦେଇଥିଲେ। ଏହି ଆକ୍ରମଣରେ ଆହତ ହୋଇ ସୋନାଲି କଟକ ବଡ଼ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ସେ କହିଛନ୍ତି, ପ୍ରଧାନ ମାହାଙ୍ଗାର ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ତାଙ୍କ ସମର୍ଥକଙ୍କ ଉତ୍ପାତ କାରଣରୁ ମାହାଙ୍ଗା ଅଶାନ୍ତ ହୋଇ ପଡିଛି। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ବିଧାୟକଙ୍କ ସମର୍ଥକଙ୍କ ଦ୍ୱାରା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିିର ମୁଣ୍ଡ କାଟି ଦିଆଯାଇଥିଲା, ଯାହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶାରଦାଙ୍କର ଭାଜପା ସହିତ କି ସମ୍ପର୍କ ରହିଛି, ତାହା ସମସ୍ତେ ଭଲ ଭାବେ ଜାଣନ୍ତି। ଏବେ ସମର୍ଥକଙ୍କୁ ଲଗାଇ ସମିତି ସଭ୍ୟାଙ୍କ ଉପରେ ମରଣାନ୍ତକ ଆକ୍ରମଣ ରକ୍ଷକ ଭକ୍ଷକ ସାଜିବା ସଦୃଶ୍ୟ ହୋଇଛି। ଏହି ଘଟଣାକୁ ବିଜେଡି ଦୃଢ଼ ନିନ୍ଦା କରିବା ସହିତ ବିଧାୟକ ପ୍ରଧାନଙ୍କ ଗିରଫ ଦାବି କରୁଛି ବୋଲି ଡ. ସାମନ୍ତସିଂହାର କହିଛନ୍ତି।
The post ବିଧାୟକ ସାରଦା ପ୍ରଧାନଙ୍କ ଗିରଫ ଦାବି କଲା ବିଜେଡି appeared first on Dharitri Odia News.