ଶିମିଳିପାଳରେ ତାପମାତ୍ରା ଶୂନ ଡିଗ୍ରୀ
ବାରିପଦା,୧୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାସକ ପରେ ପୁଣି ଫେରିଛି ହାଡ଼ଭଙ୍ଗା ଶୀତ। ଦିନ ତମାମ କୁହୁଡିଆ ପାଗ ସାଙ୍ଗକୁ ସୁଲୁସୁଲିଆ ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ ହୋଇଛି। ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଅଭୟାରଣ୍ୟର ଉପର ବାର୍ହାକାମୁଡ଼ା ରେଞ୍ଜରେ ଶୂନ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଚହଲା, ନଅଁଣା, ବରେହିପାଣି, କାଇଝରୀ, ରାମତୀର୍ଥ ଓ ଗୁଡଗୁଡ଼ିଆ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଥିବା ନେଇ ଶିମିଳିପାଳ […] The post ଶିମିଳିପାଳରେ ତାପମାତ୍ରା ଶୂନ ଡିଗ୍ରୀ appeared first on Dharitri Odia News.
ବାରିପଦା,୧୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାସକ ପରେ ପୁଣି ଫେରିଛି ହାଡ଼ଭଙ୍ଗା ଶୀତ। ଦିନ ତମାମ କୁହୁଡିଆ ପାଗ ସାଙ୍ଗକୁ ସୁଲୁସୁଲିଆ ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ ହୋଇଛି। ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଅଭୟାରଣ୍ୟର ଉପର ବାର୍ହାକାମୁଡ଼ା ରେଞ୍ଜରେ ଶୂନ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଚହଲା, ନଅଁଣା, ବରେହିପାଣି, କାଇଝରୀ, ରାମତୀର୍ଥ ଓ ଗୁଡଗୁଡ଼ିଆ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ଉପ ନିର୍ଦ୍ଦେଶକ ସାଇ କିରଣ ପ୍ରକାଶ କରିଛନ୍ତି ା
ଗତ ୨୪ଘଣ୍ଟା ମଧ୍ୟରେ ଜିଲାରେ ସର୍ବନିମ୍ନ ତାପମାତ୍ରା ୧୨ଡିଗ୍ରୀ ତଳେ ରହିଥିବା ବେଳେ ଶିମିଳିପାଳରେ ଶୂନ ଡିଗ୍ରୀ ସେଲସିୟସ ରହିଛି ା ବନ ବିଭାଗର ସ୍ବତନ୍ତ୍ର ତାପମାତ୍ରା ମାପ ଯନ୍ତ୍ରରେ ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ ମଙ୍ଗଳବାର ସକାଳ ୬ଟାରେ ଶିମିଳିପାଳ ଅଭୟାରଣ୍ୟର ରାମତୀର୍ଥଠାରେ ୧୩ ଡିଗ୍ରୀ, ଗୁଡଗୁଡ଼ିଆରେ ୧୧, କାଇଝରୀରେ ୧୨, ବରେହିପାଣିରେ ୧୧, ଚହଲାରେ ୫, ନଅଁଣାରେ ୯ ଓ ଉପର ବାର୍ହାକାମୁଡ଼ାରେ ଶୂନ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ ଜିଲାର ୬ଟି ବ୍ଲକରେ ଶୀତର ଲହରୀ ସାଙ୍ଗକୁ କୁହୁଡ଼ିଆ ପାଗ ଲାଗିରହିଛି। ମକର ମେଳାରେ ବିଶେଷ ଭିଡ଼ ପରିଲ୍ଲକ୍ଷିତ ହେଉ ନ ଥିବା ଦେଖିବାକୁ ମିଳିଛି। ଶୀତ ପାଇଁ ଦିନ ତମାମ ଗଁାରୁ ସହର ପର୍ଯ୍ୟନ୍ତ ଚଳପ୍ରଚଳ କମ ଦେଖିବାକୁ ମିଳିଛି। ଅତ୍ୟଧିକ ଶୀତ ଯୋଗୁ ବୃଦ୍ଧାବୃଦ୍ଧ, ଶିଶୁ, ଗୃହପାଳିତ ପଶୁପକ୍ଷୀ ତଥା ବନ୍ୟଜନ୍ତୁ କଷ୍ଟ ଭୋଗୁଛନ୍ତି। ସନ୍ଧ୍ୟାରେ ଗଁାଗଣ୍ଡା ଶୂନଶାନ ହୋଇଯାଉଛି ା ଗ୍ରାମାଞ୍ଚଳର ଲୋକେ ନିଅଁା ଜାଳି ଶୀତ କଷ୍ଟକୁ ଲାଘବ କରୁଛନ୍ତି। ରାତି ୮ଟା ପରେ ସହର ବଜାର ଜନଶୂନ୍ୟ ହୋଇପଡୁଛି। ଦିନ ତମାମ ଶୀତ ବସ୍ତ୍ର ପିନ୍ଧି ଲୋକେ ଚଳପ୍ରଚଳ କରୁଛନ୍ତି। ସକାଳେ କୁହୁଡି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି।
The post ଶିମିଳିପାଳରେ ତାପମାତ୍ରା ଶୂନ ଡିଗ୍ରୀ appeared first on Dharitri Odia News.