ଜାତୀୟ ସନ୍ତରଣ ପ୍ରତିଯୋଗୀତାରେ ବରଗଡ଼ର ୨ ଦିବ୍ୟାଙ୍ଗଙ୍କୁ ସ୍ଵର୍ଣ୍ଣ ପଦକ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ସନ୍ତରଣ ପ୍ରତିଯୋଗିତାରେ ବରଗଡ଼ର ୨ଦିବ୍ୟାଙ୍ଗ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି । ସେମାନେ ହେଲେ, ବରଗଡ଼ ବ୍ଲକ ଅଡଗାଁ ପଞ୍ଚାୟତ ସହରା଼ପାଲି ଆମ୍ବେଦକର ନଗର ନିବାସୀ ତରଣୀ ସୁନା ଓ ବରଗଡ଼ ବାନ୍ଦୁଟିକ୍ରାର ସୁମନ୍ତ ପଧାନ। ତରଣୀ ୧୦୦ ମିଟର ବ୍ୟାକ ଷ୍ଟୋଜରେ ସ୍ବର୍ଣ୍ଣ, ୫୦ମିଟର ବ୍ୟାକ ଷ୍ଟୋଜରେ ସ୍ବର୍ଣ୍ଣ ଓ ଫ୍ରିଷ୍ଟାଇଲ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଛନ୍ତି। ଅନ୍ୟତମ ଦିବ୍ୟାଙ୍ଗ ସୁମନ୍ତ ପଧାନ ୫୦ମିଟର ବ୍ୟାକଷ୍ଟୋଜ […] The post ଜାତୀୟ ସନ୍ତରଣ ପ୍ରତିଯୋଗୀତାରେ ବରଗଡ଼ର ୨ ଦିବ୍ୟାଙ୍ଗଙ୍କୁ ସ୍ଵର୍ଣ୍ଣ ପଦକ appeared first on Dharitri Odia News.

ଜାତୀୟ ସନ୍ତରଣ ପ୍ରତିଯୋଗୀତାରେ ବରଗଡ଼ର ୨ ଦିବ୍ୟାଙ୍ଗଙ୍କୁ ସ୍ଵର୍ଣ୍ଣ ପଦକ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ସନ୍ତରଣ ପ୍ରତିଯୋଗିତାରେ ବରଗଡ଼ର ୨ଦିବ୍ୟାଙ୍ଗ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି । ସେମାନେ ହେଲେ, ବରଗଡ଼ ବ୍ଲକ ଅଡଗାଁ ପଞ୍ଚାୟତ ସହରା଼ପାଲି ଆମ୍ବେଦକର ନଗର ନିବାସୀ ତରଣୀ ସୁନା ଓ ବରଗଡ଼ ବାନ୍ଦୁଟିକ୍ରାର ସୁମନ୍ତ ପଧାନ। ତରଣୀ ୧୦୦ ମିଟର ବ୍ୟାକ ଷ୍ଟୋଜରେ ସ୍ବର୍ଣ୍ଣ, ୫୦ମିଟର ବ୍ୟାକ ଷ୍ଟୋଜରେ ସ୍ବର୍ଣ୍ଣ ଓ ଫ୍ରିଷ୍ଟାଇଲ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଛନ୍ତି। ଅନ୍ୟତମ ଦିବ୍ୟାଙ୍ଗ ସୁମନ୍ତ ପଧାନ ୫୦ମିଟର ବ୍ୟାକଷ୍ଟୋଜ ଓ ଫ୍ରିଷ୍ଟାଇଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି ଏକ ରେକର୍ଡ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ ସନ୍ତରଣାଗାରରେ ଅନୁଷ୍ଠିତ ଏହି ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଦେଶର ବହୁରାଜ୍ୟରୁ ବହୁସଂଖ୍ୟକ ସୁଇମରମାନେ ଅଂଶଗ୍ରହଣ କରିଥିଲେ। ସେହିପରି ଆଉ ଜଣେ ଦିବ୍ୟାଙ୍ଗ ସାନ ମେହେର ସୁନ୍ଦରଗଡ଼ ସ୍ପୋର୍ଟସ ହଷ୍ଟେଲ ଗ୍ରାଉଣ୍ଡରେ ଜାତୀୟ ତୀରନ୍ଦାଜ ପ୍ରତିଯୋଗୀତାରେ ମଧ୍ୟ ଅଂଶଗ୍ରହଣ କରି ବରଗଡ ପାଇଁ ଗୌରବ ଆଣିଛନ୍ତି। ଏହି କୃତୀ ପ୍ରତିଯୋଗୀମାନଙ୍କୁ ରବିବାର ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଥିଲା। ବରଗଡ଼ ବଧିର ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ ଏବଂ ଏଚିଭର୍ସ ହେଲପିଙ୍ଗ ଫାଉଣ୍ଡେସନର ସଭାପତି ଯୁବ ସମାଜସେବୀ ଦିବାକର ମାଝୀ, ବରଗଡ଼ ତଳିପଡ଼ାର କନକ ପ୍ରଧlନଙ୍କ ସମେତ ବିଦ୍ୟାଳୟର କର୍ମଚାରୀ କାମଦେବ ବେହେରା, ବିକାଶ ଷଡ଼ଙ୍ଗୀ , ବିଜୟା ପଧାନ ପ୍ରମୁଖ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ବିଦ୍ୟାଳୟ ଓ ଫାଉଣ୍ଡେସନ ପକ୍ଷରୁ ୩ପ୍ରତିଭାଙ୍କୁ ଫୁଲ, ଚନ୍ଦନ, ପୁଷ୍ପଗୁଛ ଉପାୟନ ପ୍ରଦାନ ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

The post ଜାତୀୟ ସନ୍ତରଣ ପ୍ରତିଯୋଗୀତାରେ ବରଗଡ଼ର ୨ ଦିବ୍ୟାଙ୍ଗଙ୍କୁ ସ୍ଵର୍ଣ୍ଣ ପଦକ appeared first on Dharitri Odia News.