ଅଭାବନୀୟ ! ଗିରଫ କରିବାକୁ ଯାଇଥିବା ପୋଲିସ୍କୁ କାମୁଡ଼ି ଅଭିଯୁକ୍ତ ଫେରାର ମାରିଲା ଅଭିଯୁକ୍ତ, ମାଆ ଗିରଫ
ଆନନ୍ଦପୁର: ହତ୍ୟା ଉଦ୍ୟମ କରି ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା ପୋଲିସକୁ କାମୁଡ଼ି ଫେରାର ମାରିଲା ଅଭିଯୁକ୍ତ। ଖାଲି ସେତିକି ନୁହେଁ ଅଭିଯୁକ୍ତ ଫେରାର ହୋଇଯିବା ପରେ ପରିବାର ଲୋକେ ପୋଲିସକୁ ସଙ୍ଘବଦ୍ଧ ଭାବରେ ଆକ୍ରମଣ ମଧ୍ୟ କରିଛନ୍ତି। ତେବେ ଏହି ଘଟଣାରେ ରାମଚନ୍ଦ୍ରପୁର ପୋଲିସ ଅଭିଯୁକ୍ତର ମାଆ ଛବିଲତା ବରାଳଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାତ ପଞ୍ଚାୟତ କରାଡାପାଳ ଗ୍ରାମର ପ୍ରଦୂଷ ବରାଳଙ୍କ ନାମରେ ୩୦୭ ଧାରାରେ ମକୋଦ୍ଦମା ରହିଥିଲା। ତେବେ ବହୁ ଦିନ ଧରି ଫେରାର ଥିବା ପ୍ରଦୂଷ ଗାଁକୁ ଆସିଥିବା ଖବର ପାଇ ସାଈକୂଳ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝୀ ଗିରଫ କରିବା ପାଇଁ ଚଢ଼ାଉ କରି କାବୁ କରି ନେଇଥିଲେ। ମାତ୍ର ପୋଲିସକୁ ଆକ୍ରମଣ କରିବା ସହିତ ଏସ. ଆଇ ମାଝୀଙ୍କ ଡାହାଣ ହାତକୁ କାମୁଡ଼ି ଦେଇ ରକ୍ତାକ୍ତ କରି ଫେରାର ହୋଇଯାଇଛି। ଆଉ ଏହା ପରେ ଅଭିଯୁକ୍ତଙ୍କ ପରିବାର ଲୋକେ ପୋଲିସକୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରୁ ଅଭିଯୁକ୍ତର ମାଆକୁ ପୋଲିସ ଗିରଫ କରି ଆନନ୍ଦପୁର କୋର୍ଟକୁ ଚାଲାଣ କରିଛି।
ଆନନ୍ଦପୁର: ହତ୍ୟା ଉଦ୍ୟମ କରି ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା ପୋଲିସକୁ କାମୁଡ଼ି ଫେରାର ମାରିଲା ଅଭିଯୁକ୍ତ। ଖାଲି ସେତିକି ନୁହେଁ ଅଭିଯୁକ୍ତ ଫେରାର ହୋଇଯିବା ପରେ ପରିବାର ଲୋକେ ପୋଲିସକୁ ସଙ୍ଘବଦ୍ଧ ଭାବରେ ଆକ୍ରମଣ ମଧ୍ୟ କରିଛନ୍ତି। ତେବେ ଏହି ଘଟଣାରେ ରାମଚନ୍ଦ୍ରପୁର ପୋଲିସ ଅଭିଯୁକ୍ତର ମାଆ ଛବିଲତା ବରାଳଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାତ ପଞ୍ଚାୟତ କରାଡାପାଳ ଗ୍ରାମର ପ୍ରଦୂଷ ବରାଳଙ୍କ ନାମରେ ୩୦୭ ଧାରାରେ ମକୋଦ୍ଦମା ରହିଥିଲା। ତେବେ ବହୁ ଦିନ ଧରି ଫେରାର ଥିବା ପ୍ରଦୂଷ ଗାଁକୁ ଆସିଥିବା ଖବର ପାଇ ସାଈକୂଳ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝୀ ଗିରଫ କରିବା ପାଇଁ ଚଢ଼ାଉ କରି କାବୁ କରି ନେଇଥିଲେ। ମାତ୍ର ପୋଲିସକୁ ଆକ୍ରମଣ କରିବା ସହିତ ଏସ. ଆଇ ମାଝୀଙ୍କ ଡାହାଣ ହାତକୁ କାମୁଡ଼ି ଦେଇ ରକ୍ତାକ୍ତ କରି ଫେରାର ହୋଇଯାଇଛି।
ଆଉ ଏହା ପରେ ଅଭିଯୁକ୍ତଙ୍କ ପରିବାର ଲୋକେ ପୋଲିସକୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରୁ ଅଭିଯୁକ୍ତର ମାଆକୁ ପୋଲିସ ଗିରଫ କରି ଆନନ୍ଦପୁର କୋର୍ଟକୁ ଚାଲାଣ କରିଛି।