ନାଁ ଶୁଣି ଜାହାଜରୁ ପଳାୟନ କରିଥିଲେ ଜଳଦସ୍ୟୁ, ଜାଣନ୍ତୁ କିଏ ଏହି ଭାରତୀୟ ନୌସେନାର ମାର୍କୋସ କମାଣ୍ଡୋ
ନୂଆଦିଲ୍ଲୀ,୬।୧: ଭାରତୀୟ ନୌସେନାର ମାର୍କୋସ କମାଣ୍ଡର ଏବେ ପୁଣି ଚର୍ଚ୍ଚାରେ। ଦିନକ ପୂର୍ବରୁ ସୋମାଲିଆ ତଟରେ ଏମଭି ଲିଲା ନରଫୋକ ଜାହାଜକୁ ଜଳଦସ୍ୟୁଙ୍କ ଠାରୁ ବଞ୍ଚାଇ ୨୧ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଏଥିରେ ୧୫ଭାରତୀୟ ମଧ୍ୟ ସାମିଲ୍ ଅଛନ୍ତି। ଏହି ସବୁ କମାଣ୍ଡୋ ଭାରତୀୟ ନାଭିର ଜାହାଜ ଆଇଏନଏସ ଚେନ୍ନାଇରେ ବସି ହାଇଜ୍ୟାକ ହୋଇଥିବା ଜାହାଜ ପାଖରେ ପହଞ୍ଚିଥିଲେ। ତେବେ ଜଳଦସ୍ୟୁଙ୍କୁ ଯେତେବେଳେ ଖବର ମିଳିଥିଲା କି ମାର୍କୋସ କମାଣ୍ଡୋ ଜାହାଜ ପାଖରେ ପହଞ୍ଚିଗଲେଣି, […] The post ନାଁ ଶୁଣି ଜାହାଜରୁ ପଳାୟନ କରିଥିଲେ ଜଳଦସ୍ୟୁ, ଜାଣନ୍ତୁ କିଏ ଏହି ଭାରତୀୟ ନୌସେନାର ମାର୍କୋସ କମାଣ୍ଡୋ appeared first on Dharitri Odia News.
ନୂଆଦିଲ୍ଲୀ,୬।୧: ଭାରତୀୟ ନୌସେନାର ମାର୍କୋସ କମାଣ୍ଡର ଏବେ ପୁଣି ଚର୍ଚ୍ଚାରେ। ଦିନକ ପୂର୍ବରୁ ସୋମାଲିଆ ତଟରେ ଏମଭି ଲିଲା ନରଫୋକ ଜାହାଜକୁ ଜଳଦସ୍ୟୁଙ୍କ ଠାରୁ ବଞ୍ଚାଇ ୨୧ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଏଥିରେ ୧୫ଭାରତୀୟ ମଧ୍ୟ ସାମିଲ୍ ଅଛନ୍ତି। ଏହି ସବୁ କମାଣ୍ଡୋ ଭାରତୀୟ ନାଭିର ଜାହାଜ ଆଇଏନଏସ ଚେନ୍ନାଇରେ ବସି ହାଇଜ୍ୟାକ ହୋଇଥିବା ଜାହାଜ ପାଖରେ ପହଞ୍ଚିଥିଲେ। ତେବେ ଜଳଦସ୍ୟୁଙ୍କୁ ଯେତେବେଳେ ଖବର ମିଳିଥିଲା କି ମାର୍କୋସ କମାଣ୍ଡୋ ଜାହାଜ ପାଖରେ ପହଞ୍ଚିଗଲେଣି, ସେମାନେ ଜାହାଜ ଛାଡି ପଳାୟନ କରିଥିଲେ। କାରଣ ସେମାନେ ଜାଣିଥିଲେ ଭାରତୀୟ ନୌସେନାର ଏହି ଇଲାଇଟି ମ୍ୟାରିନ କମାଣ୍ଡୋ କେତେ ଶକ୍ତିଶାଳୀ ଅଟନ୍ତି।
ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମଧବାଲ କହିଛନ୍ତି, ହାଇଜ୍ୟାକ ଜାହାଜ ପାଖରେ ପହଞ୍ଚିବା ପରେ ମାର୍କୋସ କମାଣ୍ଡୋମାନେ ଜାହାଜର ଯାଞ୍ଚ କରିଥିଲେ ଆଉ ଅପହୃତକାରୀ ନ ଥିବା ସ୍ପଷ୍ଟ କରିଥିଲେ। ଭାରତୀୟ ନୌସେନାର ଚେତାବନୀ ଓ ମାର୍କୋସ କମାଣ୍ଡୋଙ୍କ ପହଞ୍ଚିବା ଖବର ଶୁଣି ଜଳଦସ୍ୟୁମାନେ ଭୟରେ ସ୍ଥାନ ଖାଲି କରି ଦେଇଥିଲେ। ତେବେ ଏହି ମାର୍କୋସ କମାଣ୍ଡୋମାନଙ୍କୁ ବିଶେଷ ରୂପେ ସମୁଦ୍ର ଇଲାକାର ଯୋଦ୍ଧା କୁହାଯାଇଥାଏ। ଆସନ୍ତୁ ଜାଣିବା କିଏ ଏହି ମାର୍କୋସ କମାଣ୍ଡୋ…
ଭାରତୀୟ ନୌସେନା ପାଖରେ ଏକ ବିଶେଷ କମାଣ୍ଡିଂ ଦଳ ରହିଛି। ତାହା ‘ମ୍ୟାରିନ କମାଣ୍ଡୋ’ ବା ‘ମାର୍କୋସ’ ଭାବେ ପରିଚିତ। ଏହି ମ୍ୟାରିନ କମାଣ୍ଡୋ ଏକ ଘାତକ ଦଳ ଅଟେ। ଯେଉଁଥିରେ ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ସୈନିକ ସାମିଲ ଅଛନ୍ତି। ସେମାନେ ବିପଦଜ୍ଜନକ ସ୍ଥାନକୁ ଯାଇ ଲୁଚିକରି ଶତ୍ରୁଙ୍କୁ ଜୋରଦାର ପ୍ରତିକ୍ରିୟା ଦେବାରେ ଧୁରନ୍ଧର ଅଟନ୍ତି। ଏଥିପାଇଁ ସେମାନଙ୍କୁ କଠୋର ପ୍ରଶିକ୍ଷଣ ଦିଆଯାଇଥାଏ। ଏହାକୁ ମ୍ୟାରିନ କମାଣ୍ଡୋ ଫୋର୍ସ(ଏମସିଏଫ) କୁହାଯାଇଥାଏ। ୧୯୮୭ମସିହାରେ ଏହାର ଗଠନ ହୋଇଥିଲା। ଏହି କମାଣ୍ଡୋମାନେ ସମୁଦ୍ର, ବାୟୁ କିମ୍ବା ସ୍ଥଳବିଶେଷରେ ପ୍ରତିରକ୍ଷା କରିବା ପାଇଁ କଠୋର ପ୍ରଶିକ୍ଷଣ ନେଇଛନ୍ତି। ଏହି ସ୍ପେଶିଆଲ ଫୋର୍ସ ଭାରତୀୟ ନୌସେନାକୁ ସାହାର୍ଯ୍ୟ କରିବା ସହ କୌଣସି ଜରୁରୀକାଳୀନ ସ୍ଥିତିକୁ ପ୍ରତିହିତ କରିିଥାନ୍ତି।
ଏହି ଫୋର୍ସ କଶ୍ମିର କ୍ଷେତ୍ରରେ କୌଣସି ଅପରେଶନ ପାଇଁ ଭାରତୀୟ ସେନାଙ୍କୁ ସାହାର୍ଯ୍ୟ କରିଥାନ୍ତି। ଏହି ଇଲାଆଇଟି କମାଣ୍ଡୋ ୨୬।୧୧ ଆକ୍ରମଣ ସମୟରେ ଚର୍ଚ୍ଚାକୁ ଆସିଥିଲେ।
The post ନାଁ ଶୁଣି ଜାହାଜରୁ ପଳାୟନ କରିଥିଲେ ଜଳଦସ୍ୟୁ, ଜାଣନ୍ତୁ କିଏ ଏହି ଭାରତୀୟ ନୌସେନାର ମାର୍କୋସ କମାଣ୍ଡୋ appeared first on Dharitri Odia News.