ଡକାୟତି ପାଇଁ କରୁଥିଲେ ଯୋଜନା, ମାଡ଼ି ବସିଲା ପୋଲିସ

ଚଣ୍ଡିଖୋଲ: ଡକାୟତି ଉଦ୍ୟମ ପଣ୍ଡ କରିବା ସହ ୬ ଜଣକୁ ଗିରଫ କଲା ବଇରୀ ପୋଲିସ। ସେମାନଙ୍କ ଠାରୁ ତିନୋଟି ବାଇକ, ଦୁଇଟି ଭୁଜାଲି, ଗୋଟିଏ ଖେଳନା ବନ୍ଧୁକ, ଲୁହା ରଡ୍‌, ଲଙ୍କା ଗୁଣ୍ଡ ପ୍ୟାକେଟ ଜବତ କରିଛି ପୋଲିସ।ସୂଚନା ଅନୁଯାୟୀ, ଗତକାଲି ରାତିରେ ଏମାନେ ଛତିଆ ଅମରାବତୀ ନିକଟରେ ଲୁଟ୍ ପାଇଁ ପ୍ରସ୍ତୁତ ହେଉଥିବାବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗିରଫ କରିବାକୁ ସକ୍ଷମ ହୋଇଛି। ଏମାନେ ପୂର୍ବରୁ ବିଭିନ୍ନ ସ୍ଥାନରେ ଡକାୟତି କରୁଥିବା ବେଳେ ବିଭିନ୍ନ ଥାନା ଏମାନଙ୍କ ନାମରେ ଅଭିଯୋଗ ରହିଛି। ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ।

ଡକାୟତି ପାଇଁ କରୁଥିଲେ ଯୋଜନା, ମାଡ଼ି ବସିଲା ପୋଲିସ

ଚଣ୍ଡିଖୋଲ: ଡକାୟତି ଉଦ୍ୟମ ପଣ୍ଡ କରିବା ସହ ୬ ଜଣକୁ ଗିରଫ କଲା ବଇରୀ ପୋଲିସ। ସେମାନଙ୍କ ଠାରୁ ତିନୋଟି ବାଇକ, ଦୁଇଟି ଭୁଜାଲି, ଗୋଟିଏ ଖେଳନା ବନ୍ଧୁକ, ଲୁହା ରଡ୍‌, ଲଙ୍କା ଗୁଣ୍ଡ ପ୍ୟାକେଟ ଜବତ କରିଛି ପୋଲିସ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଏମାନେ ଛତିଆ ଅମରାବତୀ ନିକଟରେ ଲୁଟ୍ ପାଇଁ ପ୍ରସ୍ତୁତ ହେଉଥିବାବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗିରଫ କରିବାକୁ ସକ୍ଷମ ହୋଇଛି। ଏମାନେ ପୂର୍ବରୁ ବିଭିନ୍ନ ସ୍ଥାନରେ ଡକାୟତି କରୁଥିବା ବେଳେ ବିଭିନ୍ନ ଥାନା ଏମାନଙ୍କ ନାମରେ ଅଭିଯୋଗ ରହିଛି। ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ।