ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସର ଚଢ଼ାଉ; ୩ ଗିରଫ, ୫ ଚମ୍ପଟ
ଫେରାର ହୋଇଯାଇଥିବା ଅନ୍ୟ ଡକାୟତମାନନଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି କାମାକ୍ଷାନଗର ଥାନା ଆଇଆଇସି ଧୀରେନ ବେହେରା।
ତିନି ଜଣ ଡକାୟତଙ୍କୁ ଗିରଫ କରିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପୁଲିସ୍। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ଦୁଇ ରାଉଣ୍ଡ ଗୁଳି, ତିନୋଟି ବୋମା, ଗୋଟିଏ ଖଣ୍ଡା, ଗୋଟିଏ ଭୁଜାଲି ଓ ଗୋଟିଏ ବାଇକ୍ ଜବତ କରିଛି ପୁଲିସ୍। ତେବେ ଆହୁରି ୫ ଡକାୟତ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ।
ଆଳତୁମା ରଜ ମହୋତ୍ସବ ପଡ଼ିଆରେ ୮ ଜଣିଆ ଡକାୟତ ଗ୍ୟାଙ୍ଗ ଡକାୟତି କରିବା ପାଇଁ ଯୋଜନା କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା କାମାକ୍ଷାନଗର ପୁଲିସ। ଏହା ପରେ ସେଠାରେ ଚଢ଼ାଉ କରିଥିଲା ପୁଲିସ୍ ଟିମ୍। ପୁଲିସ୍କୁ ଦେଖି ଡକାୟତମାନେ ଦୌଡ଼ି ପଳାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରିବାରେ ପୁଲିସ ସଫଳ ହୋଇଥିଲା। ଅନ୍ୟ ୫ ଜଣ ଫେରାର ହୋଇଯାଇଥିଲେ।
ଗିରଫ ଡକାୟତମାନେ ହେଉଛନ୍ତି- କାମାକ୍ଷାନଗର ଥାନା ଅନନ୍ତପୁର ସାହିର ମିଞ୍ଜ ଇବ୍ରାହିମ ବେଗ ଓରଫ ଫକୀରା, ଗୋଡିସାହିର ବିଶ୍ୱଜିତ ବେହେରା ଓରଫ ବିକି ଓ ଢେଙ୍କାନାଳ ସଦର ଥାନା ଅଞ୍ଚଳର ଅନୀଲ କୁମାର ନାୟକ। ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ୍।
ଫେରାର ହୋଇଯାଇଥିବା ଅନ୍ୟ ଡକାୟତମାନନଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି କାମାକ୍ଷାନଗର ଥାନା ଆଇଆଇସି ଧୀରେନ ବେହେରା।
କାମାକ୍ଷାନଗରରୁ ବିଦ୍ୟାଧର ବରାଳଙ୍କ ରିପୋର୍ଟ