ଡବଲ ଇଞ୍ଜିନ ସରକାରର ଅପାରଗତାକୁ ବିଜେଡି ମୁଖ୍ୟ ଆୟୁଧ କରିବ: ନବୀନ ପଟ୍ଟନାୟକ
ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଶଙ୍ଖ ଭବନରେ ଆଜି ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବୀନ କହିଥିଲେ ଯେ, ଡବଲ ଇଞ୍ଜିନ ସରକାର ଆଠ ମାସ ହେଲା ଦାୟିତ୍ୱ ନେଲଣି। କିନ୍ତୁ ତାଙ୍କ ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟଧାରାରେ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ସ୍ୱାର୍ଥର ସୁରକ୍ଷା ପ୍ରତିଫଳିତ ହେଉ ନାହିଁ। କେନ୍ଦ୍ର ବଜେଟ ଠାରୁ ଆରମ୍ଭ କରି ରେଳ ବଜେଟ , ପୋଲାବରମ, ମହାନଦୀ, ପୂର୍ବତଟ ରେଳ, ସ୍ୱତନ୍ତ୍ର […]

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଶଙ୍ଖ ଭବନରେ ଆଜି ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବୀନ କହିଥିଲେ ଯେ, ଡବଲ ଇଞ୍ଜିନ ସରକାର ଆଠ ମାସ ହେଲା ଦାୟିତ୍ୱ ନେଲଣି। କିନ୍ତୁ ତାଙ୍କ ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟଧାରାରେ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ସ୍ୱାର୍ଥର ସୁରକ୍ଷା ପ୍ରତିଫଳିତ ହେଉ ନାହିଁ। କେନ୍ଦ୍ର ବଜେଟ ଠାରୁ ଆରମ୍ଭ କରି ରେଳ ବଜେଟ , ପୋଲାବରମ, ମହାନଦୀ, ପୂର୍ବତଟ ରେଳ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାର ସ୍ୱାର୍ଥ ଉପେକ୍ଷିତ। ସେହିପରି ଧାନ ସଂଗ୍ରହ ପ୍ରକ୍ରିୟା, ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ, ଆର୍ଥିକ କୁପରିଚାଳନା ତଥା ମିଶନ ଶକ୍ତି ଗୋଷ୍ଠୀଙ୍କ ସମସ୍ୟା ଆଇନ ଶୃଙ୍ଖଳା ଆଦି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତା ଜନ ଅସନ୍ତୋଷ ସୃଷ୍ଟି କରିଛି ବୋଲି ନବୀନ କହିଥିଲେ।
ତେଣୁ ଏକ ଦାୟିତ୍ୱ ପୂର୍ଣ୍ଣ ବିରୋଧୀ ଦଳ ଭାବରେ ବିଜେଡି ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡି ବିଧାନସଭାରେ ଦୃଢ଼ ସ୍ୱର ଉଠାଇବ ବୋଲି ନବୀନ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ରାଜା ସ୍ୱାଇଁ, ବିଧାୟକ ଅରୁଣ ସାହୁ,ବିଧାୟକ ଅରବିନ୍ଦ ମହାପାତ୍ର, ବିଧାୟକ ଗୌତମ ବୁଦ୍ଧ ଦାସ ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।