ରିମାଣ୍ଡରେ ଅକ୍ଷୟ, ର଼୍ୟାକେଟରେ ପୋଲିସ
ଭୁବନେଶ୍ୱର,୨୨।୧୨(ସୂର୍ଯ୍ୟକାନ୍ତ ବେହେରା): ଅଧା ଦାମରେ କାର ଓ ବାଇକ ଦେବାର ପ୍ରଲୋଭନ ଦେଖାଇ ଶତାଧିକ ଲୋକଙ୍କଠାରୁ ଗଞ୍ଜାମ ଦମ୍ପତି ଅକ୍ଷୟ ଗୌଡ ଓ ତାଙ୍କ ସ୍ତ୍ରୀ ଉଷାରାଣୀ ବାରିକ ବହୁ କୋଟି ଟଙ୍କା ଠକିବା ମାମଲାରେ ନୟାପଲ୍ଲୀ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ବିଶେଷକରି ସେମାନଙ୍କ ଆକାଉଣ୍ଟରେ କାରବାର ହୋଇଥିବା ୫୦କୋଟି ଟଙ୍କା ସହ ଠୁଳ କରିଥିବା ସମ୍ପତ୍ତି ଓ ଠକେଇ ର଼୍ୟାକେଟ ସମ୍ପର୍କରେ ଅଧିକ ତଥ୍ୟ ପାଇବାକୁ ପୋଲିସ ଅକ୍ଷୟଙ୍କୁ ୫ଦିନିଆ […] The post ରିମାଣ୍ଡରେ ଅକ୍ଷୟ, ର଼୍ୟାକେଟରେ ପୋଲିସ appeared first on Dharitri Odia News.
ଭୁବନେଶ୍ୱର,୨୨।୧୨(ସୂର୍ଯ୍ୟକାନ୍ତ ବେହେରା): ଅଧା ଦାମରେ କାର ଓ ବାଇକ ଦେବାର ପ୍ରଲୋଭନ ଦେଖାଇ ଶତାଧିକ ଲୋକଙ୍କଠାରୁ ଗଞ୍ଜାମ ଦମ୍ପତି ଅକ୍ଷୟ ଗୌଡ ଓ ତାଙ୍କ ସ୍ତ୍ରୀ ଉଷାରାଣୀ ବାରିକ ବହୁ କୋଟି ଟଙ୍କା ଠକିବା ମାମଲାରେ ନୟାପଲ୍ଲୀ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ବିଶେଷକରି ସେମାନଙ୍କ ଆକାଉଣ୍ଟରେ କାରବାର ହୋଇଥିବା ୫୦କୋଟି ଟଙ୍କା ସହ ଠୁଳ କରିଥିବା ସମ୍ପତ୍ତି ଓ ଠକେଇ ର଼୍ୟାକେଟ ସମ୍ପର୍କରେ ଅଧିକ ତଥ୍ୟ ପାଇବାକୁ ପୋଲିସ ଅକ୍ଷୟଙ୍କୁ ୫ଦିନିଆ ରିମାଣ୍ଡରେ ଆଣିଛି। ତେବେ ଦମ୍ପତିଙ୍କ ଏହି ଠକେଇ ର଼୍ୟାକେଟରେ ଏକାଧିକ ପୋଲିସ୍ଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ତଦନ୍ତକାରୀ ଅଧିକାରୀଙ୍କ ହାତରେ ଲାଗିଛି। ଠକ ଦମ୍ପତି ପୋଲିସକୁ ଢାଲ କରି ଠକେଇ କରୁଥିବା ଅଭିଯୋଗ ଆସିବା ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି। ହେଲେ ସମ୍ପୃକ୍ତ ପୋଲିସକୁ ଦୋଷୀ ବୋଲି ପ୍ରମାଣିତ କରିବେ ନା ଖାକି କଳକଙ୍କୁ ନଜରକୁ ହଟାଇବା ପାଇଁ
ଖସାଇବାକୁ ଯୋଜନା ହେବ, ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଠକାମିରେ ପଡିଛନ୍ତି ପୋଲିସ ବାବୁ ନା ଠକେଇ ଅଭିଯୁକ୍ତଙ୍କ ଢାଲ ସାଜିଛନ୍ତି, ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।
The post ରିମାଣ୍ଡରେ ଅକ୍ଷୟ, ର଼୍ୟାକେଟରେ ପୋଲିସ appeared first on Dharitri Odia News.