ଡବ୍ଲ୍ୟୁଏଫ୍‌ଆଇ ଦ୍ୱାରା ଆୟୋଜିତ ଟ୍ରାଏଲ୍ସରେ ଭାଗ ନେବି ନାହିଁ: ବଜରଙ୍ଗ

ନୂଆଦିଲ୍ଲୀ,୨୯ା୨: ନ୍ୟାଶନାଲ ସିଲେକ୍ସନ ଟ୍ରାଏଲ୍ସରେ ଭାଗ ନେବେ ନାହିଁ ଅଗ୍ରଣୀ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ। ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ପକ୍ଷରୁ ତାଙ୍କୁ କରାଯାଇଥିବା ଆମନ୍ତ୍ରଣକୁ ସେ ପ୍ରତ୍ୟାଖ୍ୟାନ କରିଛିନ୍ତି। ଅନ୍ୟପକ୍ଷରେ ମାର୍ଚ୍ଚ ୧୦-୧୧ରେ ଡବ୍ଲ୍ୟୁଏଫ୍‌ଆଇ ତରଫରୁ ଆୟୋଜିତ ସିଲେକ୍ସନ ଟ୍ରାଏଲ୍ସ ଉପରେ ରହିତାଦେଶ ପାଇଁ ସେ ଦିଲ୍ଲୀ ହାଇକୋର୍ଟରେ ଏକ ମିଳିତ ପିଟିଶନ ଦାଖଲ କରିଛନ୍ତି। ଖବର ଅନୁସାରେ ବଜରଙ୍ଗ, ଭିନେଶ ଫୋଗଟ, ସାକ୍ଷୀ ମଲିକ ଏବଂ ତାଙ୍କ ସ୍ବାମୀ ସାଟିଓ୍ବାର୍ଟ କାଡିୟାନ ବୁଧବାର କୋର୍ଟଙ୍କ […] The post ଡବ୍ଲ୍ୟୁଏଫ୍‌ଆଇ ଦ୍ୱାରା ଆୟୋଜିତ ଟ୍ରାଏଲ୍ସରେ ଭାଗ ନେବି ନାହିଁ: ବଜରଙ୍ଗ appeared first on Dharitri Odia News.

ଡବ୍ଲ୍ୟୁଏଫ୍‌ଆଇ ଦ୍ୱାରା ଆୟୋଜିତ ଟ୍ରାଏଲ୍ସରେ ଭାଗ ନେବି ନାହିଁ: ବଜରଙ୍ଗ

ନୂଆଦିଲ୍ଲୀ,୨୯ା୨: ନ୍ୟାଶନାଲ ସିଲେକ୍ସନ ଟ୍ରାଏଲ୍ସରେ ଭାଗ ନେବେ ନାହିଁ ଅଗ୍ରଣୀ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ। ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ପକ୍ଷରୁ ତାଙ୍କୁ କରାଯାଇଥିବା ଆମନ୍ତ୍ରଣକୁ ସେ ପ୍ରତ୍ୟାଖ୍ୟାନ କରିଛିନ୍ତି। ଅନ୍ୟପକ୍ଷରେ ମାର୍ଚ୍ଚ ୧୦-୧୧ରେ ଡବ୍ଲ୍ୟୁଏଫ୍‌ଆଇ ତରଫରୁ ଆୟୋଜିତ ସିଲେକ୍ସନ ଟ୍ରାଏଲ୍ସ ଉପରେ ରହିତାଦେଶ ପାଇଁ ସେ ଦିଲ୍ଲୀ ହାଇକୋର୍ଟରେ ଏକ ମିଳିତ ପିଟିଶନ ଦାଖଲ କରିଛନ୍ତି।

ଖବର ଅନୁସାରେ ବଜରଙ୍ଗ, ଭିନେଶ ଫୋଗଟ, ସାକ୍ଷୀ ମଲିକ ଏବଂ ତାଙ୍କ ସ୍ବାମୀ ସାଟିଓ୍ବାର୍ଟ କାଡିୟାନ ବୁଧବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାର ଶୁଣାଣି ଶୁକ୍ରବାର ହେବ। ତେବେ ବଜରଙ୍ଗ ପିଟିଶନ ଦାଖଲ କରିଥିବା ବିଷୟ ସ୍ପଷ୍ଟ କରିନାହାନ୍ତି। ଭାରତର କୁସ୍ତି ବ୍ୟାପାରରେ ସରକାର କାହିଁକି ନୀରବତା ଅବଲମ୍ବନ କରୁଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି।

ଦିଲ୍ଲୀର ଆଇଜି ଷ୍ଟାଡିୟମରେ ଟ୍ରାଏଲ୍ସ ଭିତ୍ତିରେ ମନୋନୀତ କୁସ୍ତିଯୋଦ୍ଧାମାନେ ଆସନ୍ତା ମାସରେ କିରଗିଜସ୍ତାନରେ ଅନୁଷ୍ଠିତ ହେଉଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ ଅଲିମ୍ପିକ କ୍ୱାଲିଫାୟର ଲାଗି ଭାରତୀୟ ଦଳ ମନୋନୟନ ହେବ। ବଜରଙ୍ଗ ଦୁଇମାସ ହେଲା ରୁଷିଆରେ ଟ୍ରେନିଂ ନେଇ ଆସୁଛନ୍ତି। ସଞ୍ଜୟ ସିଂଙ୍କ ନେତୃତ୍ୱାଧୀନ ଡବ୍ଲ୍ୟୁଏଫ୍‌ଆଇ ଦ୍ୱାରା ଆୟୋଜିତ ଟ୍ରାଏଲ୍ସରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି। ବଜରଙ୍ଗ କହିଛନ୍ତି, ଟ୍ରାଏଲ୍ସରେ ଯଦି ତାଙ୍କର ଅଂଶଗ୍ରହଣ କରିବାର ନ ଥିଲା ତେବେ ସେ ଟ୍ରେନିଂରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ନ ଥାନ୍ତେ। ହେଲେ ସସ୍‌ପେଣ୍ଡ ହୋଇଥିବା ଡବ୍ଲ୍ୟୁଏଫ୍‌ଆଇ ଦ୍ୱାରା ଆୟୋଜିତ ଟ୍ରାଏଲ୍ସରେ ସେ ଭାଗ ନେବେ ନାହିଁ।

ସରକାର କିପରି ଅବା ଡବ୍ଲ୍ୟୁଏଫ୍‌ଆଇକୁ ଅନୁମତି ପ୍ରଦାନ କଲେ ସେ ନେଇ ତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ସରକାରଙ୍କ ପକ୍ଷରୁ ଗଠିତ ଆଡହକ ପ୍ୟାନେଲ ଦ୍ୱାରା ଟ୍ରାଏଲ୍ସ ଆୟୋଜନ କରାଯାଏ ତେବେ ସେଥିରେ ଆମେ ଅଂଶଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ। ଅତୀତ କଥା ଭୁଲିଯାଇ ଟ୍ରାଏଲ୍ସରେ ଭାଗ ନେବା ଲାଗି ଡବ୍ଲ୍ୟୁଏଫ୍‌ଆଇ ସଭାପତି ସଞ୍ଜୟ ସିଂ ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନଙ୍କୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ଯୌନନିର୍ଯାତନା ଅଭିଯୋଗରେ ତତ୍‌କାଳୀନ ଡବ୍ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜଭୂଷଣ ଶରଣଙ୍କ ଗିରଫ ଦାବିରେ ବଜରଙ୍ଗ, ଭିନେଶ ଓ ସାକ୍ଷୀଙ୍କ ନେତୃତ୍ୱରେ ଯନ୍ତରମନ୍ତରଠାରେ ଦୀର୍ଘ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା।

The post ଡବ୍ଲ୍ୟୁଏଫ୍‌ଆଇ ଦ୍ୱାରା ଆୟୋଜିତ ଟ୍ରାଏଲ୍ସରେ ଭାଗ ନେବି ନାହିଁ: ବଜରଙ୍ଗ appeared first on Dharitri Odia News.