ଡବ୍ଲ୍ୟୁପିଏଲ୍‌-୨୦୨୪; ମୁମ୍ବାଇ ଇଣ୍ଡିଆନ୍ସର ଚତୁର୍ଥ ବିଜୟ, ୟୁପି ୱାରିୟର୍ସ ପରାସ୍ତ

ନୂଆଦିଲ୍ଲୀ, ୮/୩: ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସର ଚତୁର୍ଥ ବିଜୟ । ୟୁପି ୱାରିୟର୍ସକୁ ୪୨ ରନରେ ମାତ୍ ଦେଲା ଦଳ । ଡବ୍ଲ୍ୟୁପିଏଲ୍‌ ର ୧୪ତମ ଲିଗ୍‌ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ, ୟୁପି ଓ୍ୱରିୟର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍‌ ହରାଇ ୧୬୦ ରନ୍‌ ସଂଗ୍ରହ  କରିଥିଲା । ଜବାବରେ ୟୁପି ୱାରିୟର୍ସ ୯ ୱିକେଟ୍‌ ହରାଇ ମାତ୍ର ୧୧୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମହଙ୍ଗା ପଡ଼ିଥିଲା । ଦୁଇ ଓପନର ୟସ୍ତିକା ଭଟିଆ ଓ ହେଲି ମାଥ୍ୟୁସ ନିରାଶ କରିଥିଲେ । ଏହାପରେ ନାତାଲି ସ୍କିଭର-ବ୍ରଣ୍ଟ   ଓ ହର୍ମନପ୍ରୀତ କୌର ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ତୃତୀୟ ୱିକେଟ୍‌ରେ ୫୯ରନ୍‌ ଯୋଡ଼ିଥିଲେ । ଦଳୀୟ ସ୍କୋର ୭୬ ବେଳେ ସ୍କିଭର-ବ୍ରଣ୍ଟ ବ୍ୟକ୍ତିଗତ ୪୫ ରନ୍‌ କରି ଆଉଟ୍‌  ହୋଇଥିଲେ । ପରେ ହର୍ମନପ୍ରୀତ ୩୩ରନ କରି ୱିକେଟ୍‌ ହରାଇଥିଲେ । ନିମ୍ନ ଭାଗରେ ଆମେଲିଆ କେର ଓ ଏସ ସଜନା   ୪୩ ରନ୍‌ର ଭାଗିଦାରୀ ଗଠନ କରିବା ଫଳରେ ଦଳୀୟ ସ୍କୋର ୧୬୦ରେ  ପହଞ୍ଚିଥିଲା । କେର୍ ୨୩ଟି ବଲ୍‌ରୁ ୩୯ ରନ୍‌ କରିଥିଲେ । ସଜନା ୨୨ରନ୍‌ କରି ଅପରାଜିତ ରହିଥିଲେ । WTC Point Table: ଶୀର୍ଷକୁ ଉଠିଲା ଭାରତ, ନ୍ୟୁଜିଲାଣ୍ଡର ପରାଜୟରେ ରୋହିତ ବାହିନୀଙ୍କୁ ମିଳିଲା ଫାଇଦାସେପଟେ ୟୁପି ୱାରିୟ

ଡବ୍ଲ୍ୟୁପିଏଲ୍‌-୨୦୨୪; ମୁମ୍ବାଇ ଇଣ୍ଡିଆନ୍ସର ଚତୁର୍ଥ ବିଜୟ, ୟୁପି ୱାରିୟର୍ସ ପରାସ୍ତ

ନୂଆଦିଲ୍ଲୀ୮/୩: ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସର ଚତୁର୍ଥ ବିଜୟ । ୟୁପି ୱାରିୟର୍ସକୁ ୪୨ ରନରେ ମାତ୍ ଦେଲା ଦଳ । ଡବ୍ଲ୍ୟୁପିଏଲ୍‌ ର ୧୪ତମ ଲିଗ୍‌ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ, ୟୁପି ଓ୍ୱରିୟର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍‌ ହରାଇ ୧୬୦ ରନ୍‌ ସଂଗ୍ରହ  କରିଥିଲା । ଜବାବରେ ୟୁପି ୱାରିୟର୍ସ ୯ ୱିକେଟ୍‌ ହରାଇ ମାତ୍ର ୧୧୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା । 


ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମହଙ୍ଗା ପଡ଼ିଥିଲା । ଦୁଇ ଓପନର ୟସ୍ତିକା ଭଟିଆ ଓ ହେଲି ମାଥ୍ୟୁସ ନିରାଶ କରିଥିଲେ । ଏହାପରେ ନାତାଲି ସ୍କିଭର-ବ୍ରଣ୍ଟ   ଓ ହର୍ମନପ୍ରୀତ କୌର ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ତୃତୀୟ ୱିକେଟ୍‌ରେ ୫୯ରନ୍‌ ଯୋଡ଼ିଥିଲେ । ଦଳୀୟ ସ୍କୋର ୭୬ ବେଳେ ସ୍କିଭର-ବ୍ରଣ୍ଟ ବ୍ୟକ୍ତିଗତ ୪୫ ରନ୍‌ କରି ଆଉଟ୍‌  ହୋଇଥିଲେ । ପରେ ହର୍ମନପ୍ରୀତ ୩୩ରନ କରି ୱିକେଟ୍‌ ହରାଇଥିଲେ । ନିମ୍ନ ଭାଗରେ ଆମେଲିଆ କେର ଓ ଏସ ସଜନା   ୪୩ ରନ୍‌ର ଭାଗିଦାରୀ ଗଠନ କରିବା ଫଳରେ ଦଳୀୟ ସ୍କୋର ୧୬୦ରେ  ପହଞ୍ଚିଥିଲା । କେର୍ ୨୩ଟି ବଲ୍‌ରୁ ୩୯ ରନ୍‌ କରିଥିଲେ । ସଜନା ୨୨ରନ୍‌ କରି ଅପରାଜିତ ରହିଥିଲେ । 

WTC Point Table: ଶୀର୍ଷକୁ ଉଠିଲା ଭାରତ, ନ୍ୟୁଜିଲାଣ୍ଡର ପରାଜୟରେ ରୋହିତ ବାହିନୀଙ୍କୁ ମିଳିଲା ଫାଇଦା

ସେପଟେ ୟୁପି ୱାରିୟର୍ସ ପକ୍ଷରୁ ଚାମରି ଆଟାପଟୁ ୨ଟି ୱିକେଟ୍‌ ନେଇଥିଲେ ।  ଜବାବରେ ୟୁପି ୱାରିୟର୍ସ ଅନୁରୂପ ବିପର୍ଯ୍ୟୟର ସାମ୍ନା କରିଥିଲା । ଆଲିସା ହିଲି ୩କିରଣ ନବଗିରେ ୭ ଓ ଚାମରି  ଆଟାପଟୁ ୩ ରନ କରି ଆଉଟ୍‌ ହୋଇଥିଲେ । ମିଡିଲ୍ ଅର୍ଡରରେ ଦୀପ୍ତି ଶର୍ମା ଲଢୁଆ ବ୍ୟାଟିଂ କରିଥିଲେ ହେଁ ଦଳ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିନଥିଲା । ଦଳ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ଶେଷରେ ୯ ୱିକେଟ୍‌ ହରାଇ ୧୧୮ ରନ୍‌ କରିଥିଲା । ଦୀପ୍ତି ୫୩ ରନ୍‌ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ୱେତା  ସେରାୱତ ୧୭ ଓ ଗ୍ରେସ ହ୍ୟାରିସ ୧୫ ରନ୍‌ କରିଥିଲେ । ମୁମ୍ବାଇ  ପକ୍ଷରୁ ସାଇକା ଇଶାକ ୩ଟି ଓ ସ୍କିଭର-ବ୍ରଣ୍ଟ ୨ଟି ୱିକେଟ୍‌ ନେଇ ଦଳ ବିଜୟ ଦେଇଥିଲେ ।