ଡମପଡା ARIଙ୍କୁ ୪ବର୍ଷ ସଶ୍ରମ ଜେଲ୍‌, ଭିଜିଲାନ୍ସ ଅଦାଲତରେ ଦୋଷୀ ସାବ୍ୟସ୍ତ

କଟକ : କଟକ ଜିଲ୍ଲା ଡମପଡା ତହସିଲର ଏଆରଆଇ(ସହକାରୀ ରାଜସ୍ୱ ନିରୀକ୍ଷକ) ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ଲାଞ୍ଚ ଗ୍ରହଣ ମାମଲାରେ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭିଜିଲାନ୍ସ ଅଦାଲତ ଅଭିଯୁକ୍ତ ଜିଆରଏସଙ୍କୁ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୭/୧୩(୨)/୧୩(୧) ଅନୁସାରେ ୪ବର୍ଷ ସଶ୍ରମ ଜେଲ ଓ ଜରିମାନା ଦଣ୍ଡରେ ଦଣ୍ଡିତ କରିବା ସହ ଜେଲ ପଠାଇଦେଇଛନ୍ତି । ପ୍ରକାଶଥାଉକି ଗତ ୨୦୧୬ରେ ଶ୍ରୀ ପ୍ରଧାନ ରାମଦାସପୁର ବାରଙ୍ଗ ତହସିଲରେ ସହକାରୀ […]

ଡମପଡା ARIଙ୍କୁ ୪ବର୍ଷ ସଶ୍ରମ ଜେଲ୍‌, ଭିଜିଲାନ୍ସ ଅଦାଲତରେ ଦୋଷୀ ସାବ୍ୟସ୍ତ
Welfare Extension Officer Sentenced 4-Year RI By Odisha Vigilance Cour

କଟକ : କଟକ ଜିଲ୍ଲା ଡମପଡା ତହସିଲର ଏଆରଆଇ(ସହକାରୀ ରାଜସ୍ୱ ନିରୀକ୍ଷକ) ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ଲାଞ୍ଚ ଗ୍ରହଣ ମାମଲାରେ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭିଜିଲାନ୍ସ ଅଦାଲତ ଅଭିଯୁକ୍ତ ଜିଆରଏସଙ୍କୁ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୭/୧୩(୨)/୧୩(୧) ଅନୁସାରେ ୪ବର୍ଷ ସଶ୍ରମ ଜେଲ ଓ ଜରିମାନା ଦଣ୍ଡରେ ଦଣ୍ଡିତ କରିବା ସହ ଜେଲ ପଠାଇଦେଇଛନ୍ତି ।

ପ୍ରକାଶଥାଉକି ଗତ ୨୦୧୬ରେ ଶ୍ରୀ ପ୍ରଧାନ ରାମଦାସପୁର ବାରଙ୍ଗ ତହସିଲରେ ସହକାରୀ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଏକ ମ୍ୟୁଟେସନ ମାମଲା ଅଭିଯୋଗକାରୀଙ୍କ ସପକ୍ଷରେ କରିବା ବାବଦରେ ଲାଞ୍ଚ ନେଇ ଭିଜିଲାନ୍ସ ଟିମ ହାତରେ ଧରାପଡିଥିଲେ । ଅଭିଯୁକ୍ତ ଶ୍ରୀ ପ୍ରଧାନଙ୍କ ବିରୋଧରେ ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହ ଚାର୍ଜସିଟ ମଧ୍ୟ ଦାଖଲ କରିଥିଲା। ଏହି ମାମଲାରେ ଆଜି କଟକ ଭିଜିଲାନ୍ସ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

କଟକ ଭିଜିଲାନ୍ସ ଡିଭିଜନର ପ୍ରାକ୍ତନ ଇନ୍ସପେକ୍ଟର ହେମନ୍ତ କୁମାର ବୈଦ୍ୟ ଏହି ମାମଲାର ତଦନ୍ତ କରିଥିଲେ। ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସର୍ବେଶ୍ୱର ବାରିକ ଓ ସହକାରୀ ପିପି ଦୀପକ ମାମଲା ପରିଚାଳନା କରୁଥିଲେ। ଦୋଷୀ ସାବ୍ୟସ୍ତ ହେବା ପରେ ଡମପଡା ତହସିଲରେ ଏଆରଆଇ ଭାବେ କାର୍ଯ୍ୟରତ ଶ୍ରୀ ପ୍ରଧାନଙ୍କୁ ଚାକିରିରୁ ବହିଷ୍କାର କରିବା ନିମନ୍ତେ ସରକାରଙ୍କୁ ଭିଜିଲାନ୍ସ ପକ୍ଷରୁ ଅନୁରୋଧ କରାଯିବ ବୋଲି ଜଣାପଡିଛି।