ଡଲାରକୁ ଦୁର୍ବଳ କରିବାର କୌଣସି ଇଚ୍ଛା ନାହିଁ, ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି ଧମକ ଉପରେ ଜୟଶଙ୍କରଙ୍କ ଜବାବ
ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶନିବାର ଡୋନାଲ୍ଡ ଟ୍ରମ୍ପଙ୍କ ୧୦୦ ପ୍ରତିଶତ ଟାରିଫ୍ ବୃଦ୍ଧି ଧମକ ଉପରେ ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକା ଆମର ସବୁଠୁ ବଡ଼ ବ୍ୟବସାୟିକ ସହଯୋଗୀ । ଆମେରିକୀୟ ଡଲାରକୁ ଦୁର୍ବଳ କରିବା ନେଇ ଆମର କୌଣସି ଉଦ୍ଦେଶ୍ୟ ନାହିଁ । ଆମେ ପୂର୍ବରୁ ସ୍ପଷ୍ଟ କରିସାରିଛୁ ଯେ ଭାରତ ଡି-ଡଲାରୀକରଣ ପକ୍ଷରେ ନାହିଁ । ଏହା ବ୍ୟତୀତ ଡୋନାଲ୍ଡ ଟମ୍ପଙ୍କ ବିଜୟ କ୍ୱାଡ୍ ପାଇଁ ସକାରାତ୍ମକ କହିବା ସହ ତାଙ୍କ କାର୍ଯ୍ୟକାଳରେ ଆଗାମୀ ଦିନରେ କ୍ୱାଡ୍ ସଂଗଠନ ଅଧିକ ମଜଭୁତ ହେବ ଏବଂ କ୍ଷେତ୍ରୀୟ ସହଯୋଗକୁ ମଜଭୁତ କରିବାରେ ସହଯୋଗ କରିବ ।ଦୋହା ଫୋରମରେ ଆମେରିକା ଉପରେ ନିଜ କଥା ରଖି ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ସମୟରେ ଭାରତ ଏବଂ ଆମେରିକା ସମ୍ପର୍କ ଭଲ ହୋଇଥିଲା । କ୍ୱାଡକୁ ବଢାଇବା ପାଇଁ ସେ ଅଧିକ ସହଯୋଗ ମଧ୍ୟ ଦେଇଥିଲେ । ତେବେ ଏପରି କିଛି ପ୍ରସଙ୍ଗ ଥିଲା, ଯେଉଁଥି ଅସହମତି ହୋଇଥିଲା । ଏଥିରୁ ଅଧିକାଂଶ ବ୍ୟବସାୟ ସହ ଜଡ଼ିତ । କିନ୍ତୁ ଅନେକ ପ୍ରସଙ୍ଗ ଥିଲା, ଯେଉଁଥିରେ ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ସହଯୋଗ କରିଛନ୍ତି ।ପିଏମ୍ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟକ୍ତିଗତ ସମ୍ପର୍କ ଉପରେ ଜୟଶଙ୍କର କହିଛନ୍ତି, ଦୁଇ ନେତାଙ୍କ ମଧ୍ୟରେ କେମେଷ୍ଟ୍ରି ଦୁଇ ଦେଶର ସମ୍ପର୍କକୁ ଅଧିକ ମଜଭୁତ କରିବାରେ ସହାୟକ ହୋଇଛି । ଯଦି ଆଜି ହିନ୍ଦ-ପ୍ରଶାନ୍ତ ମହାସାଗର କ୍ଷେତ୍ରକୁ
ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶନିବାର ଡୋନାଲ୍ଡ ଟ୍ରମ୍ପଙ୍କ ୧୦୦ ପ୍ରତିଶତ ଟାରିଫ୍ ବୃଦ୍ଧି ଧମକ ଉପରେ ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକା ଆମର ସବୁଠୁ ବଡ଼ ବ୍ୟବସାୟିକ ସହଯୋଗୀ । ଆମେରିକୀୟ ଡଲାରକୁ ଦୁର୍ବଳ କରିବା ନେଇ ଆମର କୌଣସି ଉଦ୍ଦେଶ୍ୟ ନାହିଁ । ଆମେ ପୂର୍ବରୁ ସ୍ପଷ୍ଟ କରିସାରିଛୁ ଯେ ଭାରତ ଡି-ଡଲାରୀକରଣ ପକ୍ଷରେ ନାହିଁ । ଏହା ବ୍ୟତୀତ ଡୋନାଲ୍ଡ ଟମ୍ପଙ୍କ ବିଜୟ କ୍ୱାଡ୍ ପାଇଁ ସକାରାତ୍ମକ କହିବା ସହ ତାଙ୍କ କାର୍ଯ୍ୟକାଳରେ ଆଗାମୀ ଦିନରେ କ୍ୱାଡ୍ ସଂଗଠନ ଅଧିକ ମଜଭୁତ ହେବ ଏବଂ କ୍ଷେତ୍ରୀୟ ସହଯୋଗକୁ ମଜଭୁତ କରିବାରେ ସହଯୋଗ କରିବ ।
ଦୋହା ଫୋରମରେ ଆମେରିକା ଉପରେ ନିଜ କଥା ରଖି ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ସମୟରେ ଭାରତ ଏବଂ ଆମେରିକା ସମ୍ପର୍କ ଭଲ ହୋଇଥିଲା । କ୍ୱାଡକୁ ବଢାଇବା ପାଇଁ ସେ ଅଧିକ ସହଯୋଗ ମଧ୍ୟ ଦେଇଥିଲେ । ତେବେ ଏପରି କିଛି ପ୍ରସଙ୍ଗ ଥିଲା, ଯେଉଁଥି ଅସହମତି ହୋଇଥିଲା । ଏଥିରୁ ଅଧିକାଂଶ ବ୍ୟବସାୟ ସହ ଜଡ଼ିତ । କିନ୍ତୁ ଅନେକ ପ୍ରସଙ୍ଗ ଥିଲା, ଯେଉଁଥିରେ ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ସହଯୋଗ କରିଛନ୍ତି ।
ପିଏମ୍ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟକ୍ତିଗତ ସମ୍ପର୍କ ଉପରେ ଜୟଶଙ୍କର କହିଛନ୍ତି, ଦୁଇ ନେତାଙ୍କ ମଧ୍ୟରେ କେମେଷ୍ଟ୍ରି ଦୁଇ ଦେଶର ସମ୍ପର୍କକୁ ଅଧିକ ମଜଭୁତ କରିବାରେ ସହାୟକ ହୋଇଛି । ଯଦି ଆଜି ହିନ୍ଦ-ପ୍ରଶାନ୍ତ ମହାସାଗର କ୍ଷେତ୍ରକୁ ଦେଖିବା, ତେବେ ଆମେରିକା ଏବଂ ଭାରତ ମଧ୍ୟରେ ସହଯୋଗ ବଢିଛି । ଭାରତ ଏବଂ ଆମେରିକା ଆଜି ଯେଉଁ ସ୍ଥିତିରେ ଅଛନ୍ତି, ସେଠାରେ ପରସ୍ପର ମଧ୍ୟରେ ସହଯୋଗ ଉପରେ ଅଧିକ ମୁଦ୍ଦା ରହିଛି । ଏପରି କୌଣସି ମୁଦ୍ଦା ନାହିଁ, ଯାହା ବିଭାଜନକାରୀ ହୋଇଥିବା କିମ୍ୱା ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି କରିବ ।