ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହରେ ୧୮% ବୃଦ୍ଧି, ସରକାରୀ ରାଜକୋଷକୁ ଆସିଲା ୧୧.୨୫ଲକ୍ଷ କୋଟି ଟଙ୍କା
ନୂଆଦିଲ୍ଲୀ ୧୨।୧୦: ଜାରି ଆର୍ଥିକ ବର୍ଷ ସରକାରୀ ରାଜକୋଷ ପାଇଁ ବେଶ ଭଲ ସାବ୍ୟସ୍ତ ହୋଇଛି। ଟ୍ୟାକ୍ସରୁ ସରକାରଙ୍କ ଆୟ ଲଲଗାତାର ବଢିବାରେ ଲାଗିଛି। ଜାରି ଆର୍ଥିକ ବର୍ଷ ୨୦୨୪-୨୫ରେ ୧୦ ଅକ୍ଟୋବର ପର୍ଯ୍ୟନ୍ତ ନେଟ୍ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ୧୮ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ନିକଟରେ ଜାରି ସରକାରୀ ତଥ୍ୟ ଅନୁସାରେ ଜାରି ଆର୍ଥିକ ବର୍ଷରେ ନେଟ୍ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୧୮.୩ ପ୍ରତିଶତ ବଢି ପାଖାପାଖି ୧୧.୨୫ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଛି। ଏଥିରେ ପର୍ସନାଲ ଇନକମ ଟ୍ୟାକ୍ସ କଲେକ୍ସନ ୫.୯୮ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ କର୍ପୋରେଟ ଟ୍ୟାକ୍ସ କଲେକ୍ସନରୁ ୪.୯୪ ଲକ୍ଷ କୋଟି ଟଙ୍କା ମିଳିଛି। ଏହା ଛଡା ସିକ୍ୟୁରିଟିଜ ଟ୍ରାଞ୍ଜାକ୍ସନ ଟ୍ୟାକ୍ସ (ଏସଟିଟି) ୩୦,୬୩୦ କୋଟି ଟଙ୍କା ହୋଇଥିବା ବେଳେ ଅନ୍ୟ ଶୁଳ୍କ (ଇକ୍ୱିଲାଇଜେସନ ଲେଭି ଓ ଗିଫ୍ଟ ଟ୍ୟାକ୍ସ ସମେତ)ରୁ ୨,୧୫୦ କୋଟି ଟଙ୍କା ଅସୁଲ ହୋଇଛି। ଆୟକର ବିଭାଗ ବର୍ଷକ ପୂର୍ବରୁ ଏହି ଅବଧିରେ ୯.୫୧ଲକ୍ଷ କୋଟି ଟଙ୍କାର ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହ କରିଥିଲେ। ଯାହା ବାର୍ଷିକ ଆଧାରରେ ୧.୭୪ଲକ୍ଷ କୋଟି ଟଙ୍କା ବୃଦ୍ଧି ଦର୍ଶାଉଛି। ୧ ଏପ୍ରିଲରୁ ୧୦ ଅକ୍ଟୋବର ମଧ୍ୟରେ ୨.୩୧ ଲକ୍ଷ କୋଟି ଟଙ୍କା ରିଫଣ୍ଡ ଜାରି କରାଯାଇଛି। ଯାହା ୪୬ ପ୍ରତିଶତ ଅଭିବୃଦ୍ଧିକୁ ଦର୍ଶାଉଛି। ଏହି ଅବଧିରେ ଗ୍ରସ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୨୨.୩ ପ୍ରତିଶତ ବଢି ୧୩.୫୭ ଲକ୍ଷ କୋଟି ଟଙ୍କା
ନୂଆଦିଲ୍ଲୀ ୧୨।୧୦: ଜାରି ଆର୍ଥିକ ବର୍ଷ ସରକାରୀ ରାଜକୋଷ ପାଇଁ ବେଶ ଭଲ ସାବ୍ୟସ୍ତ ହୋଇଛି। ଟ୍ୟାକ୍ସରୁ ସରକାରଙ୍କ ଆୟ ଲଲଗାତାର ବଢିବାରେ ଲାଗିଛି। ଜାରି ଆର୍ଥିକ ବର୍ଷ ୨୦୨୪-୨୫ରେ ୧୦ ଅକ୍ଟୋବର ପର୍ଯ୍ୟନ୍ତ ନେଟ୍ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ୧୮ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ନିକଟରେ ଜାରି ସରକାରୀ ତଥ୍ୟ ଅନୁସାରେ ଜାରି ଆର୍ଥିକ ବର୍ଷରେ ନେଟ୍ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୧୮.୩ ପ୍ରତିଶତ ବଢି ପାଖାପାଖି ୧୧.୨୫ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଛି।
ଏଥିରେ ପର୍ସନାଲ ଇନକମ ଟ୍ୟାକ୍ସ କଲେକ୍ସନ ୫.୯୮ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ କର୍ପୋରେଟ ଟ୍ୟାକ୍ସ କଲେକ୍ସନରୁ ୪.୯୪ ଲକ୍ଷ କୋଟି ଟଙ୍କା ମିଳିଛି। ଏହା ଛଡା ସିକ୍ୟୁରିଟିଜ ଟ୍ରାଞ୍ଜାକ୍ସନ ଟ୍ୟାକ୍ସ (ଏସଟିଟି) ୩୦,୬୩୦ କୋଟି ଟଙ୍କା ହୋଇଥିବା ବେଳେ ଅନ୍ୟ ଶୁଳ୍କ (ଇକ୍ୱିଲାଇଜେସନ ଲେଭି ଓ ଗିଫ୍ଟ ଟ୍ୟାକ୍ସ ସମେତ)ରୁ ୨,୧୫୦ କୋଟି ଟଙ୍କା ଅସୁଲ ହୋଇଛି। ଆୟକର ବିଭାଗ ବର୍ଷକ ପୂର୍ବରୁ ଏହି ଅବଧିରେ ୯.୫୧ଲକ୍ଷ କୋଟି ଟଙ୍କାର ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହ କରିଥିଲେ। ଯାହା ବାର୍ଷିକ ଆଧାରରେ ୧.୭୪ଲକ୍ଷ କୋଟି ଟଙ୍କା ବୃଦ୍ଧି ଦର୍ଶାଉଛି।
୧ ଏପ୍ରିଲରୁ ୧୦ ଅକ୍ଟୋବର ମଧ୍ୟରେ ୨.୩୧ ଲକ୍ଷ କୋଟି ଟଙ୍କା ରିଫଣ୍ଡ ଜାରି କରାଯାଇଛି। ଯାହା ୪୬ ପ୍ରତିଶତ ଅଭିବୃଦ୍ଧିକୁ ଦର୍ଶାଉଛି। ଏହି ଅବଧିରେ ଗ୍ରସ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୨୨.୩ ପ୍ରତିଶତ ବଢି ୧୩.୫୭ ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଛି। ଏଥିରେ ୭.୧୩ଲକ୍ଷ କୋଟି ଟଙ୍କା ପର୍ସନାଲ ଇନକମ ଟ୍ୟାକ୍ସ (ପିଆଇଟି) ଓ ୬.୧୧ଲକ୍ଷ କୋଟି ଟଙ୍କାର କର୍ପୋରେଟ ଟ୍ୟାକ୍ସ ସାମିଲ ରହିଛି। ଜାରି ଆର୍ଥିକ ବର୍ଷରେ ସରକାର ଡାଇରେକ୍ଟ ଟ୍ୟାକ୍ସେସରୁ ୨୨.୦୭ ଲକ୍ଷ କୋଟି ଟଙ୍କା ସଂଗ୍ରହର ଲକ୍ଷ ଧାର୍ଯ୍ୟ କରିଥିଲେ।
ଜାରି ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ରିଫଣ୍ଡ ଆଡଜଷ୍ଟ କରିବା ପରେ କର୍ପୋରେଟ ଟ୍ୟାକ୍ସ କଲେକ୍ସନ ୧୧ ପ୍ରତିସତ ବଢି ୪.୯୪ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ଜାରି ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ଏସଟିଟି କଲେକ୍ସନ ୮୭ ପ୍ରତିଶତ ବଢି ୩୦,୬୩୦ କୋଟି ଟଙ୍କାକୁ ପହଞ୍ଚିଛି। ତେବେ ବର୍ଷକ ପୂର୍ବେ ଏହି ଅବଧିରେ ଏସଟିଟି ସଂଗ୍ରହ ୧୬,୩୭୩ କୋଟିରେ ସୀମିତ ଥିଲା।