ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ, ପଶ୍ଚିମବଙ୍ଗରେ ଜାରି ରହିବ
ନୂଆଦିଲ୍ଲୀ,୨୨ା୮:କୋଲକାତା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପ୍ରତିବାଦରେ ଦିଲ୍ଲୀର ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ଏମ୍ସ) ଡାକ୍ତରମାନେ ୧୧ ଦିନ ଧରି ଆନ୍ଦୋଳନ ଚଳାଇଥିଲେ। ଗୁରୁବାର ସୁପ୍ରିମକୋର୍ଟଙ୍କ ପରାମର୍ଶକ୍ରମେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛନ୍ତି। ଆମେ ଶୀର୍ଷ ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରିବୁ। ରୋଗୀ ସେବା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଏମ୍ସ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ୍ ପକ୍ଷରୁ ଏକ୍ସ’ରେ ସୂଚନା ଦିଆଯାଇଛି। ସେହିପରି ଫେଡେରେଶନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ […] The post ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ, ପଶ୍ଚିମବଙ୍ଗରେ ଜାରି ରହିବ appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୮:କୋଲକାତା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପ୍ରତିବାଦରେ ଦିଲ୍ଲୀର ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ଏମ୍ସ) ଡାକ୍ତରମାନେ ୧୧ ଦିନ ଧରି ଆନ୍ଦୋଳନ ଚଳାଇଥିଲେ। ଗୁରୁବାର ସୁପ୍ରିମକୋର୍ଟଙ୍କ ପରାମର୍ଶକ୍ରମେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛନ୍ତି। ଆମେ ଶୀର୍ଷ ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରିବୁ। ରୋଗୀ ସେବା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଏମ୍ସ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ୍ ପକ୍ଷରୁ ଏକ୍ସ’ରେ ସୂଚନା ଦିଆଯାଇଛି। ସେହିପରି ଫେଡେରେଶନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏଶନ୍ (ଏଫ୍ଏଆଇଏମ୍ଏ) ସମେତ ଦିଲ୍ଲୀର ଅନେକ ହସ୍ପିଟାଲ ଡାକ୍ତରମାନେ ଆନ୍ଦୋଳନରୁ ଓହରିଯାଇଛନ୍ତି। ଅନ୍ୟପକ୍ଷେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆନ୍ଦୋଳନ ଜାରି ରଖିବାକୁ ପଶ୍ଚିମବଙ୍ଗର ଡାକ୍ତରମାନେ ନିଷ୍ପତ୍ତି ନେଇଛନ୍ତି।
ପ୍ରକାଶ ଯେ, ଆର୍.ଜି. କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ମୃତଦେହ ଅଗଷ୍ଟ ୯ରେ ମିଳିଥିଲା। ଡାକ୍ତରମାନେ ୧୨ ତାରିଖରୁ ଦେଶବ୍ୟାପୀ ଆନ୍ଦୋଳନ ଚଳାଇଥିବାରୁ ଓପିଡି ଏବଂ ଅଣଜରୁରୀ ସେବା ବାଧାପ୍ରାପ୍ତ ହୋଇଥିଲା।
The post ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ, ପଶ୍ଚିମବଙ୍ଗରେ ଜାରି ରହିବ appeared first on Dharitri Odia News.