'ଡାକ୍ତର ଛାତ୍ରୀଙ୍କ ପରିବାରକୁ ଟଙ୍କା ଅଫର୍ କରିନି': ବିରୋଧୀଙ୍କ ଅଭିଯୋଗକୁ ମମତାଙ୍କ ଖଣ୍ଡନ
ନୂଆଦିଲ୍ଲୀ: ଡାକ୍ତର ଛାତ୍ରୀଙ୍କ ହତ୍ୟାକୁ ନେଇ କୋଲକାତାରେ ବିରୋଧ ଜାରି ରହିଛି। ସୋମବାର ସୁପ୍ରିମକୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣି ହୋଇଥିଲା। ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କ ପରିବାରକୁ ଟଙ୍କା ଯାଚିବା ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ଏହାକୁ ତାଙ୍କ ସରକାରଙ୍କ ବିରୁଦ୍ଧରେ ଅପବାଦ ବୋଲି କହିଛନ୍ତି ଏବଂ ପିତାମାତାଙ୍କୁ କୌଣସି ଟଙ୍କା ଦିଆଯାଇ ନାହିଁ ବୋଲି କହିଛନ୍ତି ସିଏମ।ଡାକ୍ତରଙ୍କ ପିତା ଗତ ସପ୍ତାହରେ ଅଭିଯୋଗ କରିଥିଲେ ଯେ କୋଲକାତା ପୋଲିସ ଏହି ମାମଲାକୁ ଚପାଇବାକୁ ଚେଷ୍ଟା କରୁଛି ଏବଂ ଚୁପ୍ ରହିବା ପାଇଁ ତାଙ୍କୁ ଟଙ୍କା ଦେଇଥିଲା। ପୋଲିସ ଆରମ୍ଭରୁ ଏହି ମାମଲାକୁ ଚାପି ଦେବାକୁ ଚେଷ୍ଟା କରିଥିଲା। ଆମକୁ ମୃତଦେହ ଦେଖିବାକୁ ଅନୁମତି ଦିଆଯାଇନଥିଲା। ମୃତଦେହ ପୋଷ୍ଟମର୍ଟମ ପାଇଁ ନିଆଯିବା ପର୍ଯ୍ୟନ୍ତ ଆମକୁ ପୋଲିସ ଷ୍ଟେସନରେ ଅପେକ୍ଷା କରିବାକୁ ପଡିଲା। ପରେ, ଯେତେବେଳେ ମୃତଦେହ ଆମକୁ ହସ୍ତାନ୍ତର କରାଯାଇଥିଲା, ଜଣେ ବରିଷ୍ଠ ପୋଲିସ ଅଧିକାରୀ ଆମକୁ ଟଙ୍କା ପ୍ରଦାନ କରିଥିଲେ, ଯାହାକୁ ଆମେ ଗ୍ରହଣ କରିବାକୁ ମନା କରିଥିଲୁ। ଟଙ୍କା ଅଫର୍କୁ ନେଇ ତମ୍ବିତୋଫାନ ହେବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, 'ମୁଁ ମୃତ ଡାକ୍ତରଙ୍କ ପରିବାରକୁ କଦାପି ଟଙ୍କା ଦେଇ ନାହିଁ। ମୁଁ ମୃତ ଡାକ୍ତରଙ୍କ ପିତାମାତାଙ୍କୁ କହିଥିଲି ଯେ ଯଦି ସେମାନେ ନିଜ ଝିଅର ସ୍ମୃତିରେ କିଛି କରିବାକୁ ଚାହାଁନ୍ତି, ତେ
ନୂଆଦିଲ୍ଲୀ: ଡାକ୍ତର ଛାତ୍ରୀଙ୍କ ହତ୍ୟାକୁ ନେଇ କୋଲକାତାରେ ବିରୋଧ ଜାରି ରହିଛି। ସୋମବାର ସୁପ୍ରିମକୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣି ହୋଇଥିଲା। ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କ ପରିବାରକୁ ଟଙ୍କା ଯାଚିବା ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ଏହାକୁ ତାଙ୍କ ସରକାରଙ୍କ ବିରୁଦ୍ଧରେ ଅପବାଦ ବୋଲି କହିଛନ୍ତି ଏବଂ ପିତାମାତାଙ୍କୁ କୌଣସି ଟଙ୍କା ଦିଆଯାଇ ନାହିଁ ବୋଲି କହିଛନ୍ତି ସିଏମ।
ଡାକ୍ତରଙ୍କ ପିତା ଗତ ସପ୍ତାହରେ ଅଭିଯୋଗ କରିଥିଲେ ଯେ କୋଲକାତା ପୋଲିସ ଏହି ମାମଲାକୁ ଚପାଇବାକୁ ଚେଷ୍ଟା କରୁଛି ଏବଂ ଚୁପ୍ ରହିବା ପାଇଁ ତାଙ୍କୁ ଟଙ୍କା ଦେଇଥିଲା। ପୋଲିସ ଆରମ୍ଭରୁ ଏହି ମାମଲାକୁ ଚାପି ଦେବାକୁ ଚେଷ୍ଟା କରିଥିଲା। ଆମକୁ ମୃତଦେହ ଦେଖିବାକୁ ଅନୁମତି ଦିଆଯାଇନଥିଲା। ମୃତଦେହ ପୋଷ୍ଟମର୍ଟମ ପାଇଁ ନିଆଯିବା ପର୍ଯ୍ୟନ୍ତ ଆମକୁ ପୋଲିସ ଷ୍ଟେସନରେ ଅପେକ୍ଷା କରିବାକୁ ପଡିଲା। ପରେ, ଯେତେବେଳେ ମୃତଦେହ ଆମକୁ ହସ୍ତାନ୍ତର କରାଯାଇଥିଲା, ଜଣେ ବରିଷ୍ଠ ପୋଲିସ ଅଧିକାରୀ ଆମକୁ ଟଙ୍କା ପ୍ରଦାନ କରିଥିଲେ, ଯାହାକୁ ଆମେ ଗ୍ରହଣ କରିବାକୁ ମନା କରିଥିଲୁ।
ଟଙ୍କା ଅଫର୍କୁ ନେଇ ତମ୍ବିତୋଫାନ ହେବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, 'ମୁଁ ମୃତ ଡାକ୍ତରଙ୍କ ପରିବାରକୁ କଦାପି ଟଙ୍କା ଦେଇ ନାହିଁ। ମୁଁ ମୃତ ଡାକ୍ତରଙ୍କ ପିତାମାତାଙ୍କୁ କହିଥିଲି ଯେ ଯଦି ସେମାନେ ନିଜ ଝିଅର ସ୍ମୃତିରେ କିଛି କରିବାକୁ ଚାହାଁନ୍ତି, ତେବେ ଆମ ସରକାର ସେମାନଙ୍କ ସହ ଅଛନ୍ତି। କୋଲକାତା ପୋଲିସ କମିଶନର ଭିନେଟ ଗୋୟଲ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଦୁର୍ଗା ପୂଜାଙ୍କ ଆସୁଥିବାରୁ ଆଇନ ଶୃଙ୍ଖଳା ରକ୍ଷା ଦୃଷ୍ଟିରୁ ଯେକୌଣସି ପରିବର୍ତ୍ତନ କ୍ଷତି ଘଟାଇପାରେ।