ଡାକ୍ତର ନୁହେଁ ସେ ଭଗବାନ, ଭରାନଈରେ ଜୀବନକୁ ବାଜି ଲଗାଇ କରୁଛନ୍ତି ରୋଗୀସେବା

ମାଥିଲି ୧୩/୦୯: ଡାକ୍ତର ନୁହେଁ ସେ ଦ୍ୱିତୀୟ ଭଗବାନ । ଜୀବନକୁ ବାଜି ଲଗାଇ ରୋଗୀ ସେବା । ଏପରି କିଛି ମହାନ କାର୍ଯ୍ୟ ଦେଖିବାକୁ ମିଳିଛି ମାଥିଲି ଅଞ୍ଚଳରେ । ଭରାନଈ ପାର୍ ହୋଇ ରୋଗୀ ସେବା କରିଛନ୍ତି ଡାକ୍ତର । ଆଉ ସେ ଡାକ୍ତର ଜଣଙ୍କ ଅନନ୍ତ କୁମାର ଡାର୍ଲି, ଓ ତାଙ୍କ ସହଯୋଗୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସୁଜିତ କୁମାର ପୂଜାରୀ । ସୂଚନା ଥାଉକି, ଗତ କିଛିଦିନ ହେବ ମାଥିଲି ଅଂଚଳରେ ଡାଇରିଆ ବ୍ୟାପୁଥିବା ବେଳେ କର୍ତ୍ତନପାଲ୍ଲୀ ପଂଚାୟତ ଅଧିନସ୍ଥ ବାରା ଗାଁରେ ସର୍ବାଧିକ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଲଗାଣ ବର୍ଷା ଯୋଗୁଁ ନଈର ସ୍ରୋତ ପ୍ରଖର ହୋଇଯାଇଥିବା ଯୋଗୁଁ କିଛି ଆକ୍ରାନ୍ତ ମେଡିକାଲ ଆସିପାରୁନଥିଲେ । ତେଣୁ ବାଧ୍ୟ ହୋଇ ଭରା ନଈ ପାର ହୋଇ ରୋଗୀ ସେବା କରିଛନ୍ତି ଡାକ୍ତର ଅନନ୍ତ ଡାର୍ଲି । ଯାହା ପାଇଁ ସାଧାରଣରେ ବେଶ ପ୍ରଶଂସାର ପାତ୍ର ପାଲଟିଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ । ଉକ୍ତ ଦୁଇ ଜଣ କିଆଙ୍ଗ ଡ଼ାକ୍ତର ଖାନାରେ କାର୍ଯ୍ୟରତ ଥିବା ବେଳେ ଉକ୍ତ ଅଃଚଳର ଅଧିକାଂଶ ନଦୀ ନାଳ ଗୁଡିକରେ ଲଗାଣ ବର୍ଷା ଯୋଗୁଁ ପାଣି ବଢିଯାଇଥିଲା । ରୋଗୀ ସେବା ପାଇଁ ଉଭୟ ଭରାନଇ ପାରିହୋଇ ରୋଗୀ ଙ୍କ ପାଖରେ ପହଂଚିଛନ୍ତି ।

ଡାକ୍ତର ନୁହେଁ ସେ ଭଗବାନ, ଭରାନଈରେ ଜୀବନକୁ ବାଜି ଲଗାଇ କରୁଛନ୍ତି ରୋଗୀସେବା

ମାଥିଲି ୧୩/୦୯: ଡାକ୍ତର ନୁହେଁ ସେ ଦ୍ୱିତୀୟ ଭଗବାନ । ଜୀବନକୁ ବାଜି ଲଗାଇ ରୋଗୀ ସେବା । ଏପରି କିଛି ମହାନ କାର୍ଯ୍ୟ ଦେଖିବାକୁ ମିଳିଛି ମାଥିଲି ଅଞ୍ଚଳରେ । ଭରାନଈ ପାର୍ ହୋଇ ରୋଗୀ ସେବା କରିଛନ୍ତି ଡାକ୍ତର । ଆଉ ସେ ଡାକ୍ତର ଜଣଙ୍କ ଅନନ୍ତ କୁମାର ଡାର୍ଲି, ଓ ତାଙ୍କ ସହଯୋଗୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସୁଜିତ କୁମାର ପୂଜାରୀ । 

ସୂଚନା ଥାଉକି, ଗତ କିଛିଦିନ ହେବ ମାଥିଲି ଅଂଚଳରେ ଡାଇରିଆ ବ୍ୟାପୁଥିବା ବେଳେ କର୍ତ୍ତନପାଲ୍ଲୀ ପଂଚାୟତ ଅଧିନସ୍ଥ ବାରା ଗାଁରେ ସର୍ବାଧିକ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଲଗାଣ ବର୍ଷା ଯୋଗୁଁ ନଈର ସ୍ରୋତ ପ୍ରଖର ହୋଇଯାଇଥିବା ଯୋଗୁଁ କିଛି ଆକ୍ରାନ୍ତ ମେଡିକାଲ ଆସିପାରୁନଥିଲେ । 

ତେଣୁ ବାଧ୍ୟ ହୋଇ ଭରା ନଈ ପାର ହୋଇ ରୋଗୀ ସେବା କରିଛନ୍ତି ଡାକ୍ତର ଅନନ୍ତ ଡାର୍ଲି । ଯାହା ପାଇଁ ସାଧାରଣରେ ବେଶ ପ୍ରଶଂସାର ପାତ୍ର ପାଲଟିଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ । ଉକ୍ତ ଦୁଇ ଜଣ କିଆଙ୍ଗ ଡ଼ାକ୍ତର ଖାନାରେ କାର୍ଯ୍ୟରତ ଥିବା ବେଳେ ଉକ୍ତ ଅଃଚଳର ଅଧିକାଂଶ ନଦୀ ନାଳ ଗୁଡିକରେ ଲଗାଣ ବର୍ଷା ଯୋଗୁଁ ପାଣି ବଢିଯାଇଥିଲା । ରୋଗୀ ସେବା ପାଇଁ ଉଭୟ ଭରାନଇ ପାରିହୋଇ ରୋଗୀ ଙ୍କ ପାଖରେ ପହଂଚିଛନ୍ତି ।