ଡାକ୍ତର ସାଜିଥିବା ବୁଖାରୀ +୨ ଫେଲ୍‌

ଭୁବନେଶ୍ୱର,୨୨।୧୨(ସୂର୍ଯ୍ୟକାନ୍ତ ବେହେରା): ସନ୍ଦିଗ୍ଧ ଆତଙ୍କବାଦୀ ତଥା କଶ୍ମିର ପୋଲିସର ଓ୍ବାଣ୍ଟେଡ୍‌ ଥିବା ସୟଦ ଇଶାନ ବୁଖାରୀଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ମାରାଥନ୍‌ ଜେରା କରୁଛି। ଏଭଳିସ୍ଥିତିରେ ଶୁକ୍ରବାର ବୁଖାରୀଙ୍କ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ଏସ୍‌ଟିଏଫ୍‌ ନିକଟରେ ପହଞ୍ଚତ୍ଛି। ବୁଖାରୀ ଏକାଧିକ ଲୋକଙ୍କ ସହ ଫୋନ୍‌ କଲ୍‌ ଓ ହ୍ବାଟ୍ସଆପ୍‌ରେ ଚାଟ୍‌ କରୁଥିଲେ ବୋଲି ଜଣାପଡ଼ିଛି। ଏଥିସହ ବୁଖାରୀଙ୍କ ଫୋନ୍‌ରୁ ଡିଲିଟ୍‌ ହୋଇଥିବା ଭଏସ୍‌ ମେଜେସ୍‌ ମଧ୍ୟ ରିକଭରି ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ […] The post ଡାକ୍ତର ସାଜିଥିବା ବୁଖାରୀ +୨ ଫେଲ୍‌ appeared first on Dharitri Odia News.

ଡାକ୍ତର ସାଜିଥିବା ବୁଖାରୀ +୨ ଫେଲ୍‌

ଭୁବନେଶ୍ୱର,୨୨।୧୨(ସୂର୍ଯ୍ୟକାନ୍ତ ବେହେରା): ସନ୍ଦିଗ୍ଧ ଆତଙ୍କବାଦୀ ତଥା କଶ୍ମିର ପୋଲିସର ଓ୍ବାଣ୍ଟେଡ୍‌ ଥିବା ସୟଦ ଇଶାନ ବୁଖାରୀଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ମାରାଥନ୍‌ ଜେରା କରୁଛି। ଏଭଳିସ୍ଥିତିରେ ଶୁକ୍ରବାର ବୁଖାରୀଙ୍କ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ଏସ୍‌ଟିଏଫ୍‌ ନିକଟରେ ପହଞ୍ଚତ୍ଛି। ବୁଖାରୀ ଏକାଧିକ ଲୋକଙ୍କ ସହ ଫୋନ୍‌ କଲ୍‌ ଓ ହ୍ବାଟ୍ସଆପ୍‌ରେ ଚାଟ୍‌ କରୁଥିଲେ ବୋଲି ଜଣାପଡ଼ିଛି। ଏଥିସହ ବୁଖାରୀଙ୍କ ଫୋନ୍‌ରୁ ଡିଲିଟ୍‌ ହୋଇଥିବା ଭଏସ୍‌ ମେଜେସ୍‌ ମଧ୍ୟ ରିକଭରି ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ବୁଖାରୀଙ୍କ ମୋଟ ୯ଟି ବ୍ୟାଙ୍କ ଆକାଉଣ୍ଟରେ ବହୁ ଟଙ୍କା କାରବାର ହୋଇଛି। କେତେ ଟଙ୍କା କେଉଁମାନେ ପଠାଇଛନ୍ତି ତାହା ଜାଣିବାକୁ ଏସ୍‌ଟିଏଫ୍‌ ଯାଞ୍ଚ ଜାରି ରଖିଛି। ଏହା ଭିତରେ ବୁଖାରୀଙ୍କ ସମ୍ପର୍କରେ ଆଉ କିଛି ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ସେ ଯୁକ୍ତ ୨ ଫେଲ୍‌ ହୋଇଥିବା ବେଳେ ୬ଟି ଭାଷାରେ କଥା ହୋଇପାରୁଥିଲେ। ବିଭିନ୍ନ ଭାଷା ଜାଣିଥିବାରୁ ସେ ଏକାଧିକ ରାଜ୍ୟର ଯୁବତୀଙ୍କୁ ଫସାଇ ପାରୁଥିଲେ। କିଛିଦିନ ଭିତରେ କଶ୍ମୀର ପୋଲିସ ଓଡ଼ିଶାରେ ପହଞ୍ଚତ୍ ବୁଖାରୀଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି। ତେବେ ଶନିବାର ୫ ଦିନିଆ ରିମାଣ୍ଡ ଅବଧି ସରୁଥିବାରୁ ବୁଖାରୀଙ୍କ ପାଖରୁ ଅଧିକ ଗୁମର କାଢ଼ିବାକୁ ଆଶା ରଖିଛି ଏସ୍‌ଟିଏଫ୍‌।

The post ଡାକ୍ତର ସାଜିଥିବା ବୁଖାରୀ +୨ ଫେଲ୍‌ appeared first on Dharitri Odia News.