ଡାକ୍ତରଙ୍କ ବଳାତ୍କାର-ହତ୍ୟା ଘଟଣା: ଅଟୋପ୍‌ସି ରିପୋର୍ଟରେ ମିଳିଲା ଛାତି ଥରା ତଥ୍ୟ, ଶରୀରରେ ହୋଇଥିଲା…

କୋଲକାତା,୧୯।୮: କୋଲକାତାର ଆର.ଜି କର କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାର ଅଟୋପ୍‌ସି ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ପୀଡିତାଙ୍କ ସହ ଘଟିଥିବା ଘଟଣାର ସ୍ପଷ୍ଟ ତଥ୍ୟ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ମୃତଦେହ ନିବସ୍ତ୍ର ଅବସ୍ଥାରେ ମିଳିଥିଲା। ତାଙ୍କର ପ୍ରାଇଭେଟ୍‌ ପାର୍ଟରୁ ରକ୍ତ ବାହାରୁଥିଲା। ଯାହା ବଳାତ୍କାରକୁ ନିଶ୍ଚିତ କରୁଛି। ପୀଡିତାଙ୍କ ବାମ ହାତ, କାନ୍ଧ, ଆଣ୍ଠୁ ଏବଂ ଗୋଡ କ୍ଷତ ଚିହ୍ନ ରହିଥିଲା। ଯୋନୀ ନିକଟରେ ମଧ୍ୟ […] The post ଡାକ୍ତରଙ୍କ ବଳାତ୍କାର-ହତ୍ୟା ଘଟଣା: ଅଟୋପ୍‌ସି ରିପୋର୍ଟରେ ମିଳିଲା ଛାତି ଥରା ତଥ୍ୟ, ଶରୀରରେ ହୋଇଥିଲା… appeared first on Dharitri Odia News.

ଡାକ୍ତରଙ୍କ ବଳାତ୍କାର-ହତ୍ୟା ଘଟଣା: ଅଟୋପ୍‌ସି ରିପୋର୍ଟରେ ମିଳିଲା ଛାତି ଥରା ତଥ୍ୟ, ଶରୀରରେ ହୋଇଥିଲା…

କୋଲକାତା,୧୯।୮: କୋଲକାତାର ଆର.ଜି କର କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାର ଅଟୋପ୍‌ସି ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ପୀଡିତାଙ୍କ ସହ ଘଟିଥିବା ଘଟଣାର ସ୍ପଷ୍ଟ ତଥ୍ୟ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ମୃତଦେହ ନିବସ୍ତ୍ର ଅବସ୍ଥାରେ ମିଳିଥିଲା। ତାଙ୍କର ପ୍ରାଇଭେଟ୍‌ ପାର୍ଟରୁ ରକ୍ତ ବାହାରୁଥିଲା। ଯାହା ବଳାତ୍କାରକୁ ନିଶ୍ଚିତ କରୁଛି। ପୀଡିତାଙ୍କ ବାମ ହାତ, କାନ୍ଧ, ଆଣ୍ଠୁ ଏବଂ ଗୋଡ କ୍ଷତ ଚିହ୍ନ ରହିଥିଲା। ଯୋନୀ ନିକଟରେ ମଧ୍ୟ ଗୁରୁତର ଆଘାତ ଲାଗିଥିଲା। ରିପୋର୍ଟରେ ଏହା କୁହାଯାଇଛି ଯେ ପୀଡ଼ିତାଙ୍କ ଆଖିରେ ରକ୍ତ ଦାଗ ଥିଲା । ଏହିପରି ଭାବେ ୧୪ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ରିପୋର୍ଟରେ ଫୁସଫୁସରେ ରକ୍ତସ୍ରାବ ଏବଂ ଶରୀରରେ ରକ୍ତ ଜମାଟ ବାନ୍ଧିବା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଅଧିକ ତଦନ୍ତ ପାଇଁ ରକ୍ତ ଏବଂ ଅନ୍ୟାନ୍ୟ ଶାରୀରିକ ତରଳ ପଦାର୍ଥର ନମୁନା ପଠାଯାଇଛି। ତେବେ ରିପୋର୍ଟରେ ମୃତ୍ୟୁର କାରଣକୁ ଅପ୍ରାକୃତିକ ମୃତ୍ୟୁ ବୋଲି କୁହାଯାଇଛି।

ସପ୍ତମ ଦିନରେ ବି ଦିଲ୍ଲୀରେ ଡାକ୍ତରମାନେ ଧର୍ମଘଟ ଜାରି ରଖିଛନ୍ତି। ଯେଉଁଥିପାଇଁ ଓପିଡି ଏବଂ ଜରୁରୀକାଳୀନ ସେବା ପ୍ରଭାବିତ ହୋଇଛି। ସୋମବାର ସାରେ ଏହି ପ୍ରଦର୍ଶନ ଆରମ୍ଭ ହୋଇଥିଲା।

The post ଡାକ୍ତରଙ୍କ ବଳାତ୍କାର-ହତ୍ୟା ଘଟଣା: ଅଟୋପ୍‌ସି ରିପୋର୍ଟରେ ମିଳିଲା ଛାତି ଥରା ତଥ୍ୟ, ଶରୀରରେ ହୋଇଥିଲା… appeared first on Dharitri Odia News.